‘ପ୍ରେମ ହିଁ ଜୀବନ’: ସାଢ଼େ ୧୭ ଶହ ବର୍ଷର ବାର୍ତ୍ତା

ପ୍ରେମର ପରିଭାଷା ମଣିଷଙ୍କଠାରୁ ଆରମ୍ଭ କରି ପ୍ରାଣୀଜଗତ ସବୁଠାରେ ପରିଲକ୍ଷିତ ହୋଇଥାଏ। ସ୍ନେହ ପ୍ରେମରେ ସାରା ଦୁନିଆକୁ ଜୟ କରାଯାଇପାରେ ବୋଲି ବୁଦ୍ଧିଜୀବି ମତ ଦେଇଥାନ୍ତି। ତେଣୁ ତ କୁହାଯାଇଥାଏ ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ଜୟ ପ୍ରକୃତ ଜୟ ନୁହେଁ। ସ୍ନେହ ପ୍ରେମ ଦ୍ୱାରା ହୋଇଥିବା ହୃଦୟର ଜୟ ହିଁ ପ୍ରକୃତ ଜୟ। ଏହା ଭାଲେଣ୍ଟାଇନ୍‌ ଡେ’ ବା ପ୍ରେମ ଦିବସର ପ୍ରକୃତ ଉଦ୍ଦେଶ୍ୟ। ଫେବୃୟାରୀ ୧୪କୁ ପୃଥିବୀ ବ୍ୟାପି ଭାଲେଣ୍ଟାଇନ୍ସ୍‌ ଡେ’ ଭାବେ ପାଳନ କରାଯାଇଥାଏ। ଦୀର୍ଘ ସାଢ଼େ ୧୭ ଶହ ବର୍ଷ ଧରି ଏହି ଦିନଟି ପୃଥିବୀବାସୀଙ୍କୁ ‘ପ୍ରେମ ହିଁ ଜୀବନ’ ବାର୍ତ୍ତା ଦେଇ ଚାଲିଛି। ଏହି ଦିନଟି ଯୁବବର୍ଗଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖୁଥିଲେ ମଧ୍ୟ ସମାଜର ପ୍ରତିବର୍ଗର ଲୋକେ ନିଜ ନିଜ ମଧ୍ୟରେ ଥିବା ଭଲ ପାଇବାକୁ ପରିପ୍ରକାଶ କରିଥାନ୍ତି। ତୃତୀୟ ଶତାବ୍ଦୀରୁ ଏହି ଦିବସ ପାଳିତ ହୋଇ ଆସୁଛି। ସେତେବେଳେ ରୋମର କ୍ୟାଥଲିକ୍‌ ଚର୍ଚ୍ଚରେ ଭାଲେଣ୍ଟାଇନ ନାମକ ଜଣେ ପାଦ୍ରୀ ଥିଲେ। ସେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବିବାହ କରାଉଥିଲେ। ତେବେ ତତ୍‌କାଳୀନ ରୋମର ରାଜା କ୍ଲାଡିୟସ ନିଜ ସୈନ୍ୟବଳ ବୃଦ୍ଧି ପାଇଁ ଦେଶରେ ପ୍ରେମ ବିବାହ ଉପରେ ରୋକ ଲଗାଇ ଦେଇଥିଲେ। ରାଜା ଭାବୁଥିଲେ ପ୍ରେମ ଓ ବିବାହ ଯୋଗୁଁ ଯୁବକମାନେ ସୈନ୍ୟ ବିଭାଗରେ ଭର୍ତ୍ତି ହେବାକୁ ଚାହୁଁନାହାଁନ୍ତି । ଯୁବକମାନେ ନିଜ ପ୍ରେମିକାଙ୍କୁ ଛାଡି ଦୂରରେ ରହି ବର୍ଷ ବର୍ଷ ଧରି ଯୁଦ୍ଧ କରିବାକୁ ଅମଙ୍ଗ ହେଉଛନ୍ତି ବୋଲି ରାଜା ଚିନ୍ତା କରୁଥିଲେ। ରାଜାଙ୍କ ମନା କରିବା ପରେ ମଧ୍ୟ ପାଦ୍ରୀ ଭାଲେଣ୍ଟାଇନ ପ୍ରେମୀଯୁଗଳଙ୍କ ବିବାହ କରିବା ଜାରି ରଖିଲେ। ପାଦ୍ରୀ ଅନେକ ସୈନିକଙ୍କ ବିବାହ ମଧ୍ୟ କରାଇଲେ । ରାଜା ତାଙ୍କୁ ଗିରଫ କରି ଜେଲରେ ରଖିଦେଲେ । ହତ୍ୟା କରିବା ଲାଗି ତାଙ୍କ ଉପରେ ଚାବୁକ ଏବଂ ପଥର ମାଡ଼ କରାଗଲା। ଏହାଦ୍ୱାରା ତାଙ୍କର ମୃତ୍ୟୁ ନ ହେବାରୁ ଶେଷରେ ୧୪ ଫେବୃୟାରୀ ୨୬୯ ମସିହାରେ ଭାଲେଣ୍ଟାଇନଙ୍କ ମୁଣ୍ଡକାଟ କରାଗଲା। ଲୋକେ କୁହନ୍ତି ଜେଲରେ ଥିବା ସମୟରେ ପାଦ୍ରୀ ଜେଲରଙ୍କ ଝିଅଙ୍କ ପାଖକୁ ଏକ ପ୍ରେମ ଚିଠି ଲେଖିଥିଲେ। ଏହାର ଶେଷରେ ଲେଖାଯାଇଥିଲା ଇତି ‘ତୁମର ଭାଲେଣ୍ଟାଇନ’। ପାଦ୍ରୀ ଭାଲେଣ୍ଟାଇନଙ୍କ ତ୍ୟାଗକୁ ପ୍ରେମର ପ୍ରତୀକ ଭାବେ ମନେ ରଖିବା ପାଇଁ ୧୪ ଫେବୃୟାରୀକୁ ଭାଲେଣ୍ଟାଇନ୍ସ୍‌ ଡେ’ ଭାବେ ପାଳନ କରାଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

କୁମ୍ଭୀରଠାରୁ ବଞ୍ଚି କୂଳରେ ପହଞ୍ଚିିଲା ମଇଁଷି: ଏମିତି ଦେଖି ଡରିଗଲେ ସିଂହ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଗୁଗଲ୍‌ ମ୍ୟାପ୍‌ରେ ସର୍ଚ୍ଚ କରୁଥିଲେ ଶ୍ମଶାନ, ଦେଖିବାକୁ ମିଳିଲା ଭୟଙ୍କର ଦୃଶ୍ୟ

ଲୋକେ ସହଜରେ କୌଣସି ସ୍ଥାନ ବିଷୟରେ ସୂଚନା ପାଇବା ପାଇଁ ଗୁଗଲ୍‌ ମ୍ୟାପ୍‌ର ସାହାରା ନେଇଥାନ୍ତି। ବେଳେବେଳେ ଏହି ମ୍ୟାପ୍‌ ସର୍ଚ୍ଚ କରୁକରୁ କିଛି ଅଦ୍ଭୁତ...

ଇନ୍‌ଷ୍ଟାଗ୍ରାମର ସବୁଠୁ ଷ୍ଟାଇଲିଶ୍‌ ଗ୍ରାଣ୍ଡ୍‌ ମା’

ବାଡ୍ଡି ଓ୍ବିଙ୍କଲ୍‌। ବୟସ ୯୨। କିନ୍ତୁ ଏବେ ବି କମିନି ତାଙ୍କ ଜଲଓ୍ବା। ଷ୍ଟାଇଲରେ ସେ ଆଜିକାଲି ମଡେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସବୁଠୁ...

ଘଣ୍ଟି ! ପବିତ୍ର ଏହାର ଧ୍ୱନି…

”ଆଗମାର୍ଥମ୍‌ ତୁ ଦେବାନାଂ ଗମନାର୍ଥାଂ ତୁ ରାକ୍ଷସାମ୍‌ ଘଣ୍ଟାରବଂ କରୋମ୍ୟାଦୌ ଦେବତାହ୍ବାନଂ ଲାଞ୍ଛନଂ॥“ ଅର୍ଥାତ୍‌ ଘଣ୍ଟି ବଜାଇ ଦେବତାଙ୍କ ଆହ୍ବାନ କରିବାଦ୍ୱାରା ସକାରାତ୍ମକ ଶକ୍ତି ତଥା...

ମାଙ୍କଡ଼ ପାଖେ ହାର ମାନିବ ମଣିଷ , ଭିଡ଼ିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଭାଇରାଲ ହେଉଛି ଆଇଏଏସ୍‌ଙ୍କ ୨୨ ବର୍ଷର ପୁରୁଣା ଚିଠି

ଆଇଏଏସ୍‌ ଉଦିତ ପ୍ରକାଶ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ମଜାଦାର କଥା ଶେୟାର କରନ୍ତି। ଏବେ ସେ...

ବିବାହ କଲେ ବିଲ୍‌ ଗେଟ୍‌ସଙ୍କ ଝିଅ

ଲଣ୍ଡନ,୧୯।୧୦: ବିଲ୍‌ ଗେଟ୍‌ସଙ୍କ ଝିଅ ଜେନିଫର୍‌ ଗେଟ୍‌ସ ବିବାହ କରିଛନ୍ତି। ଶନିବାର ସେ ତାଙ୍କର ପୁରୁଷ ବନ୍ଧୁ ନାଏଲ ନାସାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି...

ପୃଥିବୀର ୫ ପୁରାତନ ଦାମୀ ବହି

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ଅଛି, ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର...

Advertisement
Archives

Model This Week