ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଗିରଫ

ବଡବିଲ, ୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପ୍ଲାଣ୍ଟରୁ ଗତ ସୋମବାର ବିଳମ୍ବିତ ରାତିରେ ଲୌହ ସାମଗ୍ରୀ ଚୋରି ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବଡବିଲ ମହାନ୍ତ ବସ୍ତି ମମତା ହଟିଂ ଅଞ୍ଚଳର ଗୁରୁ ଚରଣ ହେସା ଓ ଜନ ଟିଉ ଓରଫ୍‌ ଟୁଟି। ସୋମବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ବେଳେ ପ୍ଲାଣ୍ଟ ପରିସରରୁ ଚୋରି ଅଭିଯୁକ୍ତ ଦ୍ୱୟ ଚୋରି କରିଥିବା ନେଇ ପ୍ଲାଣ୍ଟ ସିକ୍ୟୁରିଟୀ ଅଫିସର ରମେଶ ଚନ୍ଦ୍ର ପ୍ରଧାନ ବଡବିଲ ଥାନାରେ ଲିଖିତ ଏତଲା ଦେଇଥିଲେ। ଏ ନେଇ ପୋଲିସ ବଡବିଲ ଥାନାରେ ଏକ ମାମଲା (ନଂ ୧୬୦/୨୦୧୯) ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବା ସହ ବୁଧବାର ଦିନ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧା ସମ୍ମାନିତ

ହାଟଡିହୀ, ୨୯ା୪(ଡ଼ି.ଏନ.ଏ.)-ବର୍ତ୍ତମାନ ପରିସ୍ଥିତିରେ ଦିନ ରାତି ଏକାଠି କରି କାମ କରୁଥିବା କରୋନା ଯୋଦ୍ଧାଙ୍କୁ କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ...

ବଲାଣିରୁ ଚାଲିବ ଟାଟା-ବଡବିଲ ପାସେଞ୍ଜର: ଦକ୍ଷିଣ-ପୂର୍ବ ରେଳପଥର ମହାପ୍ରବନ୍ଧକଙ୍କ ବଲାଣି ପରିଦର୍ଶନ

କେନ୍ଦୁଝର , ୯ା୮ (ସ୍ବ.ପ୍ର) – ଅନେକ ବର୍ଷ ପରେ ବଲାଣି ବାସୀଙ୍କର ସ୍ବପ୍ନ ସାକାର ହେବାକୁ ଯାଉଛି। ଟାଟା- ବଡବିଲ ପାସେଞ୍ଜର ଟ୍ରେନ୍‌ ଅଳ୍ପ...

ଆଦିବାସୀ ମହିଳାଙ୍କ ନାଁରେ ବ୍ୟାଙ୍କ ଋଣ ଟଙ୍କା ଆତ୍ମସାତ୍‌

ଯୋଡ଼ା,୨୭ା୩(ଡି.ଏନ.ଏ):କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କୋଲହୋ ହୁଣ୍ଡୁଳା ଗ୍ରାମର କେତେଜଣ ଆଦିବାସୀ ମହିଳାଙ୍କ ନାମରେ ଜନୈକ ମହିଳା ବ୍ୟାଙ୍କରୁ ଋଣ କରି ଟଙ୍କା ଆତ୍ମସାତ...

ପାଓ୍ବାର ଟିଲର ନ ପାଇ ସୁଧ ଦେଉଛନ୍ତି ଗଜେନ୍ଦ୍ର: ନ୍ୟାୟ ନ ମିଳିବାରୁ କରିବେ ଅନଶନ

କେନ୍ଦୁଝର , ୮ା୮ (ସ୍ବ.ପ୍ର.)-ଦୀର୍ଘ ୧୦ ମାସ ହେଲା ଋଣ ଅନୁମୋଦିତ ହୋଇଛି ା ଏଥିପାଇଁ ସୁଧ ଆଦାୟ ଦେଉଛନ୍ତି କିନ୍ତୁ ପାଓ୍ବାର ଟିଲର ମିଳୁନଥିବାରୁ...

ଟ୍ରାଫିକ ଜାମ୍‌ରେ ଫସିଲେ: ସ୍କୁଲ ଯାଇ ନ ପାରି ଫାଣ୍ଡିରେ ବସିଲେ ଛାତ୍ରୀଛାତ୍ର

ଯୋଡ଼ା, ୩।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା, ଯୋଡ଼ା, ଭଦ୍ରାସାହି, ବଡ଼ବିଲ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।...

ଦିବଙ୍ଗତ ଖବରଦାତା ଅରିନ୍ଦମଙ୍କ ଘରୁ ଲୁଟ୍‌; ଗ୍ରୀଲ ତାଡ଼ି ସୁନାଗହଣା ନେଇଗଲେ

ପାଟଣା,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଇକଳା ଗ୍ରାମର ଦିବଙ୍ଗତ ଖବରଦାତା ଅରିନ୍ଦମ ଦାସଙ୍କ ପୈତୃକ ଘରୁ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଘରର...

ଶିଆଳି ଲଟାର ଦଉଡ଼ି

କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ପରମ୍ପରା ବହୁ ପୁରୁଣା। କୁହାଯାଏ, ତତ୍କାଳୀନ ରାଜରାଜୁଡ଼ା ଶାସନ ସମୟ ୧୬୭୧ ମସିହାରେ ପ୍ରତିଷ୍ଠିତ ଶ୍ରୀଜୀଉଙ୍କ ରଥଯାତ୍ରା ଏବେ ମଧ୍ୟ ପାଳନ...

ଖେଳୁ ଖେଳୁ ବୁଡ଼ି ଗଲେ ଦୁଇ ଭଉଣୀ

କେନ୍ଦୁଝର, ୧୨।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ଗ୍ରାମ ମଣ୍ଡା ସାହିରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି। ଦୁଇ ଭଉଣୀ ଖେଳୁଥିବା ବେଳେ...

Advertisement
Archives

Model This Week