ବଦଳିଲେ ଟାଉନ ଥାନା ଅଧିକାରୀ

ବାରିପଦା ଅଫିସ,୭ା୧- ଦୀର୍ଘ ଦିନର ଦାବି ପରେ ବାରିପଦା ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକ ବଦଳିଛନ୍ତି। ତାଙ୍କ ସ୍ଥାନରେ ବହଳଦା ଥାନା ଇନ୍ସପେକ୍ଟର ବୀରେନ୍ଦ୍ର ସେନାପତି ସୋମବାର ଟାଉନଥାନାର ନୂତନ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ଏଠାରେ କାର୍ଯ୍ୟରତ ଇନ୍ସପେକ୍ଟର ନାୟକଙ୍କୁ ବେତନଟୀ ଥାନାକୁ ବଦଳି କରାଯାଇଛି। ବାରିପଦା ଟାଉନ ଥାନା ଅଞ୍ଚଳରେ ଚୋରି, ଡକାୟତି ଭଳି ଘଟଣା ନିୟମିତ ଘଟୁଥିଲା । ହେଲେ ଟାଉନ ଥାନା ପୋଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇ ପାରୁ ନ ଥିଲା । ଫଳରେ ଥାନା ଅଧିକାରୀ ନାୟକଙ୍କ ବଦଳି ଦାବି ଜୋର ଧରିଥିଲା । ଗତ ଡିସେମ୍ବର ୧୨ ତାରିଖରେ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଜିଲାର ବିଭିନ୍ନ ଥାନା ସହିତ ବାରିପଦା ଟାଉନ ଥାନା ଅଧିକାରୀ ନାୟକଙ୍କୁ ବଦଳି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ଅଘଟଣ, ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri