ବଜ୍ରପାତରେ ୨ ଜୀବନ ଗଲା

ଶଙ୍କରାଖୋଲ(ଡି.ଏନ୍‌.ଏ.)/ଫିରିଙ୍ଗିଆ,୨ା୬- କନ୍ଧମାଳ ଜିଲାରେ ସୋମବାର ଅପରାହ୍ନରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଚକାପାଦ ଥାନା ଚକାପାଦ ଗ୍ରାମ ନୂଆସାହିର ସୁମନ୍ତ ବିଷୋୟୀ (୨୮) ଓ ଫିରିଙ୍ଗିଆ ବ୍ଲକ ରବଙ୍ଗିଆ ପଞ୍ଚାୟତ ବଙ୍ଗମୁଣ୍ଡାର ଦାନାସିଂ କହଁର ା ସୁମନ୍ତ ଦାଣ୍ଡରେ ଠିଆ ହୋଇଥିବା ବେଳେ ବଜ୍ରପାତ ହେବାରୁ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।ଏ ନେଇ ଚକାପାଦ ଥାନାରେ ନଂ.୧/୨୦ରେ ଅପମୃତ୍ୟୁ ମାମଲା ହୋଇଛି। ଅନ୍ୟପକ୍ଷରେ ବଜ୍ରପାତରେ ବ୍ରାହ୍ମଣପାଦ ପଞ୍ଚାୟତ ଅର୍ଚ୍ଚାଙ୍ଗି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟ ଏକ ଗଛମୂଳରେ ଥିବା ୧୦ ଗୋରୁଙ୍କ ମୃତ୍ୟୁ ଘଟିଛି ।
ସେହିପରି ରବଙ୍ଗିଆ ପଞ୍ଚାୟତ ବଙ୍ଗମୁଣ୍ଡାଠାରେ ବଜ୍ରପାତରେ ଦାନାସିଂ କହଁରଙ୍କ ମୃତ୍ୟୁ ଘଟିଥିବା ବେଳେ ଧନଞ୍ଜୟ କହଁର ଓ ଗୁନି କହଁର ଗୁରୁତର ହୋଇଛନ୍ତି। ଦାନାସିଂ ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ଅନ୍ୟ ଏକ ସ୍ଥାନରେ ଥିବା ଧନଞ୍ଜୟ ଓ ଗୁନି ମଧ୍ୟ ବଜ୍ରପାତରେ ଆହତ ହୋଇ ଫିରିଙ୍ଗିଆ ମେଡ଼ିକାଲରେ ଭର୍ତ୍ତିି ହୋଇଥିଲେ। ଧନଞ୍ଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ଫୁଲବାଣୀ ମେଡିିକାଲକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣାସାଲୁ ଜଙ୍ଗଲରେ କମ୍ବିଂ ଅପରେଶନ ଜୋରଦାର: ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ

ଫୁଲବାଣୀ ଅଫିସ, ୧୬।୧୦: କନ୍ଧମାଳ ଓ କଳାହାଣ୍ଡି ଜିଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କଣାସାଲୁ ଜଙ୍ଗଲରେ ଗତ ୯ ତାରିଖରୁ କମ୍ବିଂ ଅପରେଶନକୁ...

ଦୁଇ ଗାଁକୁ ଯୋଡ଼ିଛି କାଠପୋଲ

ଫୁଲବାଣୀ ଅଫିସ, ୨୫ା୧ – କନ୍ଧମାଳ ଜିଲା କୋଟଗଡ ବ୍ଲକ ପାରିଗଡ ପଞ୍ଚାୟତର ଦୁଇ ଗ୍ରାମ ହଦଗାଁ ଓ ପିଲିମାହା ଦୁର୍ଗମ ଅଞ୍ଚଳ ଭାବେ ପରିିଚିତ।...

ଆଜି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ: ଚକାପାଦରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ ଅଫିସ/ ଚକାପାଦ/ତୁମୁଡିବନ୍ଧ,୩୦ା୮: କନ୍ଧମାଳ ଜିଲାର ଚକାପାଦ ଏବଂ ତୁମୁଡିବନ୍ଧସ୍ଥିତ ଜଲେଶପଟା ଆଶ୍ରମରେ ସୋମବାର ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧଦିବସ ପାଳନ...

ଫୁଲବାଣୀରେ ମନ୍ତ୍ରୀ ଜଗନ୍ନାଥ ସାରକା କଲେ ପତାକା ଉତ୍ତୋଳନ

ଫୁଲବାଣୀ,୧୫।୮(ରାକେଶ କୁମାର ରାଉତ ): କନ୍ଧମାଳ ଜିଲାସ୍ତରୀୟ ସ୍ବାଧୀନତା ଦିବସ ଫୁଲବାଣୀସ୍ଥିତ ପୋଲିସ ରିଜର୍ଭ ପଡ଼ିଆରେ ପାଳିତ ହୋଇଯାଇଛି। ରାଜ୍ୟ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ...

ପାଣି ପାଇଁ ରାଜପଥରେ ହାତୀପଲ, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୫।୪(ଡି.ଏନ୍‌.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ ଜାତୀୟ ରାଜପଥ କଡ଼ରେ ହାତୀପଲ ଦେଖିବାକୁ ମିଳିଛି ା ଏହାକୁ ନେଇ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ...

ଘର ସାମ୍ନାରୁ ବୋଲେରୋ ନେଇଗଲେ ଦୁର୍ବୃତ୍ତ

ବାଲିଗୁଡ଼ା,୮ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ମାତିଛନ୍ତି ଗାଡ଼ି ଚୋର। ରବିବାର ରାତିରେ ଏକ ବୋଲେରୋ ଚୋରି ହୋଇଥିବା ନେଇ ବାଲିଗୁଡ଼ା ଥାନାରେ ଏତଲା ଦେଇଛନ୍ତି ଗାଡ଼ିମାଲିକ...

ସଜେଇ ହେଉଛି ଇକୋରିଟ୍ରିଟ: ଡିସେମ୍ବର ପହିଲାରେ ଶୁଭାରମ୍ଭ

ଦାରିଙ୍ଗବାଡ଼ି,୨୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକଠାରେ ତୃତୀୟ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ଇକୋରିଟ୍ରିଟ ଦାରିଙ୍ଗବାଡ଼ିଠାରେ ହେଉଛି। ଏହି ପରିପ୍ରେକ୍ଷୀରେ ନୂତନ ଜମିରେ ଚଳିତ ବର୍ଷ...

ଲକ୍‌ଡାଉନ୍‌ ପରେ ସାମାଜିକ ଦୂରତ୍ୱକୁ ଗରୁତ୍ୱ: ଦୁର୍ଗମ ଅଞ୍ଚଳରେ ଦିନ ମଜୁରିଆ ପ୍ରଭାବିତ

ଦାରିଙ୍ଗବାଡ଼ି,୨୬।୩(ଡି.ଏନ୍‌.ଏ.): ସାରା ଭାରତବର୍ଷରେ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଫଳରେ ରାଜ୍ୟର...

Advertisement
Archives

Model This Week