Posted inଜାତୀୟ

ପ୍ରି ଓ୍ବେଡିଂ ଫଟୋ ଶୁଟ୍‌କୁ ନା, ବରଯାତ୍ରୀରେ ନାଚି ପାରିବେନି ମହିଳା

ଭୋପାଳ,୧୦।୧୨: ମଧ୍ୟପ୍ରଦେଶ ଭୋପାଳର ଜୈନ ଓ ଗୁଜରାଟି ସମାଜ ସଙ୍ଗଠନ ଏକ କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି ବିବାହ ପୂର୍ବରୁ କରାଯାଉଥିବା ଫଟୋ ଶୁଟ୍‌କୁ ସଙ୍ଗଠନ ପକ୍ଷରୁ ବାରଣ କରାଯାଇଛି। କେବଳ ସେତିକି ନୁହେଁ ଝିଅଙ୍କ ସଙ୍ଗିତ ସେରିମନୀରେ ପୁରୁଷ କୋରିଓଗ୍ରାଫର ଆସି ପାରିବେ ନାହିଁ କି ମହିଳାମାନେ ବରଯାତ୍ରୀରେ ମଧ୍ୟ ନାଚି ପାରିବେ ନାହିଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ସେମାନେ କହିଛନ୍ତି ଏସବୁ ପ୍ରଥା ସେମାନଙ୍କ ସଂସ୍କୃତିର ବାହାରେ ଏବଂ ଏହା ସମାଜରେ ସମସ୍ୟା ସୃଷ୍ଟି କରୁଛି। ଏକ ସର୍କୁଲାର ଜରିଆରେ ଏହା ଜୈନ ଓ ଗୁଜରାଟି ସମ୍ପ୍ରଦାୟକୁ ଏହା ଜଣାଇ ଦିଆଯାଇଛି। ଭୋପାଳ ଗୁଜରାଟ ସମାଜର ଅଧ୍ୟକ୍ଷ ଓ ଗୁଜରାଟ ସମାଜର ଜାତୀୟ ସାଧାରଣ ସମ୍ପାଦକ ସଞ୍ଜୟ ପଟେଲ ଏହି ସୂଚନା ଦେଇଛନ୍ତି। ଆଉ ଯିଏ ଏହାକୁ ବିରୋଧ କରିବେ ତାଙ୍କୁ ସମ୍ପ୍ରଦାୟର ବାସନ୍ଦ କରାଯିବ। ଏହା ସାରା ଭାରତରେ ଥିବା ଗୁଜରାଟୀ ସମ୍ପ୍ରଦାୟ ପ୍ରତି ଲାଗୁ ହେବ ବୋଲି ସେ କହିଛନ୍ତି। ଭୋପାଳ ଜୈନ ସମାଜର ଅଧ୍ୟକ୍ଷ ପ୍ରମୋଦ ହିମାଂଶୁ କହିଛନ୍ତି ଜଣେ ଧର୍ମଗୁରୁ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ ଓ ସଙ୍ଗିତରେ ପୁରୁଷ କୋରିଓଗ୍ରାଫରଙ୍କୁ ନେଇ ଅଶ୍ଳୀଳ କହି ଆପତ୍ତି କରିବାରୁ ଏମିତି ପଦକ୍ଷେପ ନିଆଯାଇଛି। ଏବେ ଏହାକୁ ନେଇ ଯୁବବର୍ଗ କହିଛନ୍ତି ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କେବଳ ଏକ ସ୍ମୃତି ଏଥିରେ କୌଣସି ଅଶ୍ଳୀଳତା ନାହିଁ। ଏହାବ୍ୟତୀତ ବିଭିନ୍ନ ପର୍ବକୁ ପାଳନ କରିବାକୁ ସମସ୍ତଙ୍କର ନିଜସ୍ବ ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ହେଲା ତାରିଖ ଘୋଷଣା

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ନିର୍ବାଚନ ଆୟୋଗ ଶୁକ୍ରବର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶର ୭୫ଟି ଜିଲାରେ ଚାରିଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ...

ଅଗଷ୍ଟରେ ବେରୋଜଗାରୀ ହାର ୮.୩%କୁ ବୃଦ୍ଧି

ନୂଆଦିଲ୍ଲୀ,୨ା୯:ଅଗଷ୍ଟରେ ଭାରତରେ ବେରୋଜଗାରୀ ହାର ୮.୩ %କୁ ବୃଦ୍ଧି ପାଇଛି, ଯାହା ବର୍ଷକ ମଧ୍ୟରେ ସର୍ବାଧିକ। ଏହି ମାସରେ ନିଯୁକ୍ତି ୨ ନିୟୁତ ହ୍ରାସ ପାଇ...

ସିଡବ୍ଲୁସି ବୈଠକରେ ଯୋଗଦେବେ ଗେହଲଟ: ଦୀପାବଳି ମଧ୍ୟରେ ହୋଇପାରେ ଅଦଳବଦଳ

ନୂଆଦିଲ୍ଲୀ,୧୪ ।୧୦: ପଞ୍ଜାବ କଂଗ୍ରେସରେ ଉତ୍‌ଥାନ ପତନ ପରେ ଏବେ ରାଜସ୍ଥାନ ସରକାରଙ୍କୁ ନେଇ ଚାଲିଛି ଆଲୋଚନା । ଅକ୍ଟୋବର ୧୬ରେ କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି) ବୈଠକ...

ଯୋଗୀ ୧ ନମ୍ବର ମୁଖ୍ୟମନ୍ତ୍ରୀ, ଚତୁର୍ଥରେ ନବୀନ

ନୂଆଦିଲ୍ଲୀ,୨୪ା୧:ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେଶନ ପକ୍ଷରୁ ଜାନୁୟାରୀରେ କରାଯାଇଥିବା ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ...

ଲୋକପାଳଙ୍କ ନିକଟରେ ୫୫ ଅଭିଯୋଗ

ନୂଆଦିଲ୍ଲୀ,୨୩ା୧୦(ପି.ଟି.):ଲୋକପାଳଙ୍କ ନିକଟରେ ଗତ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୫୫ଟି ଅଭିଯୋଗ କରାଯାଇଛି। ସେଥିମଧ୍ୟରୁ ୩ ଜଣ ଏମ୍‌ପିଙ୍କ ବିରୋଧରେ ଅଭିଯୋଗ ଥିବା ଜଣାପଡ଼ିଛି। ଦୁର୍ନୀତି...

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଅଜବ ଦାବି!

ଅଗରତାଲା,୧୫ ।୨: ତିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପୁଣିଥରେ ନିଜର ଅଜବ ଦାବିକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଅଗରତାଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ...

ବାରାଣସୀ କୋର୍ଟକୁ ଗଲା ଜ୍ଞାନବ୍ୟାପୀ ମସଜିଦ୍‌ ମାମଲା

ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟରେ ଜ୍ଞାନବ୍ୟାପୀ ମସଜିଦ୍‌ ମାମଲାର ଶୁକ୍ରବାର ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ଏନେଇ ଗଣମାଧ୍ୟମଠାରୁ ଆରମ୍ଭ କରି ଦେଶବାସୀ ପର୍ଯ୍ୟନ୍ତ ସମସ୍ତଙ୍କ...

ସିଆଚେନ୍‌ରେ ହାତୁଡ଼ିରେ ପିଟିଲେ ଅଣ୍ଡା ବି ଫାଟୁନି: ଖାଦ୍ୟ ପାଇଁ ହନ୍ତସନ୍ତ ଯବାନ

ସିଆଚେନ୍‌, ୯।୬: ସିଆଚେନ୍‌ରେ ୨୦ ହଜାର ମିଟର ଉପରେ ଦେଶର ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ସେନା ଯବାନ। ଯବାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ...

Advertisement
Archives

Model This Week