ବନ୍ଧୁ ପାଇଁ ଉପହାର

ଆଜି ହେଉଛି ବନ୍ଧୁତା ଦିବସ। ଏହାକୁ ପାଳନ କରିବା ପାଇଁ ଆଗରୁ ପ୍ଲାନିଂ ସରିଥିବ। କେହି କେହି ଉପହାର ବି ଆଣି ରଖିଥିବେ। ତେବେ ଯେଉଁମାନେ ଏପର୍ଯ୍ୟନ୍ତ କ’ଣ ଉପହାର ଦେବେ ଭାବିପାରୁ ନାହାନ୍ତି, ସେମାନେ ନିମ୍ନୋକ୍ତ ଉପହାର ତାଲିକାରୁ କିଛିକୁ ଆପଣେଇ ପାରିବେ…
ପର୍ସନାଲାଇଜ୍‌ଡ କଫି ମଗ୍‌- ପ୍ରିୟ ବନ୍ଧୁଙ୍କ ମୁହଁରେ ଆନନ୍ଦର ଲହରି ଦେଖିବାକୁ ଚାହୁଁଥିଲେ, ଏମିତି କିଛି ଉପହାର ଦିଅନ୍ତୁ, ଯାହା ସୃଜନଶୀଳ ହୋଇଥିବ। ପର୍ସନାଲାଇଜ୍‌ଡ କଫି ମଗ୍‌ ହେଉଛି ସେମିତି ଏକ ଉପହାର, ସେଥିରେ ଆପଣ ବନ୍ଧୁଙ୍କ ପାଇଁ କିଛି ବାର୍ତ୍ତା ଦେବା ସହ ପୁରୁଣା ସ୍ମୃତିଭରା ଫଟୋ ଦେଇପାରିବେ। ଏହାକୁ ପାଇ ସେ ନିଶ୍ଚୟ ଖୁସି ହେବେ।
ମେମୋରି ବୁକ୍‌- ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ, ଆଉ ପ୍ରତି ମୁହୂର୍ତ୍ତର ଫଟୋ ବି ଉଠା ଯାଉଛି। ତେଣୁ ସେହି ମଧୁର ମୁହୂର୍ତ୍ତର ଫଟୋକୁ ସାଉଁଟି ବନ୍ଧୁଙ୍କ ପାଇଁ ଏକ ମେମୋରି ବୁକ୍‌ ତିଆରି କରି ଉପହାରସ୍ବରୂପ ଦେଇପାରିବେ। ସେଥିରେ କିଛି ବାର୍ତ୍ତା ବି ଦେଇପାରିବେ। ଏହି ଉପହାରକୁ ଦେଖି ସେ ନିଶ୍ଚିତ ଭାବେ ଭାବବିହ୍ବଳ ହୋଇଯିବେ। ବଜାରରେ ବି ସୁନ୍ଦର ସୁନ୍ଦର ମେମୋରି ବୁକ୍‌ ମିଳୁଛି, ଯାହାକୁ ଆପଣ ଟ୍ରାଏ କରିପାରିବେ।
କାର୍ଡ- ବଜାରରେ ତ ଅନେକ ପ୍ରକାରର ଫ୍ରେଣ୍ଡଶିପ୍‌ ଡେ’ କାର୍ଡ ମିଳୁଛି। ହେଲେ ଯଦି ଆପଣ ନିଜ ହାତରେ କାର୍ଡ ତିଆରି କରି ସେଥିରେ ବନ୍ଧୁଙ୍କ ପାଇଁ କିଛି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖି ତାଙ୍କୁ ପ୍ରଦାନ କରିବେ, ତେବେ ସେ ନିଶ୍ଚୟ ଖୁସି ହୋଇଯିବେ।
ଆସେସରିଜ୍‌- ଏହି ଦିବସକୁ ନଜରରେ ରଖି ପେଣ୍ଡାଣ୍ଟ, ରିଙ୍ଗ୍‌ସ, ନେକ୍‌ଲେସ, ବ୍ରେସଲେଟ୍‌ ଭଳି ଅନେକ ଫ୍ୟାଶନେବଲ୍‌ ଆସେସରିଜ୍‌ ବଜାରରେ ଉପଲବ୍ଧ ହେଉଛି। ଏହିଭଳି କିଛି ଖାସ୍‌ ଆସେସରିଜ୍‌ ଆପଣ ନିଜର ଖାସ୍‌ ବନ୍ଧୁଙ୍କୁ ଉପହାର ଦେଇପାରିବେ।
ଚକୋଲେଟ୍‌ ହାମ୍ପର୍‌- ଯଦି ଆପଣଙ୍କ ବନ୍ଧୁ ଚକୋଲେଟ୍‌ ପ୍ରିୟ, ତେବେ ଏହି ଉପହାର ତାଙ୍କୁ ନିଶ୍ଚୟ ଭଲ ଲାଗିବ। ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଚକୋଲେଟ୍‌କୁ ଏକ ଗିଫ୍ଟ ହାମ୍ପର ଭାବେ ସଜାଇ ତାଙ୍କୁ ପ୍ରଦାନ କରନ୍ତୁ।
ହଳଦିଆ ଫୁଲ- ବନ୍ଧୁତାର ପ୍ରଗାଢ଼ତାକୁ ଦର୍ଶାଏ ହଳଦିଆ ରଙ୍ଗର ଫୁଲ। ଏହି ରଙ୍ଗର ଗୋଲାପ ହେଉକି ଲିଲି ଅବା ଅର୍କିଡ୍‌, ବନ୍ଧୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଯଥେଷ୍ଟ।
ସୁସ୍ବାଦୁ କେକ୍‌-ଖୁସିର ଅବସରରେ କେକ୍‌ କାଟିବା ଏବେ ଏକ ଟ୍ରେଣ୍ଡ ପାଲଟିଗଲାଣି। ତେଣୁ ବନ୍ଧୁତାର ଏହି ଦିବସରେ ବନ୍ଧୁଙ୍କୁ ଏକ ସୁସ୍ବାଦୁ ଓ ସୁସଜ୍ଜିତ କେକ୍‌ ଉପହାର ସ୍ବରୂପ ଦେଇପାରିବେ।
ଆରୋମାଟିକ୍‌ ପରଫ୍ୟୁମ୍‌- ଭଲ କ୍ୱାଲିଟିର ସୁଗନ୍ଧଭରା ପରଫ୍ୟୁମ୍‌ ଉପହାର ଆପଣଙ୍କ ବନ୍ଧୁତାକୁ ଆହୁରି ମହକାଇ ଦେବ। ତେଣୁ ଏହାକୁ ବି ଟ୍ରାଏ କରିପାରିବେ।
ପର୍ସନାଲାଇଜ୍‌ଡ ଫଟୋ କ୍ୟାଲେଣ୍ଡର- ବାଲ୍ୟକାଳର ବନ୍ଧୁଙ୍କ ପାଇଁ ଏହାଠୁ ଭଲ ଉପହାର ଆଉ କିଛି ନ ହୋଇପାରେ। ପିଲାଦିନରୁ ଆଜି ପର୍ଯ୍ୟନ୍ତ ଥିବା ଫଟୋ ସବୁକୁ ଏକ କ୍ୟାଲେଣ୍ଡରର ରୂପ ଦେଇ ଉପହାର ଦେଲେ ବନ୍ଧୁ ନିଶ୍ଚୟ ଖୁସି ହେବେ।
ସଫ୍ଟ ଟୟ- ଯେଉଁମାନଙ୍କର ଆଜି ପର୍ଯ୍ୟନ୍ତ ସଫ୍ଟ ଟୟ ଧରି ଶୋଇବା ଅଭ୍ୟାସ ଥାଏ ତାଙ୍କୁ କ୍ୟୁଟ୍‌ ସଫ୍ଟ ଟୟ ଉପହାର ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ୍‌ ଦେଖି ପ୍ରେମିକାଙ୍କ ଡେଲିଭରୀ କରାଉଥିଲେ ପ୍ରେମିକ…

ଚେନ୍ନାଇ,୨୧।୩: ତାମିଲ୍‌ନାଡୁରେ ୨୭ ବର୍ଷ ବୟସ୍କ ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କ ଡେଲିଭରୀ ୟୁଟ୍ୟୁବ ଦେଖି କରୁଥିଲେ। ତେବେ ଅତ୍ୟଧିକ ରକ୍ତସ୍ରାବ ହେବାରୁ ୧୯ ବର୍ଷ...

ଡ୍ୟାନ୍ସ ମାଧ୍ୟମରେ କରୋନା ସଚେତନତା ସୃଷ୍ଟି କଲା ଚେନ୍ନାଇ ରେଲଓ୍ବେ ପୋଲିସ

ଚେନାଇ,୯।୫: କେରଳ ପରେ ବର୍ତ୍ତମାନ ଚେନ୍ନାଇ ରେଲଓ୍ବେ ପୋଲିସ ଦେଶର ନାଗରିକ ତଥା ଷ୍ଟେଶନକୁ ଆସୁଥିବା ଯାତ୍ରୀମାନଙ୍କୁ ସଚେତନତା ସଷ୍ଟି କରିବା ପାଇଁ ଡ୍ୟାନ୍ସର ଆୟୋଜନ...

ହିଂସା ମାମଲାକୁ ନେଇ କୃଷକ ନେତାଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀରେ ୨୬ ଜାନୁୟାରୀରେ ହୋଇଥିବା ହିଂସା ମାମଲାକୁ ନେଇ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ପ୍ରାୟ ୧୨ ଜଣ କୃଷକ ନେତାଙ୍କୁ ନୋଟିସ...

ରାମ ମନ୍ଦିର ନିର୍ମାଣ ପାଇଁ ଦୁଇ ଦିନରେ ଶହେ କୋଟି ଦାନ!

ନୂଆଦିଲ୍ଲୀ,୧୮ ।୧: ରାମ ମନ୍ଦିର ନିର୍ମାଣକୁ ନେଇ ଦେଶବାସୀଙ୍କ ମନରେ କେତେ ଉତ୍ସାହ ତାହା ଏବେ ଦେଖିବାକୁ ମିଳିଛି । କାରଣ ୨ ଦିନ ମଧ୍ୟରେ...

ସୁପ୍ରିମକୋର୍ଟ ରୋକିବା ସତ୍ତ୍ୱେ ଭାଙ୍ଗିଲେ

ନୂଆଦିଲ୍ଲୀ,୨୧ା୪: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସାମ୍ପ୍ରଦାୟିକ ଦଙ୍ଗା ପ୍ରଭାବିତ ନୂଆଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟ ବୁଧବାର ରୋକ ଲଗାଇଛନ୍ତି। ଉତ୍ତର ଦିଲ୍ଲୀ...

ସେନାରେ ସାମିଲ ହେବେ ବ୍ୟାଣ୍ଡ୍‌ ସଦସ୍ୟ

ସେଉଲ୍‌: ବିଶ୍ୱର ଖ୍ୟାତନାମା ସାଉଥ୍‌ କୋରିଆ ମ୍ୟୁଜିକ୍‌ ବ୍ୟାଣ୍ଡ ବିଟିଏସ୍‌ର ସଦସ୍ୟ ସେନାରେ ଯୋଗେ ହେବେ। ସାଉଥ୍‌ କୋରିଆର ଲୋକପ୍ରିୟ ମ୍ୟୁଜିକ୍‌ କମ୍ପାନୀ ବିଗ୍‌ ହିଟ୍‌...

ଡିଜିଟାଲୀକରଣ ଦ୍ୱାରା ନ୍ୟାୟିକ ବ୍ୟବସ୍ଥାର ବିକାଶ ସମ୍ଭବ: ଜଷ୍ଟିସ ଚନ୍ଦ୍ରଚୂଡ଼…

ନୂଆଦିଲ୍ଲୀ, ୧୭।୯ : ନ୍ୟାୟିକ ପ୍ରକ୍ରିୟାରେ କାଗଜବିହୀନ କୋର୍ଟ ଆଇନଜୀବୀମାନଙ୍କ ପାଇଁ ସମୟ ବଞ୍ଚାଇବାର ମୂଲ୍ୟବାନ ଉପକରଣ ପାଲଟିବ। ଏହି କୋର୍ଟଗୁଡିକ ପରିବେଶ ଦୃଷ୍ଟିକୋଣରୁ ମଧ୍ୟ...

କୁକୁର ଛୁଆକୁ ସ୍ତନ୍ୟପାନ କରାଉଛି ମାଙ୍କଡ଼, ଭିଡିଓ ଦେଖିଲେ..

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week