Posted inଖେଳ

ବନ୍ୟା ପୀଡିତଙ୍କୁ ଖାଦ୍ୟ ବାଣ୍ଟିଲେ ପଠାନ୍‌ ବ୍ରଦର୍ସ

ଗାନ୍ଧିନଗର, ୫।୮: ଗୁଜରାଟରେ ଏବେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବଡୋଦରାରେ ବନ୍ୟା ପାଣି ଘରେ ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ଏଭଳି ବିପଦ ସମୟରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି କ୍ରିକେଟର ଇରଫାନ୍‌ ପଠାନ୍‌ ଏବଂ ୟୁସୁଫ୍‌ ପଠନ୍‌। ରନ୍ଧା ଖାଦ୍ୟ ସହ ନିତ୍ୟାବଶ୍ୟକୀୟ ଜିନିଷ ଲୋକଙ୍କୁ ବାଣ୍ଟିଥିଲେ। ଜଣେ ଯୁବତୀ ପଠାନ୍‌ ଭ୍ରାତାଙ୍କୁ ବନ୍ୟାରେ ଫଶିଥିବା ଯୋଗୁ ସୋସିଆଲ ମିଡିଆରେ ସହାୟତା ମାଗିଥିଲେ। ତୁରନ୍ତ ୟୁସୁଫ ତାଙ୍କୁ ସହାୟତା ଦେବା ସହ ବନ୍ୟାରୁ ଉଦ୍ଧାର କରିଥିଲେ। ସୂଚନାଯୋଗ୍ୟ, ଯୁସୁଫ ଏବଂ ଇରଫାନ୍‌ ଏବେ ଭାରତୀୟ ଦଳରେ ସାମିଲ ନ ଥିଲେ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟରେ ସକ୍ରିୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଣୀଥଙ୍କୁ ବ୍ରୋଞ୍ଜ

ବାସେଲ(ସୁଇଜରଲାଣ୍ଡ),୨୪।୮(ପି.ଟି.): ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ପୁରୁଷ ସିଙ୍ଗଲ୍ସ ଖେଳାଳି ବି. ସାଇ ପ୍ରଣୀଥଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେମିଫାଇନାଲରେ...

ଅନ୍ତିମ ଟି୨୦: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ମାଉଣ୍ଟ ମାଉଁଗାନୁଇ, ୨।୨(ପି.ଟି.)- ଟି୨୦ ସିରିଜର ପ୍ରଥମ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ଭ୍ରମଣକାରୀ ଭାରତ ଏବେ ୫-୦ରେ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି।...

ଏଟିପି, ଡବ୍ଲ୍ୟୁଟିଏର ବିଲୟ ପାଇଁ କିଙ୍ଗ୍‌, ଫେଡରର, ନାଡାଲଙ୍କ ପ୍ରସ୍ତାବ

ପ୍ୟାରିସ,୨୩।୪ (ଏଏଫ୍‌ପି): ପୁରୁଷ ଟେନିସର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଏଟିପି ଓ ମହିଳା ଟେନିସର ଡବ୍ଲ୍ୟୁଟିଏର ବିଧିବଦ୍ଧ ବିଲୟ ପାଇଁ ଏବେ ପ୍ରସ୍ତାବ ଦିଆଯାଇଛି। ଡବ୍ଲ୍ୟୁଟିଏ...

ଆଇସିସି ବିଶ୍ୱକପ୍‌: ସେମିଫାଇନାଲରେ ଇଂଲଣ୍ଡ

ଚେଷ୍ଟର- ଲି- ଷ୍ଟିଟ୍‌, ୪।୭(ପି.ଟି)- ଚଳିତ ଆଇସିସି ବିଶ୍ୱକପ୍‌ରେ ଆୟୋଜକ ଇଂଲଣ୍ଡ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ...

ସାକ୍ଷୀ ମଲିକଙ୍କୁ ନୋଟିସ

ନୂଆଦିଲ୍ଲୀ, ୨୦ା୮(ପି.ଟି.)-ବିନା ଅନୁମତିରେ ଜାତୀୟ କ୍ୟାମ୍ପ ଛାଡ଼ି ଚାଲିଯାଇଥିବାରୁ ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଅଲିମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ବିରୋଧରେ କାରଣ...

୧୯ ବର୍ଷରୁ କମ୍‌ କ୍ରିକେଟ: ଜଇସ୍ବାଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ଭାରତ ସିରିଜ ବିଜୟୀ

ଇଷ୍ଟ ଲଣ୍ଡନ, ୨୮ା୧୨ (ପି.ଟି.)- ସ୍ଥାନୀୟ ବଫାଲୋ ପାର୍କଠାରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଯୁବ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଯଶସ୍ବୀ ଜଇସ୍ବାଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ...

କୋର ଟିମ୍‌ ବଜାୟ ରଖିଲା ମୁମ୍ବାଇ

ମୁମ୍ବାଇ,୧୫।୧୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍‌ ଆଗାମୀ ସଂସ୍କରଣ ପାଇଁ ତା’ର କୋର ଟିମ୍‌ ବଜାୟ ରଖିଛି। ଅଭିଜ୍ଞ ଶ୍ରୀଲଙ୍କା...

ରଣଜୀ ମ୍ୟାଚ୍‌ ଦେଖିଲେ ଓ୍ବ’

କୋଲକାତା,୨୭।୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନଠାରେ ସୋମବାରଠାରୁ ବେଙ୍ଗଲ ଓ ଦିଲ୍ଲୀ ମଧ୍ୟରେ ରଣଜୀ ମ୍ୟାଚ୍‌ ଆରମ୍ଭ ହୋଇଛି। ମ୍ୟାଚ୍‌ବେଳେ ସ୍ବତନ୍ତ୍ର ଅତିଥି ଭାବେ ପୂର୍ବତନ ଅଷ୍ଟ୍ରେଲିଆନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *