Posted inଖେଳ

ଫେଡ୍‌ କପ୍‌: ଭାରତ ପ୍ରଥମ ଥର ପ୍ଲେ-ଅଫ୍‌ରେ

ଦୁବାଇ, ୮ା୩ (ପି.ଟି.)-ପ୍ରଥମ ଥର ପ୍ଲେ-ଅଫ୍‌ରେ ପ୍ରବେଶ କରି ଭାରତୀୟ ଫେଡ୍‌ କପ୍‌ ଟିମ୍‌ ଇତିହାସ ସୃଷ୍ଟି କରିଛି। ଅଙ୍କିତା ରାଇନାଙ୍କ ନେତୃତ୍ୱାଧୀନ ଦଳ ଏଠାରେ ଇଣ୍ଡୋନେସିଆ ବିପକ୍ଷରେ ୨-୧ରେ ବିଜୟ ହାସଲ କରିଛି। ପ୍ରଥମ ସିଙ୍ଗଲ୍ସରେ ଋତୁଜା ଭୋସ୍‌ଲେ ହାରିବା ପରେ ଅଙ୍କିତା ଅନ୍ୟ ସିଙ୍ଗଲ୍ସରେ ବିପକ୍ଷ ଦଳର ପ୍ରତିଭାସମ୍ପନ୍ନ ଅଲ୍‌ଦିଲା ସୁତ୍‌ଜିଆଦିଙ୍କୁ ୬-୩, ୬-୩ରେ ପରାସ୍ତ କରି ମୁକାବିଲାକୁ ୧-୧ ସ୍ତରକୁ ନେଇ ଆସିଥିଲେ। ପରେ ଡବଲ୍ସରେ ଅଙ୍କିତା ଓ ପୁରୁଖା ଖେଳାଳି ସାନିଆ ମିର୍ଜା ଯୋଡ଼ି ସୁତ୍‌ଜିଆଦି ଏବଂ ପ୍ରିସ୍କା ମାଡେଲିନ୍‌ ନୁଗ୍ରୋହୋ ଯୋଡ଼ିଙ୍କୁ ୭-୬ (୪), ୬-୦ରେ ପରାସ୍ତ କରି ଭାରତକୁ ୨-୧ରେ ବିଜୟୀ କରାଇଥିଲେ। ୬ଟି ଦଳକୁ ନେଇ ଗ୍ରୁପ୍‌ରେ ଭାରତ ଏହାର ଓପନିଂ ମ୍ୟାଚ ଚାଇନାଠାରୁ ପରାଜିତ ହେବାପରେ କ୍ରମାଗତ ୪ଟି ବିଜୟ ସହ ଟେବୁଲ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏପ୍ରିଲରେ ଖେଳାଯିବାକୁଥିବା ପ୍ଲେ-ଅଫ୍‌ରେ ଭାରତ ଲାଟଭିଆ କିମ୍ବା ନେଦରଲାଣ୍ଡ୍ସକୁ ଭେଟିବ।
ଡେଭିସ୍‌ କପ୍‌: କ୍ରୋଏସିଆ ନିକଟରୁ ହାରିଲା ଭାରତ
ଭାରତ କ୍ରୋଏସିଆ ବିପକ୍ଷରେ ଏହାର ଡେଭିସ୍‌ କପ୍‌ କ୍ୱାଲିଫାୟର୍ସ ମ୍ୟାଚ ୧-୩ ରେ ହାରିଯାଇଛି। ଫଳରେ ଭାରତ ଓ୍ବାଲର୍‌ଡ ଗ୍ରୁପ୍‌-୧ ସ୍ତରକୁ ଖସି ଆସିଛି। ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିପାରିଲେ ହିଁ ଦଳ ପୁଣି ଡେଭିସ୍‌ କପ୍‌ କ୍ୱାଲିଫାୟର୍ସକୁ ପ୍ରତ୍ୟାବର୍ତ୍ତନ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୀର୍ଘ ୯ ମାସ ପରେ ପଡିଆକୁ ଓହ୍ଲାଇଲା ଟିମ୍‌ ଇଣ୍ଡିଆ: ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ସିଡନୀ,୨୭।୧୧: ଦୀର୍ଘ ୯ ମାସ ପରେ ଭାରତୀୟ ଦଳ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଶୁକ୍ରାବର ଅର୍ଥାତ୍‌ ଆଜି ପଡିଆକୁ ଓହ୍ଲାଇଛି। କରୋନା ମହାମାରୀ ଭିତରେ ଭାରତ...

ଅର୍ଜୁନ ତେନ୍ଦୁଲକରଙ୍କୁ କିଣିପାରନ୍ତି ଏହି ୩ ଟିମ୍‌, ଦେଖିବାକୁ ମିଳିପାରେ…

ନୂଆଦିଲ୍ଲୀ,୬।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ ସଂସ୍କରଣରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଖେଳିବାକୁ ଯାଉଛନ୍ତି। ସେ ୨୦୨୧ ଆଇପିଏଲ୍‌ ପାଇଁ ନାମ ପଞ୍ଜୀକୃତ...

ଖୁସିର ମାହୋଲ ମଧ୍ୟରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଦଳ ଘୋଷଣା: ଫେରିଲେ କୋହଲି ଆଉ…

ନୂଆଦିଲ୍ଲୀ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମ୍‌ଦାର ବିଜୟ ପରେ ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତି ଏବଂ...

ଏଫଆଇଏଚ ହକି ପ୍ରୋ ଲିଗ୍‌: ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୧୯।୨- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତର ଆଗାମୀ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ। ଚଳିତ ମାସ ୨୧...

ମା’ଙ୍କ ସାମ୍ନାରେ ଭୋ’ ଭୋ’ ହୋଇ କାନ୍ଦୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତର ଟେଷ୍ଟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ନିଜ ମନ କଥା ଖୁଲାସା କହିଛନ୍ତି। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିବା ପାଇଁ ସେ ତାଙ୍କ ଆଧ୍ୟାତ୍ମିକ ଗୁରୁଙ୍କଠାରୁ...

ପୃଥ୍ବୀଙ୍କ ଦ୍ୱିଶତକ

ବଦୋଦରା,୧୧।୧୨- ଭାରତୀୟ ଦଳ ପାଇଁ ଟେଷ୍ଟ ଖେଳିସାରିଥିବା ପୃଥ୍ବୀ ଶ’ ସମ୍ପୂର୍ଣ୍ଣ ଷ୍ଟାଇଲରେ ଘରୋଇ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ବରୋଦା ବିପକ୍ଷରେ ଚାଲିଥିବା ରଣଜୀ...

କ୍ଲାର୍କଙ୍କ ବିବାହ ବିଚ୍ଛେଦ

ମେଲବୋର୍ନ, ୧୩।୨ (ପି.ଟି.)- ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ସ୍ତ୍ରୀ କେଲୀ ବୋଲ୍ଡିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ବିବାହର ୭...

ପାଓ୍ବର ପ୍ଲେ’ରେ ଭାରତ ହାତ ଖାଲି

ଦୁବାଇ,୨୪।୧୦: ପାକିସ୍ତାନ ଆଗରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଥିବା ଟିମ୍‌ ଇଣ୍ଡିଆ ପାଓ୍ବର ପ୍ଲେ’ରେ ଗୋଟିଏ ହେଲେ ଉଇକେଟ ନେବାକୁ ସକ୍ଷମ ହୋଇନାହିଁ।...

Advertisement
Archives

Model This Week