ବଢ଼ୁନି ଏସ୍କାଲେଶନ ଫି’: ଅଡୁଆରେ ଠିକା ସଂସ୍ଥା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୨୦୧୩-୧୪ରେ ସଫେଇ କର୍ମଚାରୀଙ୍କ ମଜୁରି ୧୫୦ ଟଙ୍କା ଧାର୍ଯ୍ୟ କରିଥିଲା। ଇତିମଧ୍ୟରେ ୬ବର୍ଷ ବିତିଥିଲେ ମଧ୍ୟ ତାହା ଏବେ ବି ବଳବତ୍ତର ରହିଛି। ବିଏମ୍‌ସି ଏସ୍କାଲେଶନ ଫି’ ବୃଦ୍ଧି କରୁ ନ ଥିବାରୁ ଠିକା ସଂସ୍ଥା ସଫେଇ କର୍ମଚାରୀଙ୍କୁ ବର୍ଦ୍ଧିତ ମଜୁରି ଦେଇପାରୁ ନାହାନ୍ତି। ଅନ୍ୟପଟେ ଏସ୍କାଲେଶନ ଫି’ ନ ବଢ଼ିଲେ ମଧ୍ୟ ଘରୋଇ ସଂସ୍ଥା ସଫେଇ କର୍ମଚାରୀଙ୍କୁ ଦୈନିକ ମଜୁରି, ଇପିଏଫ, ଇଏସ୍‌ଆଇ ବାବଦରେ ମୋଟ ୨୭୦ ଟଙ୍କା ପ୍ରଦାନ କରୁଛନ୍ତି। ଏଥିଯୋଗୁ ସଂସ୍ଥାଗୁଡିକୁ ଅଧିକ ଆର୍ଥିକ ବୋଝ ବୋହିବାକୁ ପଡୁଛି। ଏହାସତ୍ତ୍ୱେ ମଧ୍ୟ ସଫେଇ କର୍ମଚାରୀମାନେ ମଜୁରି ବୃଦ୍ଧି ଦାବିରେ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ବିଏମ୍‌ସି କିନ୍ତୁ ଏହା ଶୁଣୁ ନ ଥିବାରୁ ଠିକା ସଂସ୍ଥାଗୁଡ଼ିକ ଅଡୁଆରେ ପଡୁଛନ୍ତି। ଚୁକ୍ତି ଅନୁଯାୟୀ ବିଏମ୍‌ସି ପକ୍ଷରୁ ଘରୋଇ ସଂସ୍ଥାଗୁଡିକୁ ଅଳିଆ ଟନ ପିଛା ୨୫ଶହ ଟଙ୍କା ଦିଆଯାଉଛି। ସେଥିରୁ ୧୨୫୦ଟଙ୍କା ଶ୍ରମିକ ମଜୁରି ବାବଦରେ ଖର୍ଚ୍ଚ କରିବାକୁ ପଡ଼ିବ। ଏହାକୁ ହିସାବକୁ ନେଲେ ସଫେଇ କର୍ମଚାରୀଙ୍କୁ ଦୈନକ ମଜୁରି ବାବଦରେ ୧୫୦ଟଙ୍କା ଦିଆଯିବ କଥା। ମଙ୍ଗଳବାର ନୂଆପଲ୍ଲୀର ୱାର୍ଡ ନଂ. ୩୭, ୩୮, ୩୯ର ପ୍ରାୟ ୮୦ଜଣ ସଫେଇ କର୍ମଚାରୀ ମଜୁରି ବୃଦ୍ଧି ଦାବିରେ ସ୍ଥାନୀୟ ଦେବରାୟ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ। ଏନେଇ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ ଠିକାସଂସ୍ଥା ଜାଗୃତି ଏବଂ ରାମ୍‌କୀଠାରୁ ଠିକ୍‌ ଭାବେ ମଜୁରୀ ମିଳୁ ନ ଥିବା ଅଭିଯୋଗ କରି ସଫେଇ କର୍ମଚାରୀମାନେ ଧାରଣା ଦେଇଥିବା ଉଲ୍ଲେଖ ହୋଇଥିଲା। ତେବେ ଉପରୋକ୍ତ ୩ଟିି ଓ୍ବାର୍ଡର ସଫେଇ ଦାୟିତ୍ୱ ରାମ୍‌କୀ ଠିକାସଂସ୍ଥା ନେଇଥିବାବେଳେ ଜାଗୃତି ନାମ ଭୂଲ୍‌ବଶଃତ ଉଲ୍ଲେଖ ରହିଥିଲା। ତେବେ ଉକ୍ତ ଓ୍ବାର୍ଡର ସଫେଇ କାର୍ଯ୍ୟ କିମ୍ବା କର୍ମଚାରୀଙ୍କ ମଜୁୁରି ଠକେଇରେ ଜାଗୃତି ଠିକା ସଂସ୍ଥାର କାୈଣସି ଭୂମିକା ନାହିଁ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକ୍, ଅନଶନ ସମାପ୍ତ କରିବାକୁ ରଖିଲେ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରୁ ସରକାରଙ୍କୁ ଚିଠି ଲେଖିଛନ୍ତି ସୋନମ ୱାଙ୍ଗଚୁକ୍ । ଅନଶନ ସମାପ୍ତ କରିବା ପାଇଁ କେତେକ ଦାବି ଉପସ୍ଥାପନ କରିଛନ୍ତି । ଆତ୍ମହତ୍ୟା ଦ୍ୱାରା ମୃତ୍ୟୁବରଣ…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

ରାଜନୀତିରେ ହଲଚଲ୍! ସରକାରଙ୍କ ଆଗରେ ୩ ଦାବି ରଖିଲେ ରାହୁଲ, ଜାଣିଲେ….

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପେପର ଲିକ୍ ଏବଂ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ସମ୍ପର୍କରେ ଦିଲ୍ଲୀର ଇନ୍ଦିରା ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି…

‘ମୋତେ ଘୋଷାଡି ନେଉଥିବା ପୋଲିସ କହିଲା, ଏ ସରକାରକୁ ହଟାନ୍ତୁ’, ରାହୁଲଙ୍କ ବିସ୍ଫୋରକ ବୟାନ

ନୂଆଦିଲ୍ଲୀ,୨୨।୭: ଲୋକ ସଭାର ବିରୋଧୀ ଦଳ ନେତା , କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଟ୍ (NEET) ପରୀକ୍ଷାରେ ପେପର୍ ଲିକ୍, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଏବଂ ଶିକ୍ଷା…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri