ବରଗଡ଼ ଧନୁଯାତ୍ରା ଲାଗି କଂସ ଚୟନକୁ ନେଇ ବଢ଼ୁଛି ବିରୋଧ: କଳାକାର ସଂଘ ପରେ ଜିଲାପାଳଙ୍କୁ ଭେଟିଲା ଜିଲା ସାମ୍ବାଦିକ ସଂଘ

ବରଗଡ଼ ଅଫିସ,୭।୧୧- ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ ତାରିଖଠାରୁ ଆରମ୍ଭ ହୋଇ ୨୦୨୦ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଅନୁଷ୍ଠିତ ହେବ । ଏଥର ଧନୁଯାତ୍ରା ପାଇଁ ମୁଖ୍ୟ ଚରିତ୍ର କଂସଙ୍କ ସମେତ ମହାମନ୍ତ୍ରୀ, ସେନାପତି ଭୁମିକା ପାଇଁ କଳାକାର ଚୟନ ହେବ ବୋଲି ଧନୁଯାତ୍ରା କଳାକାର ସମନ୍ବୟ ସମିତି ନିଷ୍ପତ୍ତି ନେଇଛି। ତେବେ ଦୁଇବର୍ଷ ତଳେ କଂସ ଚୟନ ସରିଥିବା ବେଳେ ପରମ୍ପରା ଅନୁଯାୟୀ ତିନିବର୍ଷ ନ ପୂରୁଣୁ ଏଥର ପୁଣି କଂସ ଚୟନକୁ ଧନୁଯାତ୍ରାପ୍ରେମୀ, କଳାକାରଙ୍କ ସମେତ ସାଧାରଣ ଜନତା ମଧ୍ୟ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପଶ୍ଚିମ ଓ ଧନୁଯାତ୍ରା କଳାକାର ସଂଘ ପକ୍ଷରୁ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଥିବାବେଳେ ଗୁରୁବାର ବରଗଡ ଜିଲା ସାମ୍ବାଦିକ ସଂଘ ସେଭଳି କଂସ ଚୟନକୁ ବିରୋଧ କରି ଜିଲାପାଳଙ୍କୁ ଆଉ ଏକ ସ୍ମାରକପତ୍ର ପ୍ରଦାନ କରିଛି। ସ୍ମାରକପତ୍ରରେ ଉଲ୍ଲେଖିତ କଂସ ଚୟନ ପ୍ରକ୍ରିୟାକୁ ରଦ୍ଦ କରିବାକୁ ଦାବି ହୋଇଛି। ସେହିପରି କଂସ ସମେତ ଅନ୍ୟ ଚରିତ୍ରର କଳାକାରଙ୍କୁ ଅତିକମରେ ୫ବର୍ଷର ଅଭିନୟ ସୁଯୋଗ ଦେବା, ନୂତନ କର୍ମକର୍ତ୍ତା ଚୟନ କରାଯାଇ ସେଥିରେ ଜିଲାର ସମସ୍ତ ସଂସ୍କୃତିପ୍ରେମୀ, କଳାକାରପ୍ରେମୀଙ୍କୁ ସାମିଲ କରିବା, ଦୀର୍ଘବର୍ଷ ଧରି ରହିଥିବା ଧନୁଯାତ୍ରା ମହୋତ୍ସବ ସମିତିର ଆବାହକଙ୍କୁ ଉପଦେଷ୍ଟାଭାବେ ରଖି ତାଙ୍କ ସ୍ଥାନରେ ନୂତନ ପୀଢିଙ୍କୁ ସୁଯୋଗ ଦେବା, ଆୟବ୍ୟୟର ହିସାବ ତଥା ପାସବୁକର ମିନି ଷ୍ଟେଟମେଣ୍ଟ ଲୋକଲୋଚନକୁ ଆଣିବା, ଡିଜିଟାଲ ଇଣ୍ଡିଆକୁ ଆଧାର କରି ଧନୁଯାତ୍ରାର ସମସ୍ତ ନେଣଦେଣ ଇ-ପେମେଣ୍ଟ କରାଯିବା, ପ୍ରଚାର ପ୍ରସାରକୁ ଆହୁରି ଗୁରୁତ୍ବ ଦିଆଯାଇ ଅଭିଜ୍ଞ ସାମ୍ବାଦିକଙ୍କୁ ସେଥିରେ ସାମିଲ ଏବଂ ଯାତ୍ରା ସମୟରେ ପାର୍କିଂ ଫି ସମେତ ମୀନାବଜାର ଆଦି ମନୋରଞ୍ଜନ କାର୍ଯ୍ୟକ୍ରମର ଉଚିତ ଟିକେଟ ଦର ନିର୍ଦ୍ଧାରଣ କରିବାକୁ ସ୍ମାରକପତ୍ରରେ ଦାବି ହୋଇଛି । ସଂଘର ସଭାପତି ନାସିର ଖାଁ, ସମ୍ପାଦକ ବିପିନ ବିହାରୀ ଦାଶ, ସହସମ୍ପାଦକ ମହମ୍ମଦ ଅସଲମ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣ ଲୋକ ମହୋତ୍ସବ ଉଦ୍‌ଘାଟିତ: ଲୋକନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ

ସୋନପୁର, ୮।୧(ନି.ପ୍ର.): ସାଂସ୍କୃତିକ ଶୋଭାଯାତ୍ରା ଓ ଲୋକନୃତ୍ୟର ତାଳେ ତାଳେ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୦ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଲୋକ ବାଦ୍ୟ...

ରାଇଘର ନାବାଳିକା ନିଖୋଜ ଘଟଣା: ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ମୃତଦେହ; ପୋଲିସର ତଦନ୍ତ ଆରମ୍ଭ

ରାଇଘର,୭।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅନ୍ତର୍ଗତ ପଖନାପାରା ଗ୍ରାମର ଦୁଇଜଣ ନାବାଳିକା ଗତ ମଙ୍ଗଳବାରଠାରୁ ନିଖୋଜ ଥିଲେ। ତିନିଦିନ ଧରି ଗ୍ରାମବାସୀ...

ଅମଳ ସରିଲା, ଏବେ ବିକ୍ରି ଚିନ୍ତା

ରୂପ୍‌ସା, ୨୧।୫-ରବିଧାନ ଅମଳ ସରିଗଲାଣି। ଏବେ ବିକ୍ରୀ ନେଇ ଚାଷୀ ଚିନ୍ତାରେ ପଡିଛି। ଏଯାଏ ଟୋକନ ମିଳିନି। ରବିଧାନରେ ବିହନ, ସାର, ଔଷଧ ଆଦି ପର୍ଯ୍ୟାପ୍ତ...

ରଜ ପାଇଁ କୋହଳ: ଶୁକ୍ରବାର ରାତି ୧୦ଟାରୁ କର୍ଫ୍ୟୁ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ଆସୁଛି ରଜ। ଏହାକୁ ନେଇ ବିଭିନ୍ନ ବଜାର ଘାଟରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି। ଅପରପକ୍ଷେ ରାତ୍ରକାଳୀନ କର୍ଫ୍ୟୁକୁ ନେଇ ଦିନ ସମୟରେ...

CORONAVIRUS UPDATE: ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ; ଅଛନ୍ତି ଗଞ୍ଜାମରୁ ୩, ଖୋର୍ଦ୍ଧାରୁ ୨

ଭୁବନେଶ୍ୱର, ଛତ୍ରପୁର, ୪।୭(ବ୍ୟୁରୋ/ଡି.ଏନ୍‌.ଏ.): ଶନିବାର ରାଜ୍ୟରେ କରୋନା ଆକ୍ରାନ୍ତରେ ଆଉ ୫ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ୩ ଜଣ ରହିଥିବା ବେଳେ...

ବିକ୍ରିବେଳେ ଉଦ୍ଧାର ହେଲା ବଜ୍ରକାପ୍ତା

ବାଲିଗୁଡ଼ା,୩୧ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟରୁ ଏକ ବିରଳ ବଜ୍ରକାପ୍ତାକୁ ଶିକାରୀମାନେ ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବାବେଳେ କୋଟଗଡ଼ ବନବିଭାଗ...

ଲିଙ୍ଗ ନିରୂପଣ ସୂଚନା ଦେଲେ ୨୫ହଜାର

ନୟାଗଡ଼ ଅଫିସ,୮।୧୨: ଗର୍ଭ ସଞ୍ଚାର ପରେ ଲିଙ୍ଗ ନିରୁପଣ କରୁଥିବା ନେଇ ସୂଚନା ଦେଲେ ସୂଚନାଦାତା ପାଇବେ ୨୫ ହଜାର ଟଙ୍କା ପୁରସ୍କାର। ତେବେ ପୁରସ୍କାର...

ଆଗକୁ ରାଖୀ, ଏବେଠୁ ଦୋକାନରେ ଜମୁଛି ଭିଡ଼

ଉମରକୋଟ, ୮।୬(ସ୍ବ.ପ୍ର.): ହିନ୍ଦୁ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ଭାଇଭଉଣୀଙ୍କ ସ୍ନେହ ପ୍ରୀତିର ବନ୍ଧନ ହେଉଛି ରାଖୀ। ଏହାକୁ ଖୁବ୍‌...

Advertisement
Archives

Model This Week