ପ୍ରୋ-ମିନେରାଲ କାରଖାନା ଚାଲୁ କରିବାକୁ ଦାବି: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପଞ୍ଚାୟତବାସୀ

ଝୁମ୍ପୁରା, ୮ା୨(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ବସନ୍ତପୁର ପଞ୍ଚାୟତରେ ଅବସ୍ଥିତ ପ୍ରୋ-ମିନେରାଲ କାରଖାନା ଚଳାଇବାକୁ ବସନ୍ତପୁର, ନୟାଗଡ ଏବଂ ମଲଦା ପଞ୍ଚାୟତବାସୀ ଦାବି କରିଛନ୍ତି। ପଞ୍ଚାୟତବାସୀଙ୍କ ଜୀବନଜୀବିକା କଥାକୁ ଚିନ୍ତା କରି ପଦକ୍ଷେପ ନେବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଗିରିଧାରୀ ବେହେରା, ଦାସ ମହାକୁଡ, ବିପିନ ମହାକୁଡ, ଧନେଶ୍ୱର ବେହେରା, ନିରନ ବେହେରା, ଚକ୍ର ମୁଣ୍ଡା, ଶୁକ୍ରା ମୁଣ୍ଡା,ଦଲ ନାଏକ, ସୁନିଆ ମୁଣ୍ଡା, ଅରୁଣ ମହାକୁଡ, କୁନା ମହାକୁଡ, ଚନ୍ଦ୍ର ମୁଣ୍ଡା ପ୍ରମୁଖ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦାବିପତ୍ରରେ ୫୦୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଦସ୍ତଖତ ରହିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଲୋକ କାରଖାନା ପାଇଁ ଜମି ଯୋଗାଇ ଦେଇଥିଲେ।
ବସନ୍ତପୁର ପଞ୍ଚାୟତବାସୀ ଦାବିପତ୍ରରେ ଦର୍ଶାଇଛନ୍ତି ଯେ, ୮ବର୍ଷ ପୂର୍ବରୁ ଏହି ପଞ୍ଚାୟତରେ ପ୍ରୋ-ମିନେରାଲ କାରଖାନା ତିଆରି ହୋଇଥିଲା। ବସନ୍ତପୁର ପଞ୍ଚାୟତକୁ ଲାଗି ଯୋଡା ଖଣିମଣ୍ଡଳ ରହିଛି। ଏ ଅଞ୍ଚଳରେ କେବଳ ଖଣି ରହିଥିବା ବେଳେ, ପ୍ରୋ ମିନେରାଲ ଏକମାତ୍ର କାରଖାନା ରହିଛି। ତେବେ କିଛି ବର୍ଷ କାରଖାନା ଚାଲିବା ପରେ ୪ବର୍ଷ ହେଲା ବନ୍ଦ ରହିଛି। କାରଖାନା ବନ୍ଦ ହେବା ଫଳରେ ପ୍ରତ୍ୟହ ଓ ପରୋକ୍ଷ ଭାବେ ଜୀବନଜୀବିକା ଚଳାଉଥିବା ପାଖାପାଖି ୧୫୦୦ ପରିବାର ବହୁ ଅସୁବିଧା ଦେଇ ଗତି କରୁଛନ୍ତି। ଏବେ ପ୍ରୋ-ମିନେରାଲ କାରଖାନାକୁ ଆଦିତ୍ୟ ବିର୍ଲାଗ୍ରୁପ ନେଇ ବନ୍ଦ ପଡିଥିବା କାରଖାନାର ପୁନରୁଦ୍ଧାର କାମ ଚାଲୁ ରଖିଛି। ଏହି ମରାମତି କାମରେ ଏହି ଅଞ୍ଚଳର ୨୦୦ରୁ ଊର୍ଦ୍ଧ୍ୱ ଲୋକ କାମ କରୁଛନ୍ତି। ତେବେ କାରଖାନା ଚାଲିବା ନେଇ ଏହି ଅଞ୍ଚଳବାସୀଙ୍କ ଆଶା ଉଜ୍ଜୀବିତ ହୋଇଛି। କାରଖାନା ବନ୍ଦ ହେଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୫୦୦ରୁ ଊର୍ଦ୍ଧ୍ୱ ପରିବାରର ଜୀବନଜୀବିକା ଉଜୁଡିଯିବ। ପ୍ରୋ-ମିନେରାଲ କାରଖାନା ଚଳାଇବା ଦାବି ନେଇ ବସନ୍ତପୁର ପଞ୍ଚାୟତବାସୀ ଜିଲାପାଳଙ୍କୁ ଭେଟିବା ସହିତ କେନ୍ଦୁଝର ପୋଲିସ ଆରକ୍ଷୀ ଅଧୀକ୍ଷକ, ଚମ୍ପୁଆ ଉପଜିଲାପାଳ, ଯୋଡା ଖଣି ଉପନିର୍ଦ୍ଦେଶକ, ଭୁବନେଶ୍ୱର ଓଡିଶା ଖଣି ନିର୍ଦ୍ଦେଶକ, ଭୁବନେଶ୍ୱର ଖଣି ଓ ଷ୍ଟିଲ ସେକ୍ରେଟାରୀଙ୍କୁ ଦାବିପତ୍ର ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେଲେ ସମବାୟ କର୍ମଚାରୀ

କେନ୍ଦୁଝର,୨୦ା୧୧(ସ୍ବ.ପ୍ର.): ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ କେନ୍ଦୁଝର ଜିଲାର ସମସ୍ତ ପାକ୍ସ ଓ ଲ୍ୟାମ୍ପସ୍‌ର କର୍ମଚାରୀମାନେ ୫ ଦଫା ଦାବିରେ କେନ୍ଦୁଝର ଉପନିବନ୍ଧକଙ୍କ କାର୍ଯ୍ୟାଳୟ...

ଭାରତବନ୍ଦ ଡାକରା ଆନନ୍ଦପୁରରେ ପ୍ରଭାବଶୂନ୍ୟ

ଆନନ୍ଦପୁର,୨୯।୧(ସ୍ବ.ପ୍ର.): ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। କେନ୍ଦୁଝର...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୧୬।୧୦(ସ୍ବ.ପ୍ର.): ଗତ ସୋମବାର ଦିନ ବଳଦ ଚରାଇବାକୁ ଯାଇ ଅରଡେଇ ନଦୀରେ ନିଖୋଜ ହୋଇଥିବା ନିର୍ମଳ ମହାରଣା (୪୫)ଙ୍କ ମୃତଦେହ ପୋଲିସ ବୁଧବାର ସକାଳେ ଉଦ୍ଧାର...

ପାରିବାରିକ କଳହକୁ ନେଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ହାଟଡ଼ିହୀ,୪।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅମିନପୁର ଗ୍ରାମର ଜଣେ ମହିଳା ହାବଳେଶ୍ୱର ଶିବ ମନ୍ଦିର ନିକଟ ବୈତରଣୀକୁ ଡେଇଁ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...

କରେଣ୍ଟ ଲାଗି ଜଣେ ମୃତ, ଜଣେ ଆହତ

ବଡ଼ବିଲ,୧୩.୦୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚଡି ରୋଡ଼ ବାକଲ ହଟିଂରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ ଆଉ ଜଣେ ଜଣେ ଆହତ...

ଭାଜପାର ଦୋମୁହାଁ ନୀତିକୁ ନେଇ ଚର୍ଚ୍ଚା

କେନ୍ଦୁଝର,୨୪ା୧(ସ୍ବ.ପ୍ର.): ସମାଜିକକର୍ମୀ ନୈନା ସାହୁ ମୃତ୍ୟୁ ଘଟଣା ଦିନକୁ ଦିନ ଭିନ୍ନମୋଡ଼ ନେଉଛି। ପ୍ରଥମେ ଦୁର୍ଘଟଣା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ଏନେଇ...

ବୋଲେରୋ ପୋଡିଦେଲେ ଦୁର୍ବୃତ୍ତ

ବଡବିଲ, ୮।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚଡି ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋକୁ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡିଦେଇଥିବା ଜଣାପଡିଛି।...

ଚଳନ୍ତା ବସ୍‌ ଉପରେ ପଡିଲା ୧୨ ଚକିଆ ଟ୍ରକ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ଆନନ୍ଦପୁର,୧୯।୨: କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥର ଆନନ୍ଦପୁର ଶାଳପଡ଼ା ବାଇପାସ୍‌ ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ୨୦ ଫୁଟ ଓଭରବ୍ରିଜ ଉପରୁ...

Advertisement
Archives

Model This Week