ଅନୁଗୋଳ ଅଫିସ୍, ୭।୩ – ଅନୁଗୋଳ ଜିଲାରେ ବଢ଼ୁଛି ଚୋରା ଡିନାମାଇଟ୍ କାରବାର। ଏହାକୁ ବିସ୍ଫୋରଣ କରି ନଦୀ, ଯୋର ଆଦିରୁ ମାଛ ମାରିବା ସହଜ ହେଉଥିବାରୁ ଅଧିକରୁ ଅଧିକ ଲୋକ ଏ ନେଇ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି। ଫଳରେ କେତେଜଣ ଚୋରା ବ୍ୟବସାୟୀ ଏହାର ସୁଯୋଗ ନେଇ ସ୍ବଳ୍ପ ଦରରେ ଏପରି ବିସ୍ଫୋରକ ବିକ୍ରି କରୁଥିବା ଅଭିଯୋଗ ହେଉଛି। କିନ୍ତୁ ଅନେକ ସମୟରେ ଏହା ଦୁର୍ଘଟଣାର କାରଣ ସାଜି ମଣିଷକୁ ଦରମରା କରୁଛି। ଗତ ୪ ମାସ ମଧ୍ୟରେ ୨ଟି ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା କୁହାଯାଉଥିଲେ ବି ପୋଲିସ ନିକଟରେ ଡିନାମାଇଟ୍ ବିସ୍ଫୋରଣ ସମ୍ପର୍କରେ କିଛି ବି ସୂଚନା ନାହିଁ। ବିସ୍ଫୋରଣରେ ଆହତ ହେଉଥିବା ଲୋକେ ବାଣ ଫୁଟିଥିବା ତଦନ୍ତ ବେଳେ କହୁଥିବାରୁ ପୋଲିସ ଏ ଦିଗରେ ଆଗେଇପାରୁ ନ ଥିବା ଅନୁଗୋଳ ଏସ୍ଡିପିଓ ପ୍ରକାଶ କରିଛନ୍ତି।
ଅନୁଗୋଳ ଜିଲାରେ ଥିବା ବିଭିନ୍ନ ପଥର କ୍ୱାରୀ ପାଇଁ ଡିନାମାଇଟ୍ ଓ ଅନ୍ୟ ବିସ୍ଫୋରକ ଆସୁଛି। କିନ୍ତୁ ଅସାଧୁ ବ୍ୟବସାୟୀମାନେ ଏହାକୁ ଚୋରାରେ ଲୋକଙ୍କୁ ବିକ୍ରି କରୁଛନ୍ତି। ବିଶେଷକରି ଏପରି ବିସ୍ଫୋରକ ବ୍ୟବହାର କରି ଯେଉଁମାନେ ନଦୀ ଓ ଯୋରରୁ ମାଛ ମାରୁଛନ୍ତି ସେମାନେ ସମ୍ପୃକ୍ତ ଚୋରା ବ୍ୟବସାୟୀଙ୍କ ସହ ସିଧାସଳଖ ସମ୍ପର୍କରେ ରହୁଛନ୍ତି। ଆବଶ୍ୟକ ସ୍ଥଳେ ଅଧିକରୁ ଅଧିକ ବିସ୍ଫୋରକ ନେଇ ସେମାନେ ବିଭିନ୍ନ ନଦୀ, ଯୋରରୁ ସହଜରେ ମାଛ ମାରି ବେଶ୍ ଲାଭବାନ ହେଉଛନ୍ତି। କିନ୍ତୁ ଡିନାମାଇଟର ଏପରି ଅପବ୍ୟବହାର ଯୋଗୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଗତ ଡିସେମ୍ବରରେ ବଉଳୀ ଯୋରରେ ମାଛ ମାରିବାବେଳେ ୫ ଜଣ ଆହତ ହୋଇଥିଲେ। ସେହିପରି ଲିଙ୍ଗରା ନାଳରେ ମାଛ ମାରିବାକୁ ଯାଇ ୪ ଜଣ ଆହତ ହୋଇଥିଲେ। ଡିନାମାଇଟ୍ ଖଞ୍ଜୁଥିବାବେଳେ ଏହା ବିସ୍ଫୋରଣ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ମଧ୍ୟ ହୋଇଥିଲେ। ଜଣଙ୍କ ଛାତିରେ ପଥର ଖଣ୍ଡ ବାଜିବା ସହ ଗୋଟିଏ ହାତ ପାପୁଲି ଛିଣ୍ଡିଯାଇଥିବା ସେତେବେଳେ ମେଡିକାଲ ସୂତ୍ରରୁ ଜଣାପଡ଼ିଥିଲା। କିନ୍ତୁ ପୋଲିସ ନିକଟରେ ଏ ନେଇ ସେପରି କିଛି ତଥ୍ୟ ନାହିଁ। ଏପରି କି ଡିନାମାଇଟ୍ କିପରି ସାଧାରଣ ଲୋକଙ୍କ ହାତକୁ ଆସୁଛି ତାହା ବି ପୋଲିସ ଜାଣିନାହିଁ। ବିସ୍ଫୋରଣର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହେଉଥିବା ଲୋକେ ବାଣ ଫୁଟାଉଥିବା ବେଳେ ଦୁର୍ଘଟଣାର ଶିକାର ହେବା ପୋଲିସକୁ ବୟାନ ଦେଉଥିବା ଏସ୍ଡିପିଓ ସାହୁ କହିଛନ୍ତି। ବିବାହ ଋତୁ ଚାଲୁଥିବାରୁ ଲୋକମାନେ ବାଣର ସାହାରା ନେବା ସହଜ ହୋଇଯାଉଛି। ଏପରି କି ଡିନାମାଇଟ୍ ଫୁଟିବା ନେଇ କୌଣସି ଅଭିଯୋଗ ହେଉ ନ ଥିବାରୁ ପୋଲିସ ହାତ ବାନ୍ଧି ବସିଛି। ଅଭିଯୋଗ ହେବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ସ୍ଥାନରେ ବିସ୍ଫୋରଣ ପୂର୍ବରୁ ସୂଚନା ମିଳେ, ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଡିପି ପ୍ରକାଶ କରିଛନ୍ତି।

କ୍ୱାରାଣ୍ଟାଇନରେ ୨୧ ଜଣ
ଅନୁଗୋଳ ଅଫିସ୍, ୧୯।୩: ବାହାର ରାଜ୍ୟ ତଥା ଦେଶରୁ ଅନୁଗୋଳକୁ ଫେରିଥିବା ମୋଟ ୨୧ ଜଣଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଏ ନେଇ ଅନୁଗୋଳ ଜିଲାପାଳ ମନୋଜ କୁମାର...

କୁକୁର କାମୁଡ଼ାରେ ୧୨ରୁ ଊର୍ଦ୍ଧ୍ୱ ଆହତ
ବଅଁରପାଳ,୧୪ା୫(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲ୍କୋ ସିପିପି ହଟିଂ ଓ ବଳରାମ ପ୍ରସାଦ ଗ୍ରାମର ଅମାପୁର ଓ ଭାଲୁଜିବିଧରି ସାହିରେ ପାଗଳା କୁକୁରଙ୍କ...

ଅସାଧୁ ଛାତ୍ରୀଛାତ୍ରଙ୍କୁ ଜଗିବେ ୨୧ ଜଣିଆ ସ୍କ୍ବାଡ୍
ଅନୁଗୋଳ ଅଫିସ, ୧୮।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଏ ନେଇ ବୋର୍ଡଠାରୁ ଆରମ୍ଭ...

ଏମ୍ସିସିକୁ ବିରୋଧ, ଫେରିଲା ପୌରପାଳିକା
ଅନୁଗୋଳ ଅଫିସ, ୧୨।୧୨: ଅନୁଗୋଳ ପୌରପାଳିକା ଅନ୍ତର୍ଗତ ମିଶ୍ରପଡ଼ା ହାଇଟେକ୍ ନର୍ସରୀ ନିକଟରେ ଏମ୍ସିସି ପ୍ରକଳ୍ପକୁ ମଙ୍ଗଳବାର ପୁଣି ସ୍ଥାନୀୟ ଲୋକମାନେ ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳକୁ...

ଫାଟକ ଭାଙ୍ଗି ଭିତରକୁ ପଶିଗଲା ଟ୍ରକ୍
ତାଳଚେର/କଣିହାଁ, ୯ା୪(ନି.ପ୍ର.) : କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନ୍ଲୋଡ କରି ତାଳଚେର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ...

ବାଲିସାହି-ସୁରାବ ରାସ୍ତା କଦର୍ଯ୍ୟ
ଅନୁଗୋଳ ଅଫିସ, ୨।୮-ଅନୁଗୋଳ ଜିଲା ବଲାସିଂହା ପଞ୍ଚାୟତ ବାଲିସାହିଠାରୁ ସୁରାବ ଯାଇଥିବା ୪ କିମି ରାସ୍ତା ଶୋଚନୀୟ ହୋଇପଡିଛି। ଅସରାଏ ବର୍ଷା ହେଲେ ସେଠାରେ ପାଣି...

କାର୍ତ୍ତିକେଶ୍ୱର ପୂଜାରେ କମ୍ପିବ ବଇଣ୍ଡା
ବଇଣ୍ଡା, ୧।୧୧(ଡି.ଏନ୍.ଏ.): ବଇଣ୍ଡାର ଐତିହ୍ୟସମ୍ପନ୍ନ କାର୍ତ୍ତିକେଶ୍ୱର ପୂଜା କେବଳ ଅନୁଗୋଳ ନୁହେଁ, ରାଜ୍ୟରେ ସୃଷ୍ଟି କରିଛି ସ୍ବତନ୍ତ୍ର ସ୍ଥାନ। ପୂଜାକୁ ମଝିରେ ମାତ୍ର ତିନିଦିନ ଥିବାବେଳେ...

ଉଠା ଜଳସେଚନ ବିଭାଗ କାର୍ଯ୍ୟାଳୟରୁ ରାତ୍ର ଜଗୁଆଳଙ୍କ ମୃତଦେହ ଉଦ୍ଧାର
କଣିହାଁ,୧୬।୯(ଡି.ଏନ୍.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଉଠାଜଳସେଚନ ବିଭାଗ କାର୍ଯ୍ୟାଳୟରୁ ରାତ୍ର ଜଗୁଆଳଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ମୃତକ ହେଲେ ସ୍ଥାନୀୟ ଟୋଲକବେଡ଼ା ଗ୍ରାମର...