ବଦଳିବ ଅନୁଗୋଳ ଷ୍ଟାଡିୟମ ରୂପ:ଭିତ୍ତିଭୂମି ପରଖିଲେ ଆର୍କିଟେକଚର୍‌

ଅନୁଗୋଳ ଅଫିସ, ୧୩।୮

ବଦଳିବ ଅନୁଗୋଳ ଷ୍ଟାଡିୟମ ରୂପରେଖ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହାର ନବକଳେବର କରାଯିବ। ଏଥିସହ ବିଭିନ୍ନ ଖେଳ ସୁବିଧାରେ ଏଠାରେ ଯେପରି ଆୟୋଜନ ହୋଇପାରିବ ସେ ନେଇ ମଧ୍ୟ ବିଚାର କରାଯିବ। ଏ ନେଇ ଭିତ୍ତିଭୂମି ପରଖିବା କାର୍ଯ୍ୟ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆର୍କିଟେକଚର ଗୋପୀନାଥ ରଣା ସୋମବାର ଅନୁଗୋଳ ଷ୍ଟାଡିୟମ ଆସି ପରିଦର୍ଶନ କରି ଫେରିଛନ୍ତି। ତାଙ୍କ ସହ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।
ଅନୁଗୋଳ ଷ୍ଟାଡିୟମ ପୁରୁଣା ଗ୍ୟାଲେରିକୁ ପୂର୍ବରୁ ଅସୁରକ୍ଷିତ ଘୋଷଣା କରାଯାଇଛି। ହେଲେ ଏହାର ମରାମତି ନିମନ୍ତେ ପ୍ରଶାସନିକସ୍ତରରେ ଟଣା ଓଟରା ଜାରି ରହିଛି। ତେବେ ସୋମବାର ଭୁବନେଶ୍ୱରରୁ ଆସିଥିବା ଆର୍କିଟେକଚର ଷ୍ଟାଡିୟମର ଭିତ୍ତିଭୂମି ପରଖିବା ପରେ ଏହାର ନବକଳେବର ନେଇ ଆଶା ସୃଷ୍ଟି ହୋଇଛି। ଅସୁରକ୍ଷିତ ଥିବା ପୁରୁଣା ଗ୍ୟାଲେରିକୁ ସମ୍ପୂର୍ଣ୍ଣ ଭାବେ ଭଙ୍ଗାଯିବା ପରେ ନିର୍ମାଣ ପାଇଁ ବ୍ୟବସ୍ଥା ହେବ ବୋଲି ତାଳଚେର ବିଧାୟକ ପ୍ରଧାନ ସୂଚନା ଦେଇଛନ୍ତି। ଏଥିସହ ନୂଆ ଗ୍ୟାଲେରିର କ୍ଷମତା ଓ ଏହା କେତେ ସୁରକ୍ଷିତ ତାହାର ଯାଞ୍ଚ ଏକ ଇଞ୍ଜିନିୟରିଂ ଟିମ୍‌ କରିବେ। ଏହାପରେ ଉକ୍ତ ଗ୍ୟାଲେରି ରହିବ ନା ଭଙ୍ଗାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଧାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଦୋହଲାଇଦେଲା ବିଦ୍ୟାଳୟ ଭିତ୍ତିଭୂମି: ସପ୍ତାହେ ପରେ ଖରାଛୁଟି ସରିବ

ବାଲିଆ,୯।୬: ଫନୀ ବାତ୍ୟାରେ ବିରିଡ଼ି ବ୍ଲକରେ ଥିବା କେତେକ ବ୍ଲକଗ୍ରାଣ୍ଟ ବିଦ୍ୟାଳୟର ଭିତ୍ତିଭୂମି ସମ୍ପୂର୍ଣ୍ଣ ଦୋହଲିଯାଇଛି। ବିଦ୍ୟାଳୟଗୁଡିକର ଶ୍ରେଣୀଗୃହ ଆଜବେଷ୍ଟସ ଭାଙ୍ଗିଯାଇଥିବାବେଳେ ବାତ୍ୟାର ୧ ମାସ...

ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନରୁ ବଞ୍ଚିତ ହେଲେ ସହସ୍ରାଧିକ ଶ୍ରଦ୍ଧାଳୁ

ପୁରୀ ଅଫିସ,୮।୭: ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନରୁ ଶୁକ୍ରବାର ବଞ୍ଚିତ ହୋଇଛନ୍ତି ସହସ୍ରାଧିକ ଶ୍ରଦ୍ଧାଳୁ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବାହୁଡ଼ା ଯାତ୍ରା...

ରାଉରକେଲାରେ ନାବାଳିକାଙ୍କୁ ବଳାତ୍କାର

ରାଉରକେଲା ଅଫିସ,୧୪।୪: ବିସ୍କୁଟ ଆଣିବା ପାଇଁ ଦୋକାନକୁ ଯାଇଥିବା ବେଳେ ଷ୍ଟିଲ ସିଟି ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳର ଜଣେ ନାବାଳିକା(୧୨ବର୍ଷ)ଙ୍କୁ ବଳାତ୍କାର କରାଯାଇଛି। ଏ...

ଗୋରୁ ଗୋଠ ଉପରେ ବଜ୍ରପାତ

ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।...

ଜବରଦଖଲ ଉଚ୍ଛେଦ

  ଦଶପଲ୍ଲା,୧୫ା୧୨(ଡି.ଏନ୍‌.ଏ.): ଦଶପଲ୍ଲା ରାଜଲକ୍ଷ୍ମୀ କଲୋନୀରେ ବହୁ ସରକାରୀ ଜାଗା ଜବରଦଖଲରେ ରହିଥିଲା। ଶନିବାର ଦଶପଲ୍ଲା ତହସିଲଦାର ପ୍ରମୋଦ କୁମାର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜବରଦଖଲ...

ମାର୍କେଟ ବିଲ୍ଡିଂରେ ଉଠାଦୋକାନୀଙ୍କୁ ନେଇ ଅସନ୍ତୋଷ

ଭୁବନେଶ୍ୱର,୨୮।୨ (ବ୍ୟୁରୋ): ଉଠା ଦୋକାନୀ ଓ ମାର୍କେଟ ବିଲ୍ଡିଂ ଦୋକାନୀଙ୍କ ମଧ୍ୟରେ ପୁଣି ଥରେ କନ୍ଦଳ ଆରମ୍ଭ ହୋଇ ଯାଇଛି। ଉଠାଦୋକାନୀଙ୍କ ପ୍ରାଦୁର୍ଭାବରେ ବ୍ୟତିବ୍ୟସ୍ତ ହୋଇ...

ବର୍ଷାରେ ଭାଙ୍ଗିଲା ଚାଷୀ ମନୋବଳ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚଳିତ ବର୍ଷ ଓଡ଼ିଶାର ଚାଷ ଓ ଚାଷୀଙ୍କ ପାଇଁ କୌଣସି ଦୃଷ୍ଟିରୁ ଶୁଭଙ୍କର ହୋଇପାରିନାହିଁ। ଚାଷ କାର୍ଯ୍ୟ ଆରମ୍ଭରୁ ମୌସୁମୀର ଅନିୟମିତତା ଯୋଗୁ ତଳି...

CORONAVIRUS UPDATE: ପୁଣି ୧,୨୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ,୪୬୨ ସ୍ଥାନୀୟ ଅଞ୍ଚଳର

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ପୁଣି ୧,୨୧୫ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୧୦୭କୁ ବୃଦ୍ଧି ପାଇଥିବା...

Advertisement
Archives

Model This Week