ଫସିଥିବା ଓଡ଼ିଆଙ୍କ ସହଯୋଗ କରନ୍ତୁ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ସଂଗଠନ, ରାଜ୍ୟ ସରକାର ବହନ କରିବେ ଖର୍ଚ୍ଚ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱ ଏବେ କବଳିତ। ଏହାକୁ ମୁକାବିଲା କରିବା ଲାଗି ଦେଶକୁ ୨୧ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ରାଜ୍ୟରେ ଏହା ଜାରି ରହିଛି। ଏପରିସ୍ଥଳେ ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡ଼ିଆମାନେ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କ ଖାଇବା, ରହିବା ସହ ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନିଜର ସମସ୍ତ ପ୍ରତିପକ୍ଷଙ୍କୁ ନିବେଦନ କରିଥିଲେ। ଏବେ ଅନ୍ୟରାଜ୍ୟରେ ଥିବା ଓଡ଼ିଆ ସଂଗଠନକୁ ମଧ୍ୟ ସମସ୍ତ ଓଡ଼ିଆଙ୍କ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। ଏଥିପାଇଁ ହେବାକୁ ଥିବା ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେହିଭଳି ବିଭିନ୍ନ ରାଜ୍ୟରୁ ୫୫୪୭ ଶ୍ରମଜୀବୀ ଓଡ଼ିଶାରେ ଅଛନ୍ତି। ସେମାନଙ୍କ ପାଇଁ ଏହି ସମୟରେ ୩୬ ଶିବିରରେ ଖାଦ୍ୟପେୟ, ରହଣୀ ବ୍ୟବସ୍ଥା କରାଯାଇଛି ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ପାରିବାରିକ ହତ୍ୟା

ସତ୍ୟଜିତ୍‌ ରାଉତ ଭୁବନେଶ୍ୱର, ୧୮।୫(ବ୍ୟୁରୋ): ପରିବାରରେ ପରସ୍ପର ମଧ୍ୟରେ ଭଲପାଇବା ଓ ସ୍ନେହଶ୍ରଦ୍ଧା ରହିଲେ ସମ୍ପର୍କ ଦୃଢ଼ ହୋଇଥାଏ। କେହି କୌଣସି ସମସ୍ୟାରେ ପଡ଼ିଲେ ପରିବାରର...

କୋଭିଡ୍‌ ନିୟମ ଉଲ୍ଲଂଘନ କରୁଛନ୍ତି ଶାସକ ଦଳ ନେତା: ଭାଜପା

ଭୁବନେଶ୍ୱର,୧୮।୮(ବ୍ୟୁରୋ): କରୋନାକୁ ଦୃଷ୍ଟିରେ ରଖି ଦେଶ ତଥା ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରତୀକାତ୍ମକ ଭାବେ ପାଳନ କରାଯାଉଛି। କିନ୍ତୁ ଶାସକ ଦଳ ଏମ୍‌ପି, ନେତା...

କଟକରୁ ଆଉ ୮୧ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୭।୮-କଟକ ସହରରୁ ଶୁକ୍ରବାର ପୁଣି ୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ସର୍ବାଧିକ...

୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ

କଟକ ଅଫିସ, ୨।୧୦: ଆସନ୍ତା ୪ ତାରିଖଠାରୁ ଛାତ୍ରୀଛାତ୍ରଙ୍କୁ ମିଳିବ ମାଟ୍ରିକ ସାର୍ଟିଫିକେଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ରାଜ୍ୟରେ ୩୦ଟି କେନ୍ଦ୍ର...

ତାପମାତ୍ରାରେ ରେକର୍ଡ କଲା ବଲାଙ୍ଗୀର

ଭୁବନେଶ୍ୱର,୯।୬(ବ୍ୟୁରୋ): ଜଳୁଛି ଓଡ଼ିଶା। ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଆଜି ବଲାଙ୍ଗୀର ୪୫. ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରି ଉତ୍ତପ୍ତ ସହର ପାଲଟିଛି।...

ପୁରୁଷଙ୍କ ତୁଳନାରେ କମ୍‌ ମହିଳା ନେଉଛନ୍ତି ଟିକା

ନୂଆଦିଲ୍ଲୀ,୩୦।୬: ଭାରତରେ କରୋନା ବିରୋଧ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଭାବେ ଥିବା ଟିକାକରଣ ଅଭିଯାନ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି। କିନ୍ତୁ ଜୁନ ୨୧ରୁ ଏହି...

ବଢ଼ିଲା ଲକ୍‌ଡାଉନ ଅବଧି

ପାଟନା,୧୭।୮: ବିହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର କରିଛି। ରାଜ୍ୟରେ ବଢ଼ୁଥିବା କରୋନା ମାମଲାକୁ ଦେଖି ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ରାଜ୍ୟ...

ମୋଦିଙ୍କୁ ଘେରିଲେ ଦିଦି: ଭାକ୍ସିନ୍‌-ଔଷଧ-ଯୋଜନା କିଛି ନାହିଁ, କଥା ବି କହିବାକୁ ଦେଉ ନାହାନ୍ତି ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୦।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଙ୍କଟର ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ରାଜ୍ୟର ଜିଲାପାଳଙ୍କ ସହିତ ଗୁରୁବାର ଭିଡ଼ିଓ...

Advertisement
Archives

Model This Week