Posted inଜାତୀୟ

ବଦଳୁଛି ମେଣ୍ଟ ରାଜନୀତି

ନୂଆଦିଲ୍ଲୀ,୫।୬(ପି.ଟି./ଆଇଏଏନ୍‌ଏସ୍‌): ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ବିଜୟ ଜାତୀୟ ରାଜନୈତିକ ଚିତ୍ରପଟକୁ ବଦଳାଇଦେଇଛି। ଏହାର ପ୍ରଭାବରେ ବିରୋଧୀଙ୍କ ମହାମେଣ୍ଟ ରାଜନୀତିରେ ପରବର୍ତ୍ତନ ଦେଖିବାକୁ ମିଳିଲାଣି। ଉତ୍ତରପ୍ରଦେଶର ୮୦ ଲୋକ ସଭା ଆସନରୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ୧୦ ଏବଂ ସମାଜବାଦୀ ପାର୍ଟି (ଏସ୍‌ପି) ୫ ଆସନ ଦଖଲ କରିବା ପରେ ଦୁଇଦଳ ପରସ୍ପରକୁ ଗନ୍ଧେଇବା ଆରମ୍ଭ କଲେଣି। ବିଧାନସଭାର ୧୧ ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନରେ ମହାମେଣ୍ଟ ପକ୍ଷରୁ ମିଳିତ ପ୍ରାର୍ଥୀ ଦିଆଯିବନାହିଁ। ଉଭୟ ଦଳ ନିଜ ନିଜ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରାଯିବା ପରେ ମହାମେଣ୍ଟ ବସ୍ତୁତଃ ଭାଙ୍ଗିଯାଇଛି। ଏହାସହ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମାସର ମଧୁଚନ୍ଦ୍ରିକାରେ ଭଟ୍ଟା ପଡ଼ିଛି। ଏତିକିବେଳେ ବିହାର ରାଜନୀତିରେ ମଧ୍ୟ ନୂଆ ସମୀକରଣର ଆଭାସ ମିଳିବା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ)କୁ ଉପଯୁକ୍ତ ପ୍ରତିନିଧିତ୍ୱ ନ ମିଳିବା ପରେ ଦଳ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ ନିକଟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଭାଜପାରୁ ଜଣଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ ନ କରି ଗୈରିକ ଦଳକୁ କଡ଼ା ସନ୍ଦେଶ ଦେଇଛନ୍ତି। ଏହାସହ ବିରୋଧୀ ମହାମେଣ୍ଟର ସହଯୋଗୀ ଦଳଗୁଡ଼ିକ ପ୍ରତି ତାଙ୍କର ପରିବର୍ତ୍ତିତ ବ୍ୟବହାର ଭିନ୍ନ ସମୀକରଣର ସମ୍ଭାବନା ସୃଷ୍ଟି କରିଛି। ଏଭଳି ସମୟରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ନୀତୀଶଙ୍କୁ ମହାମେଣ୍ଟରେ ଯୋଗଦେବା ପାଇଁ ନିମନ୍ତ୍ରଣ କରି ନରମ ଆଭିମୁଖ୍ୟ ଦେଖାଇଛନ୍ତି। ଆର୍‌ଜେଡିର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂ କହିଛନ୍ତି, ଜେଡିୟୁ ସମେତ ଅଣଭାଜପା ଦଳଗୁଡ଼ିକ ଭାଜପା ବିରୋଧରେ ଏକାଠି ହେବା ଉଚିତ। ଜାତୀୟ ସ୍ତରରେ ବିକଳ୍ପ ପାଇଁ ଗୋଟିଏ ମଞ୍ଚ ଗଢ଼ାଯିବା ଦରକାର। ଏପରି କି ଛୋଟ ଦଳଗୁଡ଼ିକ ମଧ୍ୟ ମିଶି ଗୋଟିଏ ପାର୍ଟି ହୋଇ ଭାଜପାକୁ ମୁକାବିଲା କରିବା ଉଚିତ ବୋଲି ସେ ମତଦେଇଛନ୍ତି। ସେହିପରି ହିନ୍ଦୁସ୍ତାନୀ ଆଓ୍ବାମ୍‌ ମୋର୍ଚ୍ଚା (ଏଚ୍‌ଏଏମ୍‌) ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍‌ରାମ ମାଞ୍ଝି ମଧ୍ୟ ନୀତୀଶଙ୍କ ଆଡ଼କୁ ଅଗ୍ରସର ହେଉଥିବା ଦେଖିବାକୁ ମଳିଛି। ସୋମବାର ମାଞ୍ଝିଙ୍କ ଇଫ୍‌ତାର ପାର୍ଟିରେ ନୀତୀଶଙ୍କ ଉପସ୍ଥିତି ଓ ପରସ୍ପରକୁ ପ୍ରଶଂସା ଏହାର ସଙ୍କେତ ଦେଇଛି। ଜେଡିୟୁ ମୁଖ୍ୟ ୪ ବର୍ଷ ତଳେ ତାଙ୍କୁ ଦଳରୁ ବାହାର କରିବାକୁ ନେଇ ମତଭେଦ ରହିଛି। କିନ୍ତୁ ସେବେଠୁ ରାଜନୀତିରେ ଅନେକ ପାଣି ବହିଗଲାଣି ବୋଲି ମାଞ୍ଝି କହିଛନ୍ତି। ଇଫ୍‌ତାର ପାର୍ଟିରେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିହାରର ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ପାଳନ ମନ୍ତ୍ରୀ ଗିରିରାଜ ସିଂ ନୀତୀଶଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରିଛନ୍ତି, କେତେ ସୁନ୍ଦର ହୋଇଥାନ୍ତା ଯଦି ସେ ଏତିକି ଆଗ୍ରହ ସହ ନବରାତ୍ରିର ଫଳାହାର ଆୟୋଜନ କରିଥାନ୍ତେ ଏବଂ ସୁନ୍ଦର ସୁନ୍ଦର ଫଟୋ ଆସିଥାନ୍ତା। ଧର୍ମ କର୍ମରେ ଆମେ କାହିଁକି ପଛରେ ପଡ଼ିଯାଉ ଏବଂ ଅନ୍ୟ ପାଇଁ ପ୍ରହସନରେ ଆଗେଇଯାଉ ବୋଲି ଗିରିରାଜ ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ନେତା ଚିରାଗ ପାଶ୍ୱାନ ଓ ନୀତୀଶ ଗିରିରାଜଙ୍କ ଉପରେ ବର୍ଷିଛନ୍ତି। ସେପଟେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ମଧ୍ୟ ଗିରିରାଜଙ୍କୁ ଏପରି ନ କରିବାକୁ ଦାଗିଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri