ବରଗଡ଼ର ୩୫ ଶ୍ରମିକଙ୍କୁ ପଞ୍ଚାୟତ ଅଫିସରେ ଆଶ୍ରୟ ଦେଲା ପୁରୀ ଜିଲା ପ୍ରଶାସନ

ବରଗଡ଼ ଅଫିସ୍‌,୨।୫: ପୁରୀ ଜିଲା କୋଣାର୍କ ନିକଟ ଅଚ୍ୟୁତପୁରରେ ଇଟାଭାଟିରେ କାମ କରୁଥିବା କେତେକ ଶ୍ରମିକଙ୍କୁ ସେଠାକାର ଜିଲା ପ୍ରଶାସନ ସହଯୋଗ କରିଛି। ଏହି ଶ୍ରମିକମାନଙ୍କ ଘର ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛେତଗାଁରେ। ଏହି ଗାଁର ୩୫ଜଣ ଶ୍ରମିକ ସେଠାକୁ ଇଟା ଗଢ଼ିବାକୁ ଯାଇଥିଲେ। ହେଲେ କରୋନା ମହାମାରୀ ଯୋଗୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ୍‌ କରିଦେବା ପରେ ସେମାନଙ୍କ କାମଧନ୍ଦା ବନ୍ଦ ହୋଇ ଯାଇଥିଲା। ଫଳରେ ଭୋକ ଉପାସରରେ ଏହି ଶ୍ରମିକମାନେ ତମ୍ବୁ ତଳେ ଅସୁରକ୍ଷିତ ଭାବେ ରହିଥିଲେ। ଏହା ଜାଣିବା ପରେ ବରଗଡ଼ର ସାମାଜିକ କର୍ମୀ ଦିବସ କୁମାର ସାହୁ ପୁରୀ ଜିଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ। ଅସୁରକ୍ଷିତ ଅବସ୍ଥାରେ ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ଦେବାକୁ ନିବେଦନ କରିଥିଲେ । ଏହାପରେ ସମ୍ପୃକ୍ତ ଶ୍ରମିକମାନଙ୍କୁ ନିକଟସ୍ଥ ପଞ୍ଚାୟତ ଅଫିସକୁ ଅଣାଯାଇ ଆଶ୍ରୟ ଦିଅଯିବା ସହିତ ସେମାନଙ୍କ ଖାଇବା, ପିଇବା ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧଳାବାଘ ଶୁଭ୍ରାଂଶୁ ଅସୁସ୍ଥ

ବାରଙ୍ଗ,୧୩।୧୦(ଡି.ଏନ.ଏ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷକ ଧଳାବାଘ ଶୁଭ୍ରାଂଶୁ ଦ୍ୱିତୀୟଥର ପାଇଁ ଅସୁସ୍ଥ ହୋଇଛି। ୫ବର୍ଷର ଏହି ବାଘ ଶନିବାର ଗୋଟିଏ ସ୍ଥାନରେ ପଡ଼ିରହିବା...

ନ ଥିଲା ସତର୍କ ସୂଚନା: ନିର୍ମାଣାଧୀନ ପୋଲ ତଳକୁ ଖସିି ବାଇକ୍‌ଆରୋହୀଙ୍କ ଜୀବନ ଗଲା

ବଡ଼ବିଲ,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ କାଠ ଡିପୋ ନିକଟ ପୋଲ ତଳକୁ ଖସି ବୁଧବାର ଭୋର୍‌ ସମୟରେ ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି।...

‘ବସୁଧା’ରେ ସରକାରୀ ଅର୍ଥ ଆତ୍ମସାତ

ଯାଜପୁର ଅଫିସ,୨୦ା୬: ଗ୍ରାମାଞ୍ଚଳ ଲୋକଙ୍କ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ‘ବସୁଧା’ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଠିକାଦାରୀ ରାଜନୀତି...

୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବଢ଼ାଇଛି ସମସ୍ୟା: ପାଉଁଶଗୁଣ୍ଡରେ ଅଣନିଃଶ୍ୱାସୀ

ପରଜଙ୍ଗ, ୨୯।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଚିନ୍ତା ବଢ଼ାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ଆଇନକୁ...

ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ୬ ଗିରଫ

ପୁରୀ ଅଫିସ,୨୧ା୩: ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁରୀ ପୋଲିସ। ହତ୍ୟା ଅଭିଯୋଗରେ ସୋମବାର ୬ ଜଣଙ୍କୁ ଗିରଫ କରାଯାଇଥିବା ପ୍ରେସ୍‌ମିଟ୍‌ରେ...

ଧାନ ଉଠାଣ ବିଳମ୍ବ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ: ଧାନ ବସ୍ତା ରଖି ରାସ୍ତା ଅବରୋଧ

ଧର୍ମଗଡ଼, ୩୦।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ କୁଟୁରୁ ମଣ୍ଡିରେ ଧାନ ଉଠାଣ ଅବ୍ୟବସ୍ଥାକୁ ନେଇ ଚଷୀମାନେ ସୋମବାର ୨୬ନଂ. ଜାତୀୟ ରାଜପଥର କୁଟୁରୁ ଛକଠାରେ...

ଭିଜିଲାନ୍ସ ଜାଲରେ ସମଲ ବ୍ୟାରେଜ ବରିଷ୍ଠ କିରାଣୀ

ତାଳଚେର,୩୦।୮(ସ୍ବ.ପ୍ର.): ସମଲ ବ୍ୟାରେଜର ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ବେହେରା ଶୁକ୍ରବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସରକିଶୋରିପାଳ ଗ୍ରାମର ଅକ୍ଷୟ କୁମାର ସାହୁଙ୍କଠାରୁ କଣ୍ଟ୍ରାକ୍ଟର...

ବୋମାମାଡ଼ ଘଟଣାରେ ସରପଞ୍ଚଙ୍କ ସମେତ ୫ ଗିରଫ: ବାଇକ୍‌, ପିସ୍ତଲ ଜବତ

ପୁରୀ ଅଫିସ,୨୯ା୪: ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ସଞ୍ଜୟ ପତିଙ୍କ କୋଣାର୍କ ଏନ୍‌ଏସି ୪ ନଂ. ୱାର୍ଡ ବାଲିସାହିସ୍ଥିତ ବାସଭବନ ଉପରେ ହୋଇଥିବା ବୋମାମାଡ଼ ଘଟଣାରେ...

Advertisement
Archives

Model This Week