ପ୍ରେରଣାଦାୟିନୀ ପ୍ରଶାସିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
‘ଜୀବନରେ କେବେ ପରାସ୍ତ ହେବା କଥା ନୁହେଁ କି କେତେବେଳେ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହେବା ଉଚିତ ନୁହେଁ। ପ୍ରଚେଷ୍ଟା ଥିଲେ ଲକ୍ଷ୍ୟସିଦ୍ଧି ହୋଇପାରିବ।’ ନିକଟରେ କେରଳ ଥିରୁଭାନନ୍ତପୁରମ୍‌ର ଉପଜିଲାପାଳ ଭାବେ ଦାୟିତ୍ୱ ନେବା ପରେ ଏହା କହିଛନ୍ତି ଭାରତର ପ୍ରଥମ ମହିଳା ଦୃଷ୍ଟିବାଧିତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ପ୍ରାଞ୍ଜଳ ପାଟିଲ। ଜୀବନରେ ବହୁ ଘାତପ୍ରତିଘାତ ସହି ସେ ଏଭଳି କୃତିତ୍ୱ ଅର୍ଜନ କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଏବେ ଚର୍ଚ୍ଚାକୁ ଆସିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତର ପ୍ରଥମ ଦୃଷ୍ଟିବାଧିତ ଆଇଏଏସ୍‌ ଅଫିସର ହେଉଛନ୍ତି ମଧ୍ୟପ୍ରଦେଶ କ୍ୟାଡରର କ୍ରିଷ୍ଣ ଗୋପାଳ ତିଓ୍ବାରି।
ମହାରାଷ୍ଟ୍ରର ଉଲ୍ଲାଶନଗରରେ ୧ ଏପ୍ରିଲ ୧୯୮୮ରେ ପ୍ରାଞ୍ଜଳ ଜନ୍ମଗ୍ରହଣ କରିଥିଲେ। ପିତା ଲାହେନ ସିଂ ବି ପାଟିଲ ଓ ମାତା ଜ୍ୟୋତି ପାଟିଲଙ୍କ ଝିଅ ପ୍ରାଞ୍ଜଳଙ୍କୁ ଯେତେବେଳେ ୬ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଦୃଷ୍ଟିହୀନଙ୍କ ପାଇଁ ଉଦ୍ଦିଷ୍ଟ ମୁମ୍ବାଇର କମଳା ମେହେଟ୍ଟା ଦାଦର ସ୍କୁଲରେ ସେ ନାମ ଲେଖାଇଥିଲେ। ମରାଠି ମାଧ୍ୟମ ସ୍କୁଲ ହୋଇଥିବାରୁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହା ପରେ ସେଠାକାର ସେଣ୍ଟ୍‌ ଜାଭିୟର୍ସ କଲେଜରେ ସେ ରାଜନୀତି ବିଜ୍ଞାନ ନେଇ ପାଠ ପଢ଼ିଥିଲେ। ପଢ଼ାବେଳେ ଦୃଷ୍ଟିବାଧିତଙ୍କ ଲାଗି ଅଭିପ୍ରେତ ଜାଭିୟର୍ସ ରିସୋର୍ସ ସେଣ୍ଟର ପକ୍ଷରୁ ତାଙ୍କୁ ବହୁତ ସହଯୋଗ ମିଳିଥିଲା। ଉଚ୍ଚଶିକ୍ଷା ଲାଭ କରିବା ସକାଶେ ପ୍ରାଞ୍ଜଳ ନୂଆଦିଲ୍ଲୀ ଚାଲିଯାଇଥିଲେ। ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରୁ ସେ ଇଣ୍ଟରନ୍ୟାଶନାଲ ରିଲେସନ୍ସ ବିଷୟରେ ଏମ୍‌ଫିଲ୍‌ ଓ ପିଏଚ୍‌ଡି କରିଥିଲେ। ତେବେ ଆଖିରେ ରେଟିନା ଲଗାଇବା ପାଇଁ ହୋଇଥିବା ଅସ୍ତ୍ରୋପଚାର ବେଳେ ସେ ଖୁବ୍‌ ଯନ୍ତ୍ରଣା ପାଇଥିଲେ। ଏପରି କି ବର୍ଷେ ଯାଏ ସେ କଷ୍ଟରୁ ରକ୍ଷା ପାଇପାରି ନ ଥିଲେ ବୋଲି କହିଥାଆନ୍ତି। ତଥାପି ପଢ଼ାରୁ ସେ ନିଜକୁ ଦୂରେଇ ରଖି ନ ଥିଲେ। ୩ ବର୍ଷ ତଳେ ପ୍ରାଞ୍ଜଳ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରୀକ୍ଷାରେ ପ୍ରଥମେ ଉତ୍ତୀର୍ଣ୍ଣ ହୋଇଥିଲେ। ୭୭୩ ର଼୍ୟାଙ୍କ୍‌ ରଖିବାରୁ ତାଙ୍କୁ ଭାରତୀୟ ରେଳରେ ଇଣ୍ଡିଆନ୍‌ ରେଲଓ୍ବେ ଆକାଉଣ୍ଟସ୍‌ ସର୍ଭିସ (ଆଇଆର୍‌ଏଏସ୍‌) ମିଳିଥିଲା। ଦୃଷ୍ଟିବାଧିତ ହୋଇଥିବାରୁ ଭାରତୀୟ ରେଳ ତାଙ୍କ ନିଯୁକ୍ତିକୁ ଗ୍ରହଣ କରି ନ ଥିଲା। ଏଥିରେ ପ୍ରାଞ୍ଜଳ ବ୍ୟତିବ୍ୟସ୍ତ ନ ହୋଇ ଭଲ ର଼୍ୟାଙ୍କ୍‌ ପାଇବା ପାଇଁ ଉଦ୍ୟମ ଜାରି ରଖିଲେ। ୨୦୧୮ ୟୁପିଏସ୍‌ସି ପରୀକ୍ଷାରେ ୧୨୪ ର଼୍ୟାଙ୍କ୍‌ ରଖି ଆଇଏଏସ୍‌ରେ ଯୋଗଦେବା ଲାଗି ସେ ଯୋଗ୍ୟ ବିବେଚିତ ହୋଇଥିଲେ। ତା’ପରେ ମସୌରୀରେ ପ୍ରଶିକ୍ଷଣ ନେଇଥିଲେ। ତେବେ ଅଳ୍ପ ଦିନ ପାଇଁ ସେ କେରଳର ଏର୍ନାକୁଲମ୍‌ରେ ଅତିରିକ୍ତ ଜିଲାପାଳ ଭାବେ ନିଯୁକ୍ତ ହେବା ପରେ ପୁଣି ପ୍ରଶିକ୍ଷଣ ଶେଷ କରିବାକୁ ମସୌରୀ ଫେରିଯାଇଥିଲେ। ୧୪ ଅକ୍ଟୋବର ୨୦୧୯ରେ ସେ ଥିରୁଭାନନ୍ତପୁରମରେ ଉପଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଦେଶର ପ୍ରଥମ ମହିଳା ଦୃଷ୍ଟିବାଧିତ ପ୍ରଶାସିକା ଭାବେ ପ୍ରାଞ୍ଜଳ କାର୍ଯ୍ୟରେ ଯୋଗଦେବା ପରେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଜୀବନରେ କୌଣସି ବିଷୟରେ ହତୋତ୍ସାହିତ ହେବା କଥା ନୁହେଁ। ଭାରତୀୟ ରେଳ ପକ୍ଷରୁ ତାଙ୍କୁ ପ୍ରତ୍ୟାଖ୍ୟାତ କରାଯିବା ପରେ ସେ ନିରାଶ ହୋଇଯାଇଥିଲେ। ସେହିପରି ଆଖିରେ ଅସ୍ତ୍ରୋପଚାର ପରେ ପାଇଥିବା ଯନ୍ତ୍ରଣା ଓ ସେଥିରେ ଅସଫଳ ହେବା ତାଙ୍କୁ ଅନେକ ବାଧିଥିଲା। ତଥାପି ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ନିରନ୍ତର ପ୍ରୟାସ କରିଥିଲେ। ଏବେ ସର୍ବଭାରତୀୟ ସେବାରେ ସେ ନିୟୋଜିତ ହେବା କେବଳ ଦିବ୍ୟାଙ୍ଗ ନୁହନ୍ତି, ସବୁ ବର୍ଗର ଆଶାୟୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିରକ୍ଷା ବିପନ୍ନ

ଭାରତ ଓ ଚାଇନା ମଧ୍ୟରେ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ମେ’ ୨୦୨୦ରେ ଦୁଇ ଦେଶର ସେନା କିଭଳି ମୁହାଁମୁହିଁ ହୋଇଥିଲେ ତାହା...

ଏଇ ଭାରତରେ

ପଢ଼ିବା ସମୟରେ ଅଭାବକୁ ଅତି ନିକଟରୁ ଦେଖିଥିଲେ ମନୋଜ ଯାଦବ । ସେଭଳି ସ୍ଥିତି ଆଉ କେଉଁ ପିଲା ସମ୍ମୁଖୀନ ନ ହେବା ଲାଗି ସେ...

ବ୍ୟବସ୍ଥା ନତମସ୍ତକ

ଆକାର ପଟେଲ   ଗଣତାନ୍ତ୍ରିିକ ସରକାରର ବ୍ୟାପକତା ବହୁ ସମୟରେ ହ୍ରାସ ପାଇ ନିର୍ବାଚନ ପ୍ରକ୍ରିୟାରେ ସୀମିତ ରହେ। ଅବଶ୍ୟ ଏହା ଗଣତନ୍ତ୍ରର ଏକ ଅତ୍ୟାବଶ୍ୟକ...

ପ୍ରାଣୀ କଲ୍ୟାଣ ପାଇଁ ଦାନ

ମାନେକା ଗାନ୍ଧୀ ତାଲାବନ୍ଦୀ ସମୟରେ ହଜାର ହଜାର ଭାରତୀୟ, ବିଶେଷକରି ମହିଳାମାନେ ସେମାନଙ୍କର ଦୈନନ୍ଦିନ ଖାଦ୍ୟରୁ କାଟି ବୁଲା ପ୍ରାଣୀମାନଙ୍କୁ ଖାଇବାକୁ ଦେଇଛନ୍ତି। ଦିନ ଯେତିକି...

ଆୟ ଓ ସମ୍ପତ୍ତି ଅସମାନତା

କିଛି ମାସ ହେଲା ଭାରତରେ ଆୟ ଏବଂ ସମ୍ପତ୍ତିରେ ବୃଦ୍ଧି ପାଉଥିବା ଅସମାନତାକୁ ନେଇ ବହୁ ରିପୋର୍ଟ ସତର୍କ କରିିଛନ୍ତି। ଦର୍ଶାଯାଇଥିବା ପରିସଂଖ୍ୟାନ ସବୁ ଭୁଲ୍‌...

ଦେଖଣାହାରି ସାଜନାହିଁ

ମାର୍ଚ୍ଚ ୧୯୬୪ରେ ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଥିଲା ଯେ, କିଟି ଜେନୋଭେସେ ନାମ୍ନୀ ଜଣେ ମହିଳାଙ୍କ ଉପରେ ଅତି ନୃଶଂସ ଓ ଘାତକ ଆକ୍ରମଣର ୩୮...

ଆଉ କେତେ ଝୁଣ୍ଟିବା

ଶ୍ୱେତପଦ୍ମାସିନୀ ମହାନ୍ତି   ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି, କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟାବିସ୍ତାର କରି ତାଣ୍ଡବ ଖେଳାଇଦେଇଛି। ଯେତେବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ,...

ପୁରୁଷ ଓ ରୋଷେଇ

ରୁଦ୍ର ପ୍ରସନ୍ନ ରଥ କିଛିଦିନ ତଳେ ଟ୍ବିନ୍‌ ସିଟି କମିଶନରେଟ ପୋଲିସ୍‌ର ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ରୋଷେଇ କରିବାକୁ ନେଇ ଗୋଟିଏ ଛୋଟିଆ ମନ୍ତବ୍ୟ...

Advertisement
Archives

Model This Week