ଆଜି ବିଶ୍ୱ ପରିବେଶ ଦିବସ: ଥୁଣ୍ଟା ରାଜଧାନୀ, ଛାଇ ସ୍ବପ୍ନ

ଭୁବନେଶ୍ୱର,୫ା୬(ବ୍ୟୁରୋ): ମୁର୍ଦ୍ଦାର ପରି ପଡ଼ି ରହିଛି କଟା ଗଣ୍ଡି। ଚାରିଆଡେ ଦେଖିବାକୁ ମିଳୁଛି ଭଙ୍ଗା ଗଛ। ଆକାଶକୁ ଚାହିଁ ରହିଛି ବଞ୍ଚତ୍ୟାଇଥିବା ଗଛର ଖେଣ୍ଟା ଡାଳ। ବାତ୍ୟା ‘ଫନୀ’ ସବୁଜିମାକୁ ଉଜାଡ଼ିଦେବା ପରେ ଏବେ ଥୁଣ୍ଟା ପାଲଟିଯାଇଛି ପୂରା ରାଜଧାନୀ। ମାସକ ପରେ ଥୁଣ୍ଟା ଡାଳକୁ କଅଁଳୁଛି ପତ୍ର। ହେଲେ ସ୍ବପ୍ନ ପାଲଟିଯାଇଛି ଛାଇ। ଛାଇ ଟିକେ ପାଇଁ ବାଟୋଇଙ୍କଠାରୁ ଅସହାୟ ମଣିଷ, ପଶୁପକ୍ଷୀ ସମସ୍ତେ ବ୍ୟାକୁଳ। ବୁଧବାର ବିଶ୍ୱ ପରିବେଶ ଦିବସ ସବୁଜିମାଭରା ପରିବେଶ ପାଇଁ ଆଣିଛି ବଡ଼ ଆହ୍ବାନ।
୧୯୭୩ରୁ ଜୁନ ୫କୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଭୁବନେଶ୍ୱରରେ ମହାଆଡ଼ମ୍ବରରେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ପ୍ରଳୟଙ୍କାରୀ ବାତ୍ୟା ‘ଫନୀ’ ଭୁବନେଶ୍ୱରର ସବୁଜିମା ପରିବେଶକୁ ସମ୍ପୂର୍ଣ୍ଣ ଧୋଇ ନେଇଛି। ନା ଗଛ ଅଛି ନାହିଁ ଟିକିଏ ଛାଇ ମିଳିପାରୁଛି। ରାସ୍ତା କଡ଼ ହେଉ କି ପାର୍କ, ଜଙ୍ଗଲ ହେଉକି କଲୋନୀର ବାରିବଗିଚା ସବୁଠି ବ୍ୟାପକ ଭାବେ ବୃକ୍ଷସମ୍ପଦର କ୍ଷୟକ୍ଷତି ଘଟିଛି। ଆବଶ୍ୟକ ପରିମାଣର ଗଛ ନ ଥିବାରୁ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରୌଦ୍ରତାପ ସିଧାସଳଖ ମାଟିକୁ ଛୁଉଁଛି। ଫଳରେ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଓ ତାତି ଅନୁଭବ ହେଉଛି। ତେଣୁ ଜଙ୍ଗଲ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ସହ ବହୁ ସାମାଜିକ ଅନୁଷ୍ଠାନ ଭୁବନେଶ୍ୱରର ସବୁଜ ପରିବେଶକୁ ଫେରାଇ ଆଣିବାକୁ କସରତ ଆରମ୍ଭ କରିଦେଇଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ସାମାନ୍ୟ କ୍ଷତିଗ୍ରସ୍ତ ଗଛଗୁଡ଼ିକର ପୁନରୁଦ୍ଧାର କରାଯାଉଛି। ଗୋଟିଏ ନୂଆ ଗଛକୁ ରୋପଣ କରି ୮ରୁ ୧୦ବର୍ଷ ରକ୍ଷଣାବେକ୍ଷଣ କରିବା ଅପେକ୍ଷା ଯେତେ ସମ୍ଭବ ଅଧା ଉପୁଡ଼ିଥିବା ଗଛଗୁଡ଼ିକୁ ପୁନଃସ୍ଥାପିତ କରିବାରେ ବିଭାଗୀୟ କର୍ମଚାରୀ ଲାଗି ପଡ଼ିଛନ୍ତି।

ପାଣି ନ ପାଇ ଶୁଖିଲାଣି ସୌନ୍ଦର୍ଯ୍ୟକରଣ ଗଛ
ହକି ବିଶ୍ୱକପ୍‌ ସମୟରେ ସହରର ସୌନ୍ଦର୍ଯ୍ୟକରଣ ଲାଗି ବିଭିନ୍ନ ସ୍ଥାନରେ ଫୁଲ ଓ ଅନ୍ୟ ଗଛ ଲଗାଯାଇଥିଲା। ବିଡିଓ ଓ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସସିଏଲ)କୁ ଏହାର ରକ୍ଷଣବେକ୍ଷଣ ଦାୟିତ୍ୱ ଦିଆଯାଇଥିଲା। ହେଲେ ବିଶ୍ୱକପ୍‌ ପରେ ସବୁଦାୟିତ୍ୱ ଭୁଲିଗଲେ ଅଧିକାରୀ। ବାତ୍ୟାରେ ଅଧିକାଂଶ କ୍ଷତିଗ୍ରସ୍ତ ହେଲା। ରହିଯାଇଥିବା ଛୋଟ ଗଛ ଓ ଘାସ ଏବେ ପାଣି ନ ପାଇ ଶୁଖିଯାଇଛି। ଏନେଇ ବିଏସ୍‌ସିଏଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଫନୀ ପରେ ଜଳସମସ୍ୟା ଦେଖାଯିବାରୁଏପରି ହୋଇଛି। ସେଗୁଡ଼ିକ ଗୁଳ୍ମ ଜାତିର ହୋଇଥିବାରୁ ଅସହ୍ୟ ଖରା ସହିପାରିଲେନି। ତେବେ ପାଣି ଦେବା ଓ ସଂରକ୍ଷଣ ଦାୟିତ୍ୱ ବିଏମ୍‌ସିକୁ ହସ୍ତାନ୍ତର କରାଯାଇଥିବା କହି ଏଏସ୍‌ସିଏଲ୍‌ ଅଧିକାରୀ ଦୋଷକୁ ଏଡ଼ାଇଛନ୍ତି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ

ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା…

‘ମୋତେ ଏବେ ହିଁ ନିଦ ଲାଗୁଛି…’, ପ୍ରଥମ ମ୍ୟାଚ ଜିତିବା ପରେ କାହିଁକି ଏମିତି କହିଲେ ଶ୍ରେୟସ ଆୟର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ପରେ ଶ୍ରେୟସ ଆୟର କହିଥିଲେ ଯେ ସେ ଏକ ଶତକ ହାସଲ କରିବାକୁ ସ୍ବପ୍ନ ଦେଖୁଥିଲେ ଏବଂ ସେହି…

ଟେଷ୍ଟ, ଦିନିକିଆ, ଟି-୨୦ ତିନୋଟିଯାକ ଫର୍ମାଟରେ ଶତକ ହାସଲ କରି ଏମିତି ଯୋଗ୍ୟତା ଅର୍ଜନ କଲେ ଏହି ଭାରତୀୟ ଖେଳାଳି, ଛୁଟୁଛି ପ୍ରଶଂସା

ନୂଆଦିଲ୍ଲୀ,୭।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଇତିହାସ ସୃଷ୍ଟି କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟର ତିନୋଟିଯାକ ଫର୍ମାଟରେ ଶତକ ହାସଲ କରିବାରେ…

ଶହୀଦ ଭି. ତେଜାଙ୍କୁ ଦିଆଗଲା ଗାର୍ଡ ଅଫ୍‌ ଅନର

ରାୟଗଡା, ୭।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଶହୀହ ହୋଇଥିବା ଭି.ତେଜାଙ୍କୁ ତାଙ୍କ ବାସଭବନରେ ଆଜି ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି I ଗାର୍ଡ ଅଫ ହନର…

ଛାତ୍ର ସଂସଦ ନିର୍ବାଚନ: ପୁଅଙ୍କୁ ପଛରେ ପକାଇ ମଇଦାନରେ ଝିଅ ଆଗୁଆ

ପୁରୁଷୋତ୍ତମପୁର,୭ା୧୦(ସବିତା ମିଶ୍ର): ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ପୁଣି ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଥିବାରୁ ଏହାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ…

‘ଇତିହାସ ସର୍ବଦା…’: ଅଜିତ ଅଗରକରଙ୍କୁ ବିଦାୟ ଜଣାଇ ଏମିତି କ’ଣ କହିଲେ ଗୌତମ ଗମ୍ଭୀର, ଓଦା ହୋଇଯାଉଛି ଆଖି!

ନୂଆଦୀଲ୍ଲୀ,୭।୧୦: ଗୌତମ ଗମ୍ଭୀର ଅଜିତ ଅଗରକରଙ୍କ ପାଇଁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ବାର୍ତ୍ତା ଲେଖିଛନ୍ତି, ଯିଏ ନିକଟରେ ମୁଖ୍ୟ ଚୟନକର୍ତ୍ତା (Chief Selector) ଭାବରେ ନିଜର କାର୍ଯ୍ୟକାଳ…

ପରସ୍ପର ସହ ଆଖି ମିଳାଇଲେ ନାହିଁ ସ୍ମୃତି ମନ୍ଧାନା-ହରମନପ୍ରୀତ କୌର ; ଡ୍ରେସିଂ ରୁମର ପରିବେଶକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୭।୧୦: ମଙ୍ଗଳବାର ଭାରତୀୟ ମହିଳା କ୍ରିକେଟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦରୁ ଓହରି ଯାଇଥିଲେ ଏବଂ ଏହା…

ମଧ୍ୟାହ୍ନଭୋଜନରେ ଅନୟମିତତା: ବିଦ୍ୟାଳୟ ଉପସ୍ଥାନ ଖାତାରେ ଅଧିକ ପିଲା, ବାସ୍ତବରେ କମ୍‌

ଝରିଗାଁ,୭ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ସରକାରୀ ସ୍କୁଲରେ ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ବେଳେ କିଛି ଛାତ୍ରୀଛାତ୍ର ସେହି ଭୋଜନ ଖାଉ ନାହାନ୍ତି। ଏପରିକି ଯେଉଁ ପିଲାମାନେ ଅଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?