ବଲିଉଡ୍‌ ବିବାହରେ କରୋନା ଗ୍ରହଣ: ସ୍ଥଗିତ ହେଲା ଷ୍ଟାରଙ୍କ ଓ୍ବେଡିଂ

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଲକ୍‌ଡାଉନ୍‌ର ମାହୋଲ ସୃଷ୍ଟି ହୋଇଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଲୋକମାନେ ଘରୁ ବାହାରିବା ବନ୍ଦ କରିସାରିଲେଣି। ପରୋକ୍ଷ ବା ପ୍ରତ୍ୟେକ୍ଷ ଭାବେ ପର୍ସନାଲ ଓ ପ୍ରୋଫେସନାଲ୍‌ ଲାଇଫ୍‌ ଉପରେ କରୋନାର ପ୍ରକୋପ ଦେଖିବାକୁ ମିଳୁଛି। ଏହାରି ଭିତରେ ବି ଟାଉନ୍‌ରୁ ପ୍ରଶଂସକଙ୍କୁ ନିରାଶ କଲାଭଳି ଏକ ଖବର ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନ-ନତାଶା ଦଲାଲ ଓ ଅଲୀ ଫଜଲ-ରିଚା ଚଢାଙ୍କ ବିବାହକୁ ଘୁଞ୍ଚାଇ ଦିଆଯାଇଛି। ବରୁଣ ତାଙ୍କ ବିବାହକୁ ଚଳିତ ବର୍ଷର ଶେଷ ଆଡକୁ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଥମେ ବରୁଣ ଓ ନତାଶା ନିଜର ଡ୍ରିମ୍‌ ଓ୍ବେଡିଂକୁ ଥାଇଲାଣ୍ଡରେ କରିବାକୁ ଯୋଜନା କରିଥିବା ବେଳେ ପରେ ଏହାକୁ ଯୋଧପୁରକୁ ସ୍ଥାନାନ୍ତରିତ କରାଯାଇଥିଲା। ପୁଣି ଚର୍ଚ୍ଚା ହୋଇଥିଲା ଯେ, ଦୁହିଁଙ୍କ ପରିବାର ଲୋକେ ସେମାନଙ୍କ ବିବାହକୁ ମୁମ୍ବାଇରେ ସାଧାରଣ ଭାବେ କରିବାକୁ ଚାହୁଁଛନ୍ତି। କିନ୍ତୁ ଏବେ କରୋନା ଭାଇରସ୍‌ ଯୋଗୁ ସେମାନଙ୍କ ବିବାହରେ ବାଧା ଉପୁଜିଥିବାରୁ ବରୁଣଙ୍କ ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ଲଭ୍‌ବାର୍ଡଙ୍କ ବିବାହ ନଭେମ୍ବରରେ ଥାଇଲାଣ୍ଡରେ ହୋଇପାରେ ବୋଲି କୁହାଯାଉଛି। ଅପରପକ୍ଷେ ଅଲୀ ଓ ରିଚାଙ୍କ ବିବାହରେ ମଧ୍ୟ କରୋନା ଗ୍ରହଣ ଲାଗିଛି। ନିକଟରେ ଦୁହେଁ ବିବାହ ପାଇଁ ଘୋଷଣା କରିଥିଲେ। ହେଲେ କରୋନା ମହାମାରୀ ଯୋଗୁ ତାଙ୍କ ବିବାହକୁ ସ୍ଥଗିତ ରଖାଯାଇଛି। କାରଣ ଏହି କପଲଙ୍କ ବିବାହରେ ବହୁ ଅତିଥି ୟୁଏସ୍‌ ଓ ୟୁରୋପରୁ ସାମିଲ ହେବାର ଥିଲା। ତେବେ ବିଶ୍ୱରେ ଦେଖାଦେଇଥିବା ଭୟଙ୍କର ପରିସ୍ଥିତି ଯୋଗୁ ସେମାନଙ୍କ ବିବାହ ତାରିଖକୁ ଆଗକୁ ଘୁଞ୍ଚାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କୁ କେବଳ ଅଙ୍କିତା ପାରିଥାନ୍ତେ ବଞ୍ଚାଇ

ମୁମ୍ବାଇ, ୨୦।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଏବେ ବହୁ ଲୋକ ଭିନ୍ନ ଭିନ୍ନ ମନ୍ତବ୍ୟ ସୋସିଆଲ୍‌ ମିଡ଼ିଆରେ ଦେଉଥିବାର ଦେଖିବାକୁ...

ଘରେ ରହି ‘ମ୍ୟାନ୍ସ ଓ୍ବାର୍ଲଡ ଇଣ୍ଡିଆ’ ମାଗାଜିନର କଭର ଗର୍ଲ ହେଲେ ତାପସି

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ପ୍ରାୟ ସବୁ ସେଲିବ୍ରିଟି ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ଏହି ସମୟରେ ଘରେ ବନ୍ଦ ହୋଇ ରହି ମଧ୍ୟ...

ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ଟିଭି ଶୋ’ ‘ଇଶ୍କବାଜ’ର ଅଭିନେତା ନକୁଲ ମେହତା ବାପା ହେବାକୁ ଯାଉଛନ୍ତି। ନକୁଲଙ୍କ ସ୍ତ୍ରୀ ଜାନକୀ ଗର୍ଭବତୀ ଅଛନ୍ତି। ଏ ନେଇ ନକୁଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ...

ଆଉ ଏକାଠି ଫଟୋ ଉଠାଇବେନି ସାରା-କାର୍ତ୍ତିକ

ଆଜିକାଲି ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିଭିନ୍ନ ସ୍ଥାନରେ ସାଙ୍ଗ ହୋଇ ବୁଲିବା ଦେଖିବାକୁ ମିଳୁଛି। ଦୁଇଜଣ ଫିଲ୍ମ ‘ଲଭ୍‌ ଆଜ୍‌ କଲ...

ଦେଖିଲେ ଚିହ୍ନି ହେଉନି

ବମ୍ବେ: ପ୍ରତ୍ୟେକ ଚରିତ୍ରରେ ନିଜକୁ ଢ଼ାଳିବା ଲାଗି କଳାକାରଟିଏ ବହୁତ ପରିଶ୍ରମ କରିଥାଏ। ସେଭଳି ଜଣେ ଅଭିନେତା ହେଲେ ବଲିଉଡ୍‌ରେ ‘ସିରିଏଲ୍‌ କିସର୍‌’ ଭାବେ ପରିଚିତ...

ଶକିରାଙ୍କ ପରି ଗୀତ ଗାଇ ପିଜା ଅର୍ଡର କଲେ ଯୁବତୀ; ମିଳିଲା ଏଭଳି..

ବମ୍ବେ: ପପ୍‌ ସିଙ୍ଗର୍‌ ଶକିରାଙ୍କୁ କିଏ ବା ନ ଜାଣେ। ସାରା ବିଶ୍ୱରେ କଲମ୍ବିଆର ଏହି ଗାୟିକା ବେଶ ଲୋକପ୍ରିୟ। କୋଟି କୋଟି ପ୍ରଶଂସକଙ୍କ ହୃଦୟରେ...

ସତୀଶଙ୍କୁ ଶେଷ ଦର୍ଶନ ବେଳେ ଭାବବିହ୍ବଳ ହେଲେ ସଲମାନ୍‌, ଲୁଚାଇଲେ ଲୁହ…

ନୂଆଦିଲ୍ଲୀ: ମାର୍ଚ୍ଚ ୯ ସିନେମାଜଗତ ପାଇଁ ଏକ କଳାଦିନ ଥିଲା। ବଲିଉଡ୍‌ର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା। ବିଶେଷକରି...

ପତଳା ଅଣ୍ଟା ଦେଖାଇବାକୁ ଏମିତି ଚ୍ୟାଲେଞ୍ଜ ଦେଲେ ଏହି ଅଭିନେତ୍ରୀ, ଏବେ ହେଉଛନ୍ତି ଟ୍ରୋଲ

କୁହାଯାଏ, ଚାଇନାରେ ନିଜସ୍ବ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ରହିଛି ଏବଂ ଏଠାରେ ବିଭିନ୍ନ ସ୍ତରରେ ପ୍ରତିବନ୍ଧକ ବି ରହିଛି। ମାତ୍ର ଏଥିମଧ୍ୟରେ କିଛି ଲୋକ ଅଛନ୍ତି,...

Advertisement
Archives

Model This Week