ବଜ୍ରାପାତରେ ମହିଳାଙ୍କ ଜୀବନ ଗଲା

ଦିଗପହଣ୍ଡି,୮ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଶଙ୍କରଖାଳି ଗ୍ରାମର ଦଳିତ ସାହିରେ ଶନିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକା ଜଣକ ହେଲେ ସୁଷମା ନାଇକ(୩୫)। ଶନିବାର ଅପରାହ୍ନରେ ସୁଷମା ବାଡ଼ିପଟେ କାମ କରୁଥିବାବେଳେ ବଜ୍ରପାତ ଘଟିଥିଲା। ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଗପହଣ୍ଡି ତହସିଲଦାର ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ସବିଶେଷ ରିପୋର୍ଟ ସଂଗ୍ରହ କରି ଫେରିଛନ୍ତି। କେ.ନୂଆଗାଁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଛି। ମୃତ ସୁଷମାଙ୍କ ସ୍ବାମୀ ଜଣେ ଦିନ ମଜୁରିଆ ହୋଇଥିବାବେଳେ ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡ଼ିଛି। ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ସନ୍ତୋଷ ପାତ୍ର, ସମାଜସେବୀ ସନ୍ତୋଷ ସାହୁ ଏବଂ ସୀମାଞ୍ଚଳ ଗୌଡ଼ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ନାମାଙ୍କନ ବଳବତ୍ତର

ଛତ୍ରପୁର,୨୪।୩(ଡି.ଏନ.ଏ.): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୨ ତାରିଖରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି। ଗତ ୧୨ ତାରିଖରେ ଛତ୍ରପୁର...

ଶ୍ରାବଣରେ ମୁଣ୍ଡଫଟା ଖରା : କେନାଲରେ ପାଣି ନାହିଁ, ଚାଷୀକୁଳ ଚିନ୍ତାରେ

କନିଷି,୨୪।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକରେ ବର୍ଷାଭାବରୁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି । ଶ୍ରାବଣ ମାସରେ ମୁଣ୍ଡଫଟା ଖରା ହେଉଥିବାରୁ କେନାଲରେ ପାଣି ନାହିଁ। ଫଳରେ...

ମନ୍ଦିର ହୁଣ୍ଡି ଭାଙ୍ଗି ୧୨ ହଜାର ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ଶୈବପୀଠର ଦାନ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ୧୨ ହଜାରରୁ ଊର୍ଦ୍ଧ୍ୱ...

୧୪ ସୁଦ୍ଧା ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ବୁଗୁଡ଼ା,୧୩ା୮(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ୨୧ ପଞ୍ଚାୟତରେ କାଳିଆ ଯୋଜନାରେ ୫ ହଜାର ଟଙ୍କା ଲେଖାଏ ୧୫ ହଜାର ୩୯୪ ହିତାଧିକାରୀ ପାଇ ଉପକୃତ ହୋଇଛନ୍ତି। ସେଥିରୁ...

ପ୍ରଥମ ଦିନରେ ନାମ ଲେଖାଇଲେ ୧୩୬ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୬ା୭-ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତ୍ର ୧୩୬ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବା ସାମ୍‌ସ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।...

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୪ା୭-ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଗିରଫ ହୋଇ ବିଚାରାଧୀନ ବନ୍ଦୀ ଭାବେ ଥିବା ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ...

ଶିଶୁଙ୍କ ଡ୍ରେସ ବିକ୍ରି କରିବା ମହଙ୍ଗା ପଡ଼ିଲା: ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

ବ୍ରହ୍ମପୁର ଅଫିସ,୨୦ା୭-ଏମକେସିଜି ମେଡିକାଲ କଲେଜରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ଏପରିକି ଅସ୍ତ୍ରୋପଚାର ପାଇଁ ଲାଞ୍ଚ ନେଉଥିବା ବେଳେ ଜଣେ...

ମାଟ୍ରିକ ପରୀକ୍ଷା ଦେଲେ ବିଧାୟକ

ସୋରଡ଼ା,୩୦।୭(ଡି.ଏନ୍‌.ଏ.): ମାଟ୍ରିକ ଅଫଲାଇନ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ଥିବା ୧୫ ହଜାରରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ଏହା ମଧ୍ୟରେ ତିନିତିନି ଥର...

Advertisement
Archives

Model This Week