ବଜାରକୁ ଆସିଲା ହାପୁସ ଆମ୍ବ, ଗୋଟିକର ଦାମ ୧୭୦ଟଙ୍କା

ମୁମ୍ବାଇ,୧।୨: କୋଙ୍କଣର ବିଶ୍ୱ ପ୍ରସିଦ୍ଧ ହାପୁସ ଆମ୍ବ ଏବେ ବଜାରକୁ ଆସିବା ଆରମ୍ଭ କରିଛି। ନିକଟରେ ଏହାର ଏକ ନିଲାମି କରାଯାଇଥିବା ସୂଚନା ମିଳିଛି। ଏହାର ୫ ଡଜନ ଆମ୍ବ ଥିବା ଏକ ପେଟିକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡିଛି। ଚଳିତ ବର୍ଷ ନିଲାମିରେ ଏହି ଆମ୍ବକୁ ଡଜନ ପିଛା ୨ହଜାର ଟଙ୍କା ମିଳିଛି ବୋଲି କୁହାଯାଉଛି। ଅର୍ଥାତ ଗୋଟିଏ ଆମ୍ବର ଦାମ୍‌ ପାଖାପାଖି ୧୭୦ ଟଙ୍କା । ବ୍ୟବସାୟୀ ବିଜୟ ପାଟିଲ କହିଛନ୍ତି ମାର୍ଚ୍ଚ ମାସରେ ଏହି ଆମ୍ବର ଦାମ କମିଯିବ ହେଲେ ଏବେ ଏହା ଚଢା ଦରରେ ବିକ୍ରି କରାଯିବ। ଆଉ ଏପ୍ରିଲ-ମେ ବେଳକୁ ଏହା ସାଧାରଣ ଜନତାଙ୍କ ପକେଟକୁ ସୁହାଇଲା ଭଳି ଦାମରେ ମିଳିବ ବୋଲି ସେ କହିଛନ୍ତି। ପ୍ରତିବର୍ଷ ପ୍ରାୟ ନଭେମ୍ବରରେ ଏହାର ଉତ୍ପାଦନ ହେଉଥିବା ବେଳେ ଚଳିତ ବର୍ଷ ଏହା ୩ମାସ ବିଳମ୍ବରେ ଆସିଛି ବୋଲି କୁହାଯାଇଛି। ଗତବର୍ଷ ଏହାର ଦାମ୍‌ ଅଧିକ ଥିବା ବେଳେ ଚଳିତବର୍ଷ ଏହା କମି ଯାଇଛି। ତେବେ ଗତବର୍ଷ ଏହି ଆମ୍ବ ଗୋଟିକର ଦାମ୍‌ ପାଖାପାଖି ୨୩୦ ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୪ ଦିନ ପରେ ଡିଭୋର୍ସ ଦେଲେ ହାସ୍ୟ ଅଭିନେତା

ଇଣ୍ଡୋନେସିଆ,୧।୧୦: ବହୁତ ସମୟରେ ମଣିଷ ମାନଙ୍କର ଅଜବ ହରକତ ଦେଖିବାକୁ ମିଳେ। ନିଜର ଅଜବ ହରକତ ଯୋଗୁ ଏବେ ଜଣେ ବ୍ୟକ୍ତି ଭାଇରାଲ ହେବାରେ ଲାଗିଛନ୍ତି।...

ଭାଜପାରେ ଫାଟ: ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦଳୀୟ ପୋଷ୍ଟରରୁ ବସୁନ୍ଧରା ହଟିଲେ…

ଜୟପୁର,୧୩।୬: ରାଜସ୍ଥାନ ଭାଜପାରେ ଧୀରେ ଧୀରେ ଫାଟ ବଢ଼ିବାରେ ଲାଗିଛି। ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦଳୀୟ ପୋଷ୍ଟରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ...

୪୫ରୁ ଅଧିକ ଆସନରେ ଜିତି ଦିଲ୍ଲୀରେ ସରକାର ଗଢିବ ଭାଜପା: ଶାହା

ନୂଆଦିଲ୍ଲୀ,୭।୨: ଏବେ ଦିଲ୍ଲୀ ବିଧାନସଭାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ପ୍ରଚାର ସରିବା ପରେ ଏବେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ କରି ଭୋଟରଙ୍କୁ ନିଜ...

ଅଯୋଧ୍ୟାରେ ଦଙ୍ଗା ଷଡ଼ଯନ୍ତ୍ର ପଣ୍ଡ: ୭ ମାଷ୍ଟରମାଇଣ୍ଡ ଗିରଫ

ଆଯୋଧ୍ୟା,୨୯।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ବିଭିନ୍ନ ଧାର୍ମିକ ସ୍ଥାନରେ ଆପତ୍ତିଜନକ ପୋଷ୍ଟର, ମାଂସ ଏବଂ ଚିରିଯାଇଥିବା ଧାର୍ମିକ ପୁସ୍ତକ ଫିଙ୍ଗି ଦଙ୍ଗା ସୃଷ୍ଟି କରିବାକୁ...

୫ବର୍ଷରେ ୨୦ ହଜାର ଶ୍ରେଣୀଗୃହ ନିର୍ମାଣ କରିଛି ଏଏପି ସରକାର: କେଜରିଓ୍ବାଲ

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି ସବୁ ରାଜନୈତୀକ ଦଳ। ଗୁରୁବାର...

ସେପ୍ଟେମ୍ବର ସୁଦ୍ଧା ସ୍ପୁଟନିକ

ନୂଆଦିଲ୍ଲୀ,୧୩ ।୮: କରୋନା ଯୁଦ୍ଧରେ ଲଢେଇ କରିବାକୁ ଦେଶକୁ ଆସନ୍ତା ମାସ ଅର୍ଥାତ୍ ସେପ୍ଟେମ୍ବର ସୁଦ୍ଧା ଆଉ ଏକ ଶକ୍ତି ମିଳିବାକୁ ଯାଉଛି । ଯଦି...

ସରକାରଙ୍କୁ ରିଷି କପୁରଙ୍କ ଅନୁରୋଧ: ସନ୍ଧ୍ୟାରେ ଖୋଲାଯାଉ ମଦ ଦୋକାନ

ମୁମ୍ବାଇ,୨୮।୩: କରୋନା ଭାଇରସର ଭୟାବହତାକୁ ଦେଖି ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଏହାକୁ ନେଇ ସମୟ ସମୟରେ ବଲିଉଡ୍‌ର ଭେଟେରାନ କଳାକାର ରିଷି କପୁର...

ମାସେ ମଧ୍ୟରେ ୧୪.୨୬ ଲକ୍ଷ ଭାରତୀୟ ହ୍ବାଟସ୍‌ଆପ୍‌ ଆକାଉଣ୍ଟ୍‌ ବନ୍ଦ…

ନୂଆଦିଲ୍ଲୀ, ୩।୪ : ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍‌ଆପ ପକ୍ଷରୁ ପ୍ରକାଶିତ ଏକ ମାସିକ ରିପୋର୍ଟ ଅନୁଯାୟୀ, ଫେବୃଆରୀରେ ହ୍ବାଟସ୍‌ଆପ ୧୪.୨୬ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବନ୍ଦ...

Advertisement
Archives

Model This Week