ବରଗଡ଼ ଧନୁଯାତ୍ରା: ମଥୁରା ବୁଲିଲେ କୃଷ୍ଣ ବଳରାମ

ମଥୁରାନଗରୀ,୧୦।୧ – ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଦଶମ ଦିବସରେ ଅନ୍ୟ ଦିନ ଭଳି କଂସ ମହାରାଜା ମଥୁରା ନଗରୀ ପରିକ୍ରମା କରିଥିବାବେଳେ ଶ୍ରୀକୃଷ୍ଣ ଓ ବଳରାମଙ୍କ ମଥୁରା ପରିଭ୍ରମଣ ଅନ୍ୟତମ ଆକର୍ଷଣ ଥିଲା। ନିଜ ପାଖରେ ପାଇ ମଥୁରାବାସୀ ଘରେ ଘରେ ବେନିଭାଇଙ୍କୁ ପୂଜାର୍ଚ୍ଚନା ସହିତ ଦୋଳିରେ ବସାଇ ଝୁଲାଇଥିଲେ । ସେହିପରି ପରିଭ୍ରମଣ ସମୟରେ ରାଜଘାଟରେ ରଜକଙ୍କ ସହିତ କୃଷ୍ଣ, ବଳରାମଙ୍କ ସହିତ ସାକ୍ଷାତ ହୋଇଥିବାବେଳେ ଖଜୁରଟିକ୍ରା ସ୍କୁଲର ଶିଶୁ ମଣ୍ଡପକୁ ପହଞ୍ଚିବା ପରେ ସୁଦାମା ମାଳି ଶ୍ରୀକୃଷ୍ଣଙ୍କ ଗୁଣଗାନ କରିଥିଲେ । ବରଗଡ଼ ଉପଜିଲାପାଳଙ୍କ ସରକାରୀ ବାସଭବନକୁ ମଧ୍ୟ ବେନିଭାଇ ପହଞ୍ଚିଥିଲେ । ସେଠାରେ ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସସ୍ତ୍ରୀକ ଶ୍ରୀକୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରିଭ୍ରମଣ ବାଟରେ ସ୍ଥାନୀୟ ନେହେରୁ ଆସୋସିଏନ ଦେଇ ବେନିଭାଇ ମାଁ ଶ୍ୟାମାକାଳୀ ମନ୍ଦିରକୁ ପହଞ୍ଚିଥିଲେ ଏବଂ ସେଠାରେ କୁବୁଜାଙ୍କୁ ଅଭିଶାପରୁ ମୁକ୍ତ କରିଥିଲେ । ଅନ୍ୟପଟେ ଶ୍ରୀକୃଷ୍ଣ, ବଳରାମ ମଥୁରା ପହଞ୍ଚିଥିବା ଖବର ପାଇ କଂସ ମହାରାଜ ଖୁସି ହୋଇ ନାଚଗୀତରେ ବିଭୋର ହୋଇ ପଡ଼ିଥିଲେ । କିନ୍ତୁ ମହାରାଜ କଂସ ରାଜ ଦରବାରର ଶୟନ କକ୍ଷରେ ବିଶ୍ରାମ ନେଇଥିବାବେଳେ ଶ୍ରୀକୃଷ୍ଣଙ୍କୁ ବଂଶୀ ବାଦନ ଅବସ୍ଥାରେ ସ୍ବପ୍ନ ଦେଖି ଚିନ୍ତିତ ଓ ଭୟଭୀତ ହୋଇ ପଡ଼ିଥିଲେ। ପରେ ନିଜର ଭୟ ଦୂର କରିବା ପାଇଁ ନାଚଗୀତରେ ମସଗୁଲ ହୋଇଥିଲେ । ପଦ୍ମଶ୍ରୀ ହଳଧର ନାଗ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଅଭିନେତ୍ରୀ ଲୋଚନୀ ବାଗ, ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଏବଂ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ ପ୍ରମୁଖ ରାଜ ଅତିଥି ଭାବେ ଯୋଗ ଦେଇଥିଲେ । ପର୍ବତାରୋହୀ ଲିପିକା ସେଠଙ୍କୁ କଂସ ମହାରାଜ ସମ୍ବର୍ଦ୍ଧିତ କରିଥିଲେ । ଶୁକ୍ରବାର ରାତ୍ରିରେ କଂସବଧ ସହିତ ଚଳିତ ଧନୁଯାତ୍ରା ମହୋତ୍ସବ ଶେଷ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ଓରାଙ୍ଗ୍‌ଉଟାନ ଉଦ୍ଧାର ଘଟଣା: ଦୀଘାରୁ ୩ ଜଣଙ୍କୁ ଉଠାଇ ଆଣିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର/ଭୋଗରାଇ,୧୨ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ରଣକୋଠା ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ଘଟଣାରେ ତଦନ୍ତକୁ ତ୍ୱରାନ୍ବିତ କରିଛି…

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?