ବନ୍ଧୁ ପାଇଁ ଉପହାର

ଆଜି ହେଉଛି ବନ୍ଧୁତା ଦିବସ। ଏହାକୁ ପାଳନ କରିବା ପାଇଁ ଆଗରୁ ପ୍ଲାନିଂ ସରିଥିବ। କେହି କେହି ଉପହାର ବି ଆଣି ରଖିଥିବେ। ତେବେ ଯେଉଁମାନେ ଏପର୍ଯ୍ୟନ୍ତ କ’ଣ ଉପହାର ଦେବେ ଭାବିପାରୁ ନାହାନ୍ତି, ସେମାନେ ନିମ୍ନୋକ୍ତ ଉପହାର ତାଲିକାରୁ କିଛିକୁ ଆପଣେଇ ପାରିବେ…
ପର୍ସନାଲାଇଜ୍‌ଡ କଫି ମଗ୍‌- ପ୍ରିୟ ବନ୍ଧୁଙ୍କ ମୁହଁରେ ଆନନ୍ଦର ଲହରି ଦେଖିବାକୁ ଚାହୁଁଥିଲେ, ଏମିତି କିଛି ଉପହାର ଦିଅନ୍ତୁ, ଯାହା ସୃଜନଶୀଳ ହୋଇଥିବ। ପର୍ସନାଲାଇଜ୍‌ଡ କଫି ମଗ୍‌ ହେଉଛି ସେମିତି ଏକ ଉପହାର, ସେଥିରେ ଆପଣ ବନ୍ଧୁଙ୍କ ପାଇଁ କିଛି ବାର୍ତ୍ତା ଦେବା ସହ ପୁରୁଣା ସ୍ମୃତିଭରା ଫଟୋ ଦେଇପାରିବେ। ଏହାକୁ ପାଇ ସେ ନିଶ୍ଚୟ ଖୁସି ହେବେ।
ମେମୋରି ବୁକ୍‌- ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ, ଆଉ ପ୍ରତି ମୁହୂର୍ତ୍ତର ଫଟୋ ବି ଉଠା ଯାଉଛି। ତେଣୁ ସେହି ମଧୁର ମୁହୂର୍ତ୍ତର ଫଟୋକୁ ସାଉଁଟି ବନ୍ଧୁଙ୍କ ପାଇଁ ଏକ ମେମୋରି ବୁକ୍‌ ତିଆରି କରି ଉପହାରସ୍ବରୂପ ଦେଇପାରିବେ। ସେଥିରେ କିଛି ବାର୍ତ୍ତା ବି ଦେଇପାରିବେ। ଏହି ଉପହାରକୁ ଦେଖି ସେ ନିଶ୍ଚିତ ଭାବେ ଭାବବିହ୍ବଳ ହୋଇଯିବେ। ବଜାରରେ ବି ସୁନ୍ଦର ସୁନ୍ଦର ମେମୋରି ବୁକ୍‌ ମିଳୁଛି, ଯାହାକୁ ଆପଣ ଟ୍ରାଏ କରିପାରିବେ।
କାର୍ଡ- ବଜାରରେ ତ ଅନେକ ପ୍ରକାରର ଫ୍ରେଣ୍ଡଶିପ୍‌ ଡେ’ କାର୍ଡ ମିଳୁଛି। ହେଲେ ଯଦି ଆପଣ ନିଜ ହାତରେ କାର୍ଡ ତିଆରି କରି ସେଥିରେ ବନ୍ଧୁଙ୍କ ପାଇଁ କିଛି ହୃଦୟସ୍ପର୍ଶୀ ବାର୍ତ୍ତା ଲେଖି ତାଙ୍କୁ ପ୍ରଦାନ କରିବେ, ତେବେ ସେ ନିଶ୍ଚୟ ଖୁସି ହୋଇଯିବେ।
ଆସେସରିଜ୍‌- ଏହି ଦିବସକୁ ନଜରରେ ରଖି ପେଣ୍ଡାଣ୍ଟ, ରିଙ୍ଗ୍‌ସ, ନେକ୍‌ଲେସ, ବ୍ରେସଲେଟ୍‌ ଭଳି ଅନେକ ଫ୍ୟାଶନେବଲ୍‌ ଆସେସରିଜ୍‌ ବଜାରରେ ଉପଲବ୍ଧ ହେଉଛି। ଏହିଭଳି କିଛି ଖାସ୍‌ ଆସେସରିଜ୍‌ ଆପଣ ନିଜର ଖାସ୍‌ ବନ୍ଧୁଙ୍କୁ ଉପହାର ଦେଇପାରିବେ।
ଚକୋଲେଟ୍‌ ହାମ୍ପର୍‌- ଯଦି ଆପଣଙ୍କ ବନ୍ଧୁ ଚକୋଲେଟ୍‌ ପ୍ରିୟ, ତେବେ ଏହି ଉପହାର ତାଙ୍କୁ ନିଶ୍ଚୟ ଭଲ ଲାଗିବ। ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଚକୋଲେଟ୍‌କୁ ଏକ ଗିଫ୍ଟ ହାମ୍ପର ଭାବେ ସଜାଇ ତାଙ୍କୁ ପ୍ରଦାନ କରନ୍ତୁ।
ହଳଦିଆ ଫୁଲ- ବନ୍ଧୁତାର ପ୍ରଗାଢ଼ତାକୁ ଦର୍ଶାଏ ହଳଦିଆ ରଙ୍ଗର ଫୁଲ। ଏହି ରଙ୍ଗର ଗୋଲାପ ହେଉକି ଲିଲି ଅବା ଅର୍କିଡ୍‌, ବନ୍ଧୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଯଥେଷ୍ଟ।
ସୁସ୍ବାଦୁ କେକ୍‌-ଖୁସିର ଅବସରରେ କେକ୍‌ କାଟିବା ଏବେ ଏକ ଟ୍ରେଣ୍ଡ ପାଲଟିଗଲାଣି। ତେଣୁ ବନ୍ଧୁତାର ଏହି ଦିବସରେ ବନ୍ଧୁଙ୍କୁ ଏକ ସୁସ୍ବାଦୁ ଓ ସୁସଜ୍ଜିତ କେକ୍‌ ଉପହାର ସ୍ବରୂପ ଦେଇପାରିବେ।
ଆରୋମାଟିକ୍‌ ପରଫ୍ୟୁମ୍‌- ଭଲ କ୍ୱାଲିଟିର ସୁଗନ୍ଧଭରା ପରଫ୍ୟୁମ୍‌ ଉପହାର ଆପଣଙ୍କ ବନ୍ଧୁତାକୁ ଆହୁରି ମହକାଇ ଦେବ। ତେଣୁ ଏହାକୁ ବି ଟ୍ରାଏ କରିପାରିବେ।
ପର୍ସନାଲାଇଜ୍‌ଡ ଫଟୋ କ୍ୟାଲେଣ୍ଡର- ବାଲ୍ୟକାଳର ବନ୍ଧୁଙ୍କ ପାଇଁ ଏହାଠୁ ଭଲ ଉପହାର ଆଉ କିଛି ନ ହୋଇପାରେ। ପିଲାଦିନରୁ ଆଜି ପର୍ଯ୍ୟନ୍ତ ଥିବା ଫଟୋ ସବୁକୁ ଏକ କ୍ୟାଲେଣ୍ଡରର ରୂପ ଦେଇ ଉପହାର ଦେଲେ ବନ୍ଧୁ ନିଶ୍ଚୟ ଖୁସି ହେବେ।
ସଫ୍ଟ ଟୟ- ଯେଉଁମାନଙ୍କର ଆଜି ପର୍ଯ୍ୟନ୍ତ ସଫ୍ଟ ଟୟ ଧରି ଶୋଇବା ଅଭ୍ୟାସ ଥାଏ ତାଙ୍କୁ କ୍ୟୁଟ୍‌ ସଫ୍ଟ ଟୟ ଉପହାର ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?