ଫନୀ ତାଣ୍ଡବରେ ଉଜୁଡ଼ିଯାଇଛି ଶିଳ୍ପୀକୁଳର ଜୀବିକା: ମାଟିରେ ମିଶିଯାଇଛି ଉପକରଣ, କଳା ସାମଗ୍ରୀ, – ସ୍ବତନ୍ତ୍ର ପ୍ୟାକେଜ ଦାବି କଲା ଶିଳ୍ପୀ ମହାସଂଘ

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ବାତ୍ୟା ‘ଫନୀ’ ଓଡ଼ିଶାର ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଏଥିରେ ବିଶେଷ ପ୍ରଭାବିତ ହୋଇଛି ଛୋଟବଡ଼ ଶିଳ୍ପ। ଏହାଦ୍ୱାରା ରାଜ୍ୟର ହଜାର ହଜାର ଶିଳ୍ପୀ ଓ ବୁଣାକାରଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଯୋଗୁ ରାଜ୍ୟର ଅଧିକାଂଶ କାରିଗର ଝାଟିମାଟି ଚାଳ ଓ ଆଜବେଷ୍ଟସ୍‌ ଘରେ ରହୁଥିବା ବେଳେ ବାତ୍ୟାରେ ସେମାନଙ୍କ ଘର ଏବଂ କର୍ମଶାଳା ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଛି। ମାଟି କାନ୍ଥ ଓ ଭଙ୍ଗା ଚାଳ ଏବେ ବି ଗଁ। ଦାଣ୍ଡରେ ପଡ଼ିରହିଛି। ଉପତ୍ାଦିତ କଳାକୃତି, ତନ୍ତରେ ଲାଗିଥିବା ବସ୍ତ୍ର ଓ କଞ୍ଚାମାଲ ବର୍ଷାରେ ଭିଜିଯାଇଛି। ଲକ୍ଷ ଲକ୍ଷ ଟଙ୍କାର ତାଳପତ୍ର ଖୋଦେଇ ଚିତ୍ର, ପଟଚିତ୍ର, ପଥର ମୂର୍ତ୍ତି, ମାଟି କାମ, ଚାନ୍ଦୁଆ ଓ ଲୁଗା ନଷ୍ଟ ହୋଇଯାଇଛି। ଭଙ୍ଗା କାନ୍ଥ ତଳେ ପୋତି ହୋଇପଡ଼ିଛି ଅନେକ ବୁଣାକାରଙ୍କ ତନ୍ତ ଓ ଶିଳ୍ପୀଙ୍କ କଳାକୃତି ପ୍ରସ୍ତୁତି ଉପକରଣ, ଯାହାକି ଶିଳ୍ପୀକୁଳର ଜୀବିକା ଉପରେ ପ୍ରଭାବ ପକାଇଛି। ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟର ପ୍ରାୟ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଶିଳ୍ପୀ ଓ ବୁଣାକାର ପ୍ରଭାବିତ ହୋଇଛନ୍ତି।
ଓଡ଼ିଶାର ୧୪ ଜିଲା ଫନୀ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଶିଳ୍ପୀ ଜିଲା ଭାବେ ପରିଚିତ ପୁରୀ ଓ ଖୋର୍ଦ୍ଧା ଜିଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି। ପୁରୀ ଜିଲାର ଶିଳ୍ପୀ ଗ୍ରାମ ରଘୁରାଜପୁର, ଦାଣ୍ଡସାହି, ନାୟକପାଟଣା, ଖାସାପୋଷାକ, ପିପିଲି, ସାତଶଙ୍ଖ, ସାକ୍ଷୀଗୋପାଳ, ବଳଙ୍ଗା, ମୁକୁନ୍ଦପୁର, ମଙ୍ଗଳପୁର ସହ ଗୋପ, ବାଲିକନ୍ଦଳ, ରୂପଦେଇପୁର, ଝିମ୍ପିରିଆ, ଗଣେଶ୍ୱରପୁର, କୋଣାର୍କ, ନିମାପଡ଼ା, ବେଗୁନିଆ, ବାଲିଘାଇ, କାକଟପୁର, ଗୋପୀନାଥପୁର ଓ ମୌଜିବେଗ ଆଦି ୪୫ରୁ ଊର୍ଦ୍ଧ୍ୱ କାରିଗର ରହୁଥିବା ଗଁ। ଏବଂ ପୁରୀ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଖୋର୍ଦ୍ଧା ଜିଲାର ଚାନ୍ଦୁଆ କାରିଗରଙ୍କ ଗଁ। ଭାକରସାହି, ହଳଦୀବସନ୍ତ, ରାଜସ, ଖଇରିପୁର, ଗଡ଼ିଆ, ତାଳପତ୍ର ଓ ପଟଚିତ୍ର କାରିଗରଙ୍କ ଗଁ। ଗଣ୍ଡିଲୋ, କାକରୁଦ୍ରପୁର, ଖମଙ୍ଗ, ପ୍ରତାପରୁଦ୍ରପୁର, ବାଦଛେଲି ପାଟଣା, କଂସାପିତ୍ତଳ କାରିଗରଙ୍କ ଗଁ। ବାଳକାଟି ଓ ରଥିଜେମା ଆଦି ପ୍ରଭାବିତ ହୋଇଛି। ସେହିଭଳି ବୁଣାକାରଙ୍କ ଗଁ। ମୁଣ୍ଡହଣାପାଟଣା, ପ୍ରଧାନ ପାଟଣା, ନୂଆପାଟଣା, ବନମାଳୀପୁର, ଗୁଲା ମହମ୍ମଦ ପାଟଣା, ପତିତପାବନ ପାଟଣା, ଅମୃତମଣୋହୀ ପାଟଣା, ଅଠାନ୍ତର, ହୀରାପୁର, ଭିଙ୍ଗାରପୁର, ବଇଁଚୁଆ, ଖୋର୍ଦ୍ଧା, ଜଙ୍କିଆ, ଗୁରୁଜଙ୍ଗ, ରଁ।ସୋଳ ଆଦି ୫୦ରୁ ଊର୍ଦ୍ଧ୍ୱ ଗ୍ରାମ ସହ ଭୁବନେଶ୍ୱରରେ ରହୁଥିବା ଶିଳ୍ପୀଙ୍କର ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହାବ୍ୟତୀତ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ନୟାଗଡ଼ ଓ ବାଲେଶ୍ୱର ଆଦି ଜିଲାର କାରିଗରମାନେ ବାତ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।
ଅନ୍ୟପକ୍ଷରେ ଫନୀ ପାଇଁ ଏବେ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ କମିଯାଇଛି। ଫଳରେ କଳାକୃତି ବିକ୍ରବଟା ଏକରକମ ବନ୍ଦ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ହସ୍ତଶିଳ୍ପୀଙ୍କ କଳାକୃତି ଅଗ୍ରାଧିକାର ଭିତ୍ତିରେ କିଣିବା ପାଇଁ ବୟନିକା, ସେରିଫେଡ ଓ ସମ୍ବଲପୁରୀ ବସ୍ତ୍ରାଳୟକୁ ନିର୍ଦ୍ଦେଶ ଦେବାକୁ ମହାସଂଘ ଦାବି କରିଛି। ଶିଳ୍ପୀ ମହାସଂଘ ପକ୍ଷରୁ ଏକ ପ୍ରାଥମିକ ଆକଳନର ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ସ୍ବତନ୍ତ୍ର ସହାୟତା ପ୍ୟାକେଜ ଘୋଷଣା କରିବାକୁ ଦାବି ହୋଇଛି। ରାଜ୍ୟ ବାହାରେ ଶିଳ୍ପୀ ଓ ବୁଣାକାରଙ୍କ ଉତ୍‌ପାଦିତ ସାମଗ୍ରୀ ବିକ୍ରି ପାଇଁ ପ୍ରଦର୍ଶନୀ ଆୟୋଜନ କରାଯିବା ସହ ସମସ୍ତ ପୂର୍ବ ଋଣ ଛାଡ଼ କରିବାକୁ ମହାସଂଘ ସଭାପତି ଉଦୟ ମହାନ୍ତି, ମୁଖ୍ୟ ଉପଦେଷ୍ଟା ସୁଦର୍ଶନ ସାହୁ ଓ ସଙ୍ଗଠନ ସମ୍ପାଦକ ପ୍ରିୟରଞ୍ଜନ କର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

ଏନ୍‌ଏଚ୍–୫୫ ନିର୍ମାଣରେ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀ, ଏସଡିଓ ଓ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏଫ୍‌ଆଇଆର୍

ଜଗତସିଂହପୁର, ୬।୭: ଜାତୀୟ ରାଜପଥ–୫୫ (ଏନ୍‌ଏଚ୍–୫୫)ର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତି ଏବଂ ନିମ୍ନମାନର କାମକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ…

୯ରେ ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର,୬।୭(ପ୍ରମୋଦ ବହିଦାର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାର ଉତ୍ତମ ପରିଚାଳନା ପାଇଁ ଆସନ୍ତା ଜୁଲାଇ ୯ ତାରିଖ…

ବିପଦଜନକ ‘ସୁଇଚ୍ ଭାଲ୍ ଚାମ୍ବର’: ଥୁଆମୂଳ ରାମପୁରରେ ଦୁଇଟି ପୃଥକ୍ ସ୍ଥାନରେ ଗାତରେ ଗଳିଲା କାର୍

ଥୁଆମୂଳ ରାମପୁର, ୬ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri