Advertisement

ବଣବୁଦା ସଫେଇ ନଁ। ରେ ଗଛ କଟା

ଚମ୍ପୁଆ, ୭ା୧୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନରେ ବନ ବିଭାଗ ପକ୍ଷରୁ ବଣବୁଦା ସଫା ନାମରେ ଶାଳ ଆଦି ଗଛ କଟାଯାଉଥିବାରୁ ଏହାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ସବୁଆଡ଼େ ବନ ସମ୍ପଦ କ୍ଷୟ ହେଉଥିବା ବେଳେ ସତର୍କତା ଅବଲମ୍ବନ ନ କରି ଏଭଳି ଗଛ କଟାଯିବା ପରିବେଶ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।
ସମ୍ପ୍ରତି ଜଙ୍ଗଲ ମଧ୍ୟରେ ଅନାବନା ବଣବୁଦା ସଫେଇ କରିବା ଆଳରେ ବନ ବିଭାଗ ପକ୍ଷରୁ ଶ୍ରୀଧରପୁର, କଇଁତା, ପତଳା ଆଦି ଅଞ୍ଚଳରେ ଏକ ସପ୍ତାହେ ହେବ ଗଛ କଟାଯାଉଛି। ଏପରି କି ଏହି କାର୍ଯ୍ୟରେ ବୃକ୍ଷ ଚିହ୍ନି ନ ଥିବା ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବାରୁ ବହୁ ଔଷଧୀୟ ଲତା ଓ ଅନ୍ୟ ଗଛ ନଷ୍ଟ ହେଉଛି। ଏହି ଖଣି ଖାଦାନଭରା ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି ପରିବେଶର ସନ୍ତୁଳନ ରକ୍ଷା କରିବା ବଦଳରେ ବନ ବିଭାଗର ଅନ୍ଧାଧୁନିଆ ଗଛକଟା ନେଇ ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ରମାକାନ୍ତ ପ୍ରଧାନ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ସହଯୋଗକ୍ରମେ ଚମ୍ପୁଆ ବ୍ଲକର ଜଙ୍ଗଲ ସୁରକ୍ଷା ନେଇ ସଚେତନତା ବୃଦ୍ଧି ପାଇଛି। ସ୍ଥାନୀୟ ଜଙ୍ଗଲରେ ବହୁ ଔଷଧୀୟ ବୃକ୍ଷ ରହିଥିବାରୁ ସେଥିରୁ ନାନା ଔଷଧ ପ୍ରସ୍ତୁତ କରାଯାଉଛି। ଏଣୁ ମୂଲ୍ୟବାନ ତଥା ଔଷଧୀୟ ଗଛ ନଷ୍ଟ ନ ହେବା ଉଚିତ। ଜାମୁଦଲକ ସରପଞ୍ଚ ରମେଶ ମୁଣ୍ଡା କହିଛନ୍ତି ଯେ, ଏ ଅଞ୍ଚଳର ଲୋକେ ବାପା ଦାଦା ଅମଳରୁ ଘରପିଛା ଧାନ ସଂଗ୍ରହ କରି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିଲେ। ଏବେ ବନ ବିଭାଗ ନୂଆ ଜଙ୍ଗଲ ସୃଷ୍ଟି କରିପାରୁ ନ ଥିବା ବେଳେ ଜଙ୍ଗଲ ସମ୍ପଦ ନଷ୍ଟ କରିବା ଠିକ୍‌ ନୁହେଁ। ଓଡ଼ିଶା ଜନସେବା ସଙ୍ଗଠନ ରାଜ୍ୟ ସମ୍ପାଦକ ମହେନ୍ଦ୍ର ଗିରି କହିଛନ୍ତି ଯେ, ଜଙ୍ଗଲ ଭଳି ମୂଲ୍ୟବାନ ସମ୍ପତ୍ତିିର ସୁରକ୍ଷା ଗ୍ରାମବାସୀଙ୍କ ହାତରେ ରହିଥିବା ବେଳେ ସେମାନଙ୍କୁ ଅଣଦେଖା କରି ଜଙ୍ଗଲ ସଫେଇ ଆଳରେ ହେଉଥିବା ଗଛକଟା ବନ୍ଦ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚାରେ ଶୋଇଥିଲେ ଯୁବକ, ରାତିରେ ଆସିିଲା ହାତୀ…

ଝୁମ୍ପୁରା/କେନ୍ଦୁଝର,୨୭।୯(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ବାଲିବନ୍ଧ ବନାଞ୍ଚଳ ଅଧୀନ ଜଙ୍ଗଲ ପାର୍ଶ୍ୱ ଗ୍ରାମ ପୁରୁଣାପାଣିରେ ସୋମବାର ଭୋରରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ...

ପତ୍ନୀହନ୍ତା ସ୍ବାମୀ ଗିରଫ

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣିଘାଟି ପଞ୍ଚାୟତ ଜାମୁଳେଇ ବେଡା ଗ୍ରାମର ପତ୍ନୀହନ୍ତା ସ୍ବାମୀଙ୍କୁ ଘଟଗାଁ ପୋଲିସ ଗିରଫ କରିଛି। ଏହାପରେ...

ରାସ୍ତାରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍‌

ବଡ଼ବିଲ,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଭଦ୍ରାସାହି-ଗୁଆଲି ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କଠାରେ ଏକ ଲୁହାପଥର ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,...

ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିଆଁ

କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଆବର୍ଜନା ପରିଚାଳନା କେନ୍ଦ୍ରରେ ଶନିବାର ହଠାତ୍‌ ନିଆଁ ଲାଗିଯିବାରୁ ଆବର୍ଜନା ପୋଡ଼ିଯିବା ସହ ବିଦ୍ୟୁତ୍‌ତାର, କେବୁଲ...

ନଣ୍ଡାବର-ପୁରୁମୁଣ୍ଡା ରାସ୍ତା ବିପର୍ଯ୍ୟସ୍ତ

କେନ୍ଦୁଝର, ୫।୫(ସ୍ବ.ପ୍ର.) କେନ୍ଦୁଝର ଜିଲାର ବିଭିନ୍ନ ମୁଖ୍ୟ ସଡ଼କ ସହ ଆଭ୍ୟନ୍ତରୀଣ ସଡ଼କଗୁଡିକ ଏବେ ମରଣଯନ୍ତାରେ ପରିଣତ ହୋଇଛି। ପିଚୁ ଓ ପକ୍କା ରାସ୍ତାଗୁଡିକରେ ଆଣ୍ଠୁଏ ଲେଖାଏ...

୧୨,୫୦୦ ଫୁଟ୍‌ ଉଚ୍ଚତାରେ ଉଡ଼ିଲା ଦୀର୍ଘତମ ତ୍ରିରଙ୍ଗା

କେନ୍ଦୁଝର, ୨୨।୭ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥର ବରଫାବୃତ୍ତ ପର୍ବତ ଉପରେ ଉଡ଼ିଛି ବିଶ୍ୱର ଦୀର୍ଘତମ ତ୍ରିରଙ୍ଗା ପତାକା। ଏଭଳି ଦୁଃସାହସିକ କାର୍ଯ୍ୟ କରି ୱାଲର୍‌ଡ ୱାଇଡ୍‌...

ପିଅନଙ୍କ ହତ୍ୟା ପଛରେ ପରକୀୟା ପ୍ରୀତି

କେନ୍ଦୁଝର,୫।୧୨(ସ୍ବ.ପ୍ର.): କେନ୍ଦୁଝର ପଣ୍ଡାପଡା ଥାନା ଅନ୍ତର୍ଗତ ବଡକମଣ୍ଡରା ଗ୍ରାମରେ ସ୍କୁଲ ପିଅନ ନିରଞ୍ଜନ ନାଏକଙ୍କ ମୃତଦେହ ଶନିବାର ଏକ କୂଅରୁ ମିଳିଥିଲା। ତାଙ୍କୁ ହତ୍ୟା କରି...

ସୂଚନା ଫଳକରେ ସୀମିତ ଡିଏମ୍‌ଏଫ୍‌ ରାସ୍ତା

କେନ୍ଦୁଝର,୧୮ା୧୦(ସ୍ବ.ପ୍ର.): ଖଣି ପ୍ରଭାବିତ ଲୋକ ତଥା ଅଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ବିଭିନ୍ନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ...

Advertisement
Archives

Model This Week