Posted inଖେଳ

ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାମିଙ୍କ ନିବେଦନ

କିଙ୍ଗଷ୍ଟନ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାରା କ୍ରିକେଟ ଜଗତକୁ ନିବେଦନ କରିଛନ୍ତି ବିଶ୍ୱକପ୍‌ ବିଜୟୀ ପୂର୍ବତନ ଅଧିନାୟକ ଡାରେନ ସାମି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ସମେତ ପୂରା କ୍ରିକେଟ ଜଗତକୁ ଏନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ ଆହ୍ବାନ ଦେଇଛନ୍ତି। ନହେଲେ ଏ ଭଳି ସମସ୍ୟା ଅଂଶ ହୋଇ ରହିବାକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସେ ଚେତାଇ ଦେଇଛନ୍ତି। ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ହତ୍ୟା ପରେ ଏବେ ବର୍ଣ୍ଣବୈଷମ୍ୟ ନେଇ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି ହୋଇଛି।

ସାରା ବିଶ୍ୱରେ କୃଷ୍ଣକାୟ ସମ୍ପ୍ରଦାୟ ଅତ୍ୟାଚାରର ଶିକାର ହେଉଛନ୍ତି ବୋଲି ସେ ସୋସିଆଲ ମିଡିଆରେ ନିଜର ବାର୍ତ୍ତା ପୋଷ୍ଟ କରି କହିଛନ୍ତି। ରଙ୍ଗଭେଦ ନେଇ ଅତ୍ୟାଚାର ହେଉଥିବା ଲୋକମାନଙ୍କ ପାଇଁ ଏବେ ବାହାରିବାର ପ୍ରକୃତ ସମୟ ଆସି ପହଞ୍ଚିଛି। ଚୁପ୍‌ ରହିଲେ ଏବେ ଚଳିବ ନାହିଁ। ନହେଲେ ଆମେ ସମସ୍ତେ ଏଭଳି ଅନ୍ୟାୟ ଓ ଅତ୍ୟାଚାରର ଶିକାର ହେବା ବୋଲି ସେ ଟୁଇଟ୍‌ କରି ସତର୍କ କରାଇଛନ୍ତି। ବର୍ଣ୍ଣବୈଷମ୍ୟବାଦ କେବଳ ଆମେରିକାରେ ସୀମିତ ହୋଇ ରହିନାହିଁ। ସାରା ବିଶ୍ୱରେ କୃଷ୍ଣକାୟ ବ୍ୟକ୍ତିମାନେ ଏଭଳି ସାମାଜିକ କଳଙ୍କ ତଥା ଆକ୍ଷେପରେ ଶିକାର ହେଉଛନ୍ତି। ଆଇସିସି ସମେତ ସେ ସବୁ ଦେଶର ବୋର୍ଡଗୁଡିକୁ ଏ ନେଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ଅର୍ଦ୍ଧଶତକ ସହ ଦେବଦତ୍ତ ପଡିକ୍କଲ ଆଇପିଏଲ୍‌ରେ ରଚିଲେ ଏହି କୀର୍ତ୍ତିମାନ

ଆବୁଧାବି, ୪।୧୦: କୁହାଯାଏ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଯୁବ ଖେଳାଳିଙ୍କୁ ସର୍ବଦା ସୁଯୋଗ ଦେଇଆସିଛି। ଏହି...

ବୁମରାଙ୍କ ସଫଳତା ପଛରେ ରହିଛନ୍ତି ପୂର୍ବତନ ଖେଳାଳି

ମୁମ୍ବାଇ,୧୪।୫ : ବର୍ତ୍ତମାନ ବିଶ୍ୱ କ୍ରିକେଟର ଅନ୍ୟତମ ଘାତକ ବୋଲର ଭାବେ ଜଣାଶୁଣା ଭାରତୀୟ ପେସର ଯଶପ୍ରୀତ ବୁମରା। ତାଙ୍କ ଚମତ୍କାର କ୍ୟାରିୟର ପଛରେ ରହିଛି...

ଶେଷକୁ ମିଳିଲା ସବୁଠୁ ବଡ଼ ଉଇକେଟ

କେପ୍‌ ଟାଉନ,୧୩।୧: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ଅନ୍ତିମ ମୋଢ଼ରେ ପହଞ୍ଚିଛି। ମ୍ୟାଚ୍‌ରେ ଦୁଇ...

ଟିଭି ଆଗରେ ନାଚିଲେ କୋହଲି

ମୁମ୍ବାଇ,୨୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଇପିଏଲ ୨୦୨୨ର ପ୍ଲେ ଅଫରେ ନିଜ ସ୍ଥାନ ସୁରକ୍ଷିତ କରିଛି। ଟି -୨୦ ଲିଗର ୬୯ତମ ମ୍ୟାଚରେ ମୁମ୍ବାଇ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଗ୍ରୀଷ୍ମପ୍ରବାହ ଯୋଗୁ ଅତିରିକ୍ତ ବିରତି

ଭୁବନେଶ୍ୱର,୧୨।୬(ପିଟି): ଅତ୍ୟନ୍ତ ଗ୍ରୀଷ୍ମପ୍ରବାହ ଯୋଗୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଖେଳାଳିଙ୍କୁ ଅତିରିକ୍ତ ବିରତି ମିଳିଛି। ପ୍ରବଳ ଖରା ପାଇଁ ଆୟୋଜକ କମିଟି...

ଫିଫା ର଼୍ୟାଙ୍କିଙ୍ଗ୍‌: ବେଲଜିୟମ ଶୀର୍ଷରେ, ୧୦୮ତମ ସ୍ଥାନରେ ଭାରତ ସ୍ଥିର

ଜୁରିକ,୧୨।୬(ପି.ଟି.): ଜୁନ୍‌ରେ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ୍‌ରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନ ହୋଇନାହିଁ। ଭାରତୀୟ ପୁରୁଷ ଫୁଟବଲ ଦଳ ପୂର୍ବ ପରି ୧୦୮ତମ ସ୍ଥାନରେ...

କେପିଏଲ ମ୍ୟାଚ୍‌ ଫିକ୍ସି: ବେଙ୍ଗାଲୁରୁ ପୋଲିସକୁ ସହାୟତା କରିବ ଆଇସିସି

ବାଙ୍ଗଲୋର,୦୧।୧୨- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ବେଟିଂ ଓ ମ୍ୟାଚ୍‌ ଫିକ୍ସିଂ ସ୍କାଣ୍ଡାଲର ତଦନ୍ତ କରୁଥିବା ବେଙ୍ଗାଲୁରୁ ପୋଲିସକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସମସ୍ତ...

ମହିଳା ଦିନିକିଆ: ଇଂଲଣ୍ଡର ବୃହତ୍‌ ବିଜୟ

ବ୍ରିଷ୍ଟଲ,୨୮।୬: ଭାରତ ବିପକ୍ଷ ପ୍ରଥମ ମହିଳା ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ୯୧ ବଲ ବାକିଥାଇ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ...

Advertisement
Archives

Model This Week