Posted inଖେଳ

ବକ୍ସର, କୋଚ୍‌ଙ୍କ ପାଇଁ କୋଭିଡ୍‌- ୧୯ ସ୍ବାସ୍ଥ୍ୟ ବୀମା

ନୂଆଦିଲ୍ଳୀ,୨୪।୫: ଭାରତୀୟ କ୍ରୀଡ଼ାରେ ପ୍ରଥମଥର ପାଇଁ ଏକ ନୂଆ କଥା ଦେଖିବାକୁ ମଳିଛି। ଦେଶର ଆଗଧାଡିର ବକ୍ସର ଓ କୋଚ୍‌ମାନଙ୍କ ପାଇଁ ସ୍ବାସ୍ଥ୍ୟବୀମାର ବ୍ୟବସ୍ଥା କରାଯିବ ବୋଲି ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ତରଫରୁ କୁହାଯାଇଛି। ଜାତୀୟ ପ୍ରଶିକ୍ଷଣ ଶିବିରରେ ରହଣି ସମୟରେ ଚିକିତ୍ସା ପାଇଁ ଏମାନଙ୍କୁ କୋଭିଡ-୧୯ ସ୍ବାସ୍ଥ୍ୟ ବୀମା ପରିସର ଭୁକ୍ତ କରାଯିବା ନେଇ ଯୋଜନା ହୋଇଛି। ଏହି ବୀମା ପଲିସିରେ ବକ୍ସର, କୋଚ୍‌ଙ୍କ ସମେତ ସପୋର୍ଟ ଷ୍ଟାଫ୍‌ ମଧ୍ୟ ସାମିଲ ରହିବେ। ଏହା ବ୍ୟତୀତ କ୍ୟାମ୍ପରେ ସାମିଲ ଥିବା ସମସ୍ତଙ୍କ ପାଇଁ ଅଲଗା ଭାବେ ମେଡିକାଲ ଇମର୍ଜେନ୍ସି ଓ ଦୁର୍ଘଟଣା ପାଇଁ ବୀମାର ବ୍ୟବସ୍ଥା କରାଯିବ। ବକ୍ସିଂ ବିଏଫ୍‌ଆଇ ଜାତୀୟ ପ୍ରଶିକ୍ଷଣରେ ସାମିଲ ହେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ମାନକ ସଂଚାଳନ ପ୍ରକ୍ରିୟା (ଏସ୍‌ଓପି) ଉନ୍ମୋଚନ କରିଛି। ଏହି କ୍ରମରେ ବିଏଫ୍‌ଆଇ ଦେଶର ପ୍ରଥମ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ଭାବେ କୋଭିଡ-୧୯ ମହାମାରୀ ପାଇଁ ସ୍ବାସ୍ଥ୍ୟବୀମା ବ୍ୟବସ୍ଥା କରିଛି।
ବକ୍ସର ଓ କୋଚ୍‌ମାନଙ୍କ ପାଇଁ ବେସିକ ଇନ୍ସ୍ୟୁରାନ୍ସ ବାବଦରେ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଜାତୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବା ମାତ୍ରେ ଏହି ବୀମା ପଲିସି କାର୍ଯ୍ୟକାରୀ ହେବ। ଏହା ବ୍ୟତୀତ ଶିବିରରେ ଟ୍ରେନିଂ ଅବସରରେ କେତୋଟି ନିର୍ଦ୍ଦେଶନାମା ଜାରି କରାଯାଇଛି। ଖେଳାଳି ଓ କୋଚ୍‌ମାନେ ଏହାକୁ ଅନୁସରଣ କରିବେ ବୋଲି ବିଏଫ୍‌ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବକ୍ସରମାନଙ୍କ ଟ୍ରେନିଂ ୩-୪ ଜଣଙ୍କୁ ନେଇ ଛୋଟିଆ ଛୋଟିଆ ଗ୍ରୁପ୍‌ରେ ଆରମ୍ଭ କରାଯିବ। ଟ୍ରେନିଂ ସେଣ୍ଟରରରେ ପହଞ୍ଚିବା ପୂର୍ବରୁ ସବୁ ବକ୍ସର ଓ କୋଚ୍‌ମାନଙ୍କର ପରୀକ୍ଷା ହେବ। ପରୀକ୍ଷାର ଫଳାଫଳ ଜଣା ନ ପଡିବା ପର୍ଯ୍ୟନ୍ତ ସମସ୍ତେ ବାଧ୍ୟତାମୂଲକ ଭାବେ କ୍ୱାରେଣ୍ଟାଇନ୍‌ରେ ରହିବେ ବୋଲି ବିଏଫ୍‌ଆଇ ତରଫରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri