ବର୍ଷାଦିନେ ଓଜନ କମାଇବାର ସହଜ ଉପାୟ

ବର୍ଷାଦିନେ ଯଦି ଓଜନ କମାଇବା ପାଇଁ ଚାହୁଁଛନ୍ତି ତେବେ ଏହି ଫୁଡ୍‌ ଟିପ୍ସ୍‌ ଉପରେ ଗୁରୁତ୍ୱ ଦିଅନ୍ତୁ
*ବର୍ଷାଦିନେ ତେଲଭାଜି ଖାଦ୍ୟ ଖାଇଲେ ଓଜନ ବୃଦ୍ଧି ହୋଇଥାଏ। ଏଣୁ ଏହା ବଦଳରେ ଓଜନ କମ୍‌ କରିବାକୁ ପୋଡା ମକା,ବାଦାମ କିମ୍ବା ଗଜା ହୋଇଥିବା ଶସ୍ୟରୁ ପ୍ରସ୍ତୁତ ଚାଟ୍‌ ଖାଇବା ହିତକର। ଏଥିରେ କମ୍‌ କ୍ୟାଲୋରି ରହିଥାଏ।
*ଜାମୁକୋଳି, ନାସ୍‌ପାତି,ଚେରି ଓ ବିଭିନ୍ନ ବର୍ଷାଦିନିଆ କୋଳି ଖାଆନ୍ତୁ। ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର୍‌ ରହିଛି। ଏହା ଓଜନ କମାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
*ଭେଜିଟେବଲ ସୁପ୍‌ ବର୍ଷାଦିନେ ଓଜନ କମାଇବାରେ ସାହାଯ୍ୟ କରେ। ଏହା ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି କରେ ଓ ଶରୀରରେ ଜଳୀୟ ଅଂଶ ଠିକ୍‌ ରଖିବା ସହ ଅଧିକ ଖାଇବା ଅଭ୍ୟାସଠାରୁ ଦୂରେଇ ରଖେ। ଏଣୁ ଓଜନ ବଢିବାର ଆଶଙ୍କା ରହିନଥାଏ।
*ବର୍ଷା ହେଉଥିବାବେଳେ ଚା’ପିଇବାକୁ ଭାରି ଇଚ୍ଛା ହୁଏ। ଏଣୁ ଯଦି ଏମିତି ଇଚ୍ଛା ହେଉଛି ତେବେ କ୍ଷୀର ଚା’ ବଦଳରେ ଅଦା ଚା’ ପିଅନ୍ତୁ। ଏହା ଓଜନ କମାଇବାରେ ସାହାଯ୍ୟ କରିବ । ଏହି ଚା’ରେ ଗୋଲମରିଚ ଗୁଣ୍ଡ, ଲବଙ୍ଗ ଓ ଡାଲଚିନି ପକାଇ ପିଇବା ଆହୁରି ଲାଭଦାୟକ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ।
* ବର୍ଷାଦିନେ ଖରାଦିନ ଅପେକ୍ଷା କମ୍‌ ପାଣି ପିଇବା ଅଭ୍ୟାସରେ ଆମେ ପଡିଯାଉ। ଏହା କିନ୍ତୁ ଠିକ୍‌ ନୁହେଁ। ବର୍ଷାଦିନେ ବି ପ୍ରଚୁର ପାଣି ପିଅନ୍ତୁ। ଏହାଦ୍ୱାରା ଓଜନ ସହଜରେ କମାଇପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଚାପ ନିୟନ୍ତ୍ରଣରେ ରଖେ ଗ୍ରୀନ୍‌ କଫି

ଗ୍ରୀନ୍‌ କଫିରେ ମିନେରାଲ୍ସ ଏବଂ ଭିଟାମିନ୍‌ରେ ଭରପୂର୍‌ ମାତ୍ରାରେ ଥାଏ। ଏହା ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ। ଏହାସହ ଓଜନ ନିୟନ୍ତ୍ରଣ କରିଥାଏ।...

ଶୀତଦିନେ ଏସବୁ କରିବା ମନା…

ଶୀତଦିନେ କେତେକ କାମ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏସବୁ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଶୀତଦିନେ ସକାଳୁ ଗରମ ପାଣିରେ...

ଗେଡା ଲୋକଙ୍କୁ ଡାଇବେଟିସ୍‌ ହେବା ଆଶଙ୍କା ଅଧିକ

ଡାଇବେଟିସ୍‌ ଏବେ ଚିକିତ୍ସକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି। କାରଣ ଭାରତରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ରିସର୍ଚ୍ଚ ମେଡିକାଲ...

କର୍ମଜୀବୀ: ବଢୁଛି ଦାୟିତ୍ୱ…

ଦୀର୍ଘଦିନର ଲକ୍‌ଡାଉନ୍‌ ପରେ ଏବେ ଟିକିଏ କୋହଳ ହୋଇଛି କଟକଣା। ଚାଲିଛି ଅନ୍‌ଲକ୍‌ ଫେଜ୍‌ ୱାନ୍‌। ତେଣୁ କର୍ମଜୀବୀ ମହିଳାମାନେବି ପୁଣି ଫେରିଛନ୍ତି କର୍ମକ୍ଷେତ୍ରକୁ। ଗୋଟିଏ...

ଚିନାବାଦାମ କମାଏ ମେଦବହୁଳତା

ଥଣ୍ଡାପାଗରେ ଚିନାବାଦାମ ଖାଇବାକୁ ଅନେକେ ପସନ୍ଦ କରିଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ, ଯାହାକି ବିଭିନ୍ନ ସମସ୍ୟା ଦୂର କରିଥାଏ। ବିଶେଷ ଭାବେ ଚିନାବାଦାମ...

୨୦୨୨ରେ ଏହି ୪ ରାଶିର ବ୍ୟକ୍ତିଙ୍କୁ ଧନୀ କରିବ ଶୁକ୍ର; ମିଥୁନ-କନ୍ୟାଙ୍କ ପାଇଁ କଷ୍ଟକର…

ଜନ୍ମକୁଣ୍ଡଳୀରେ ଶୁକ୍ରଙ୍କ ସ୍ଥିତି ମଜଭୂତ ଥିଲେ ଯେକେହି ଜୀବନ ସୁଖସ୍ବାଚ୍ଛନ୍ଦ୍ୟରେ ଅତିବାହିତ କରେ। ବୃଷ ଏବଂ ତୁଳା ରାଶିର ସ୍ବାମୀ ଶୁକ୍ର ଭୌତିକ ସୁଖର କାରକ।...

ଏହି ମାସରେ ଜନ୍ମିତ ବ୍ୟକ୍ତି ହୋଇଥାନ୍ତି ଭାଗ୍ୟଶାଳୀ

ଜଣେ ବ୍ୟକ୍ତିର ସ୍ବଭାବ ତା’ର ନାମ ଏବଂ ଜନ୍ମ ବେଳାରୁ ଜଣାପଡ଼ିଥାଏ। ତେବେ ନଭେମ୍ବର ମାସରେ ଜନ୍ମ ହୋଇଥିବା ଲୋକମାନେ ସବୁଠାରୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି।...

ଲିଭର ଏବଂ ଡାଇବେଟିସ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ରାତିରେ ଶୋଇବା ପୂର୍ବରୁ ଖାଆନ୍ତୁ ଏଥିରୁ ୨ଟି…

ନୂଆଦିଲ୍ଲୀ: ଖାଦ୍ୟପେୟରେ ଅନିୟମିତତା ତଥା ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ କେତେକଙ୍କଠାରେ ଲିଭର ଏବଂ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ ରାତିରେ ଶୋଇବା ପୂର୍ବରୁ ୨ଟି ଲବଙ୍ଗ...

Advertisement
Archives

Model This Week