Posted inଜାତୀୟ

ବଦଳୁଛି ମେଣ୍ଟ ରାଜନୀତି

ନୂଆଦିଲ୍ଲୀ,୫।୬(ପି.ଟି./ଆଇଏଏନ୍‌ଏସ୍‌): ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ବିଜୟ ଜାତୀୟ ରାଜନୈତିକ ଚିତ୍ରପଟକୁ ବଦଳାଇଦେଇଛି। ଏହାର ପ୍ରଭାବରେ ବିରୋଧୀଙ୍କ ମହାମେଣ୍ଟ ରାଜନୀତିରେ ପରବର୍ତ୍ତନ ଦେଖିବାକୁ ମିଳିଲାଣି। ଉତ୍ତରପ୍ରଦେଶର ୮୦ ଲୋକ ସଭା ଆସନରୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୧୦ ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ୫ ଆସନ ଦଖଲ କରିବା ପରେ ଦୁଇଦଳ ପରସ୍ପରକୁ ଗନ୍ଧେଇବା ଆରମ୍ଭ କଲେଣି। ବିଧାନସଭାର ୧୧ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ମହାମେଣ୍ଟ ପକ୍ଷରୁ ମିଳିତ ପ୍ରାର୍ଥୀ ଦିଆଯିବନାହିଁ। ଉଭୟ ଦଳ ନିଜ ନିଜ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରାଯିବା ପରେ ମହାମେଣ୍ଟ ବସ୍ତୁତଃ ଭାଙ୍ଗିଯାଇଛି। ଏହାସହ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମାସର ମଧୁଚନ୍ଦ୍ରିକାରେ ଭଟ୍ଟା ପଡ଼ିଛି। ଏତିକିବେଳେ ବିହାର ରାଜନୀତିରେ ମଧ୍ୟ ନୂଆ ସମୀକରଣର ଆଭାସ ମିଳିବା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ଉପଯୁକ୍ତ ପ୍ରତିନିଧିତ୍ୱ ନ ମିଳିବା ପରେ ଦଳ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ନିକଟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଭାଜପାରୁ ଜଣଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ ନ କରି ଗୈରିକ ଦଳକୁ କଡ଼ା ସନ୍ଦେଶ ଦେଇଛନ୍ତି। ଏହାସହ ବିରୋଧୀ ମହାମେଣ୍ଟର ସହଯୋଗୀ ଦଳଗୁଡ଼ିକ ପ୍ରତି ତାଙ୍କର ପରିବର୍ତ୍ତିତ ବ୍ୟବହାର ଭିନ୍ନ ସମୀକରଣର ସମ୍ଭାବନା ସୃଷ୍ଟି କରିଛି। ଏଭଳି ସମୟରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ନୀତୀଶଙ୍କୁ ମହାମେଣ୍ଟରେ ଯୋଗଦେବା ପାଇଁ ନିମନ୍ତ୍ରଣ କରି ନରମ ଆଭିମୁଖ୍ୟ ଦେଖାଇଛନ୍ତି। ଆର୍‌ଜେଡିର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ କହିଛନ୍ତି, ଜେଡିୟୁ ସମେତ ଅଣଭାଜପା ଦଳଗୁଡ଼ିକ ଭାଜପା ବିରୋଧରେ ଏକାଠି ହେବା ଉଚିତ। ଜାତୀୟ ସ୍ତରରେ ବିକଳ୍ପ ପାଇଁ ଗୋଟିଏ ମଞ୍ଚ ଗଢ଼ାଯିବା ଦରକାର। ଏପରି କି ଛୋଟ ଦଳଗୁଡ଼ିକ ମଧ୍ୟ ମିଶି ଗୋଟିଏ ପାର୍ଟି ହୋଇ ଭାଜପାକୁ ମୁକାବିଲା କରିବା ଉଚିତ ବୋଲି ସେ ମତଦେଇଛନ୍ତି। ସେହିପରି ହିନ୍ଦୁସ୍ତାନୀ ଆଓ୍ବାମ୍‌ ମୋର୍ଚ୍ଚା (ଏଚ୍‌ଏଏମ୍‌) ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍‌ରାମ ମାଞ୍ଝି ମଧ୍ୟ ନୀତୀଶଙ୍କ ଆଡ଼କୁ ଅଗ୍ରସର ହେଉଥିବା ଦେଖିବାକୁ ମଳିଛି। ସୋମବାର ମାଞ୍ଝିଙ୍କ ଇଫ୍‌ତାର ପାର୍ଟିରେ ନୀତୀଶଙ୍କ ଉପସ୍ଥିତି ଓ ପରସ୍ପରକୁ ପ୍ରଶଂସା ଏହାର ସଙ୍କେତ ଦେଇଛି। ଜେଡିୟୁ ମୁଖ୍ୟ ୪ ବର୍ଷ ତଳେ ତାଙ୍କୁ ଦଳରୁ ବାହାର କରିବାକୁ ନେଇ ମତଭେଦ ରହିଛି। କିନ୍ତୁ ସେବେଠୁ ରାଜନୀତିରେ ଅନେକ ପାଣି ବହିଗଲାଣି ବୋଲି ମାଞ୍ଝି କହିଛନ୍ତି। ଇଫ୍‌ତାର ପାର୍ଟିରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିହାରର ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ପାଳନ ମନ୍ତ୍ରୀ ଗିରିରାଜ ସିଂ ନୀତୀଶଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରିଛନ୍ତି, କେତେ ସୁନ୍ଦର ହୋଇଥାନ୍ତା ଯଦି ସେ ଏତିକି ଆଗ୍ରହ ସହ ନବରାତ୍ରିର ଫଳାହାର ଆୟୋଜନ କରିଥାନ୍ତେ ଏବଂ ସୁନ୍ଦର ସୁନ୍ଦର ଫଟୋ ଆସିଥାନ୍ତା। ଧର୍ମ କର୍ମରେ ଆମେ କାହିଁକି ପଛରେ ପଡ଼ିଯାଉ ଏବଂ ଅନ୍ୟ ପାଇଁ ପ୍ରହସନରେ ଆଗେଇଯାଉ ବୋଲି ଗିରିରାଜ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ନେତା ଚିରାଗ ପାଶ୍ୱାନ ଓ ନୀତୀଶ ଗିରିରାଜଙ୍କ ଉପରେ ବର୍ଷିଛନ୍ତି। ସେପଟେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ମଧ୍ୟ ଗିରିରାଜଙ୍କୁ ଏପରି ନ କରିବାକୁ ଦାଗିଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?