Posted inଜାତୀୟ

ପ୍ରିୟଙ୍କା ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ: ଶତ୍ରୁ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଟୁଇଟ୍‌ କରି ଇଚ୍ଛା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା। ସେ କହିଛନ୍ତି ପ୍ରିୟଙ୍କାଙ୍କ ଭିତରେସେ ଇନ୍ଦିରାଙ୍କୁ ଦେଖି ପାରୁଛନ୍ତି। ତେଣୁ ସେ ମଧ୍ୟ ଇନ୍ଦିରାଙ୍କ ଭଳି ନେତୃତ୍ୱ ନେଇ ପାରିବେ ବୋଲି କହିଛନ୍ତି ଶତ୍ରୁଘ୍ନ। ଉତ୍ତର ପ୍ରଦେଶର ସୋନଭଦ୍ରାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୀଡିତ ପରିବାରଙ୍କୁ ଭେଟିବାକୁ ଯାଇ ପ୍ରିୟଙ୍କା ଯେଉଁଭଳି ପରିସ୍ଥିତକୁ ସାହସର ସହ ସାମ୍ନା କରିଥିଲେ ତାକୁ ଶତ୍ରୁଘ୍ନ ପ୍ରଶଂସା କରିଛନ୍ତି। ଇନ୍ଦିରା ଗାନ୍ଧୀ ବେଲଚି ମାମଲାରେ ଯେମିତି ସାହସର ସହ ପରିସ୍ଥିତିକୁ ସାମ୍ନା କରିବା ବେଳେ ପୋଲିସ ତାଙ୍କୁ ଗିରଫ କରିବା ସମୟରେ ସେ ହସି ହସି ଏହାକୁ ସ୍ବାଗତ କରିଥିଲେ ଠିକ୍‌ ସେହିପରି ପ୍ରିୟଙ୍କାକୁ ସୋନଭଦ୍ରା ଗସ୍ତ ସମୟରେ ଦେଖିବାକୁ ମିଳିଥିଲା। ତେଣୁ ପ୍ରିୟଙ୍କା ହିଁ କଂଗ୍ରେସର ଅଧ୍ୟକ୍ଷ ପଦ ସମ୍ଭାଳି ପାରିବେ ବୋଲି ସେ କହିଛନ୍ତି। କାରଣ ସେ ହେଉଛନ୍ତି ରୋଲ୍‌ ମଡେଲ୍‌ ତାଙ୍କର ଅଧ୍ୟକ୍ଷତା ଦଳ ପାଇଁ ଲାଭଦାୟକ ହେବ ବୋଲି ସେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ପିଆରରେ ଜନ୍ମ, ମୃତ୍ୟୁ ଓ ପ୍ରବାସର ଅପଡେଟ ଜରୁରୀ

ନୂଆଦିଲ୍ଲୀ,୨୮ ।୪: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୨୦୨୦-୨୧ ବର୍ଷର ରିପୋର୍ଟ ଅନୁଯାୟୀ, ଜନ୍ମ, ମୃତ୍ୟୁ ଓ ପ୍ରବାସ କାରଣରୁ ହେଉଥିବା ପରିବର୍ତ୍ତନକୁ ସାମିଲ କରିବା ପାଇଁ ରାଷ୍ଟ୍ରୀୟ...

ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବାରୁ ଚିରି ଦିଆଗଲା ବାର୍‌ ଡ୍ୟାନ୍ସରଙ୍କ ପୋଷାକ

ହାଇଦ୍ରାବାଦ,୧୭।୬: ଆନ୍ଧ୍ରପ୍ରଦେଶର ରାଜଧାନୀ ହାଇଦ୍ରାବାଦରେ ଜଣେ ବାର୍‌ ଡ୍ୟାନ୍ସର ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ତାଙ୍କ ଡ୍ରେସ ଚିରି ଦିଆଯିବା...

ଜାତି ଭିତ୍ତିକ ଜନଗଣନା ଥରେ ହେବା ଆବଶ୍ୟକ: ନୀତୀଶ କୁମାର

ପାଟନା,୨୪ ।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗୁରୁବାର ପୁଣିଥରେ ଜାତି ଭିତ୍ତିକ ଜନଗଣନାକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଜାତି ଆଧାରିତ...

ଭାରତକୁ ସାଲ୍ୟୁଟ୍‌ କଲା ଜାତିସଂଘ

କୋଭିଡ୍‌-୧୯ ମହାମାରୀ ବିରୋଧୀ ଲଢ଼େଇରେ ଅନ୍ୟ ଦେଶକୁ ସହାୟତା କରିଥିବା ଭାରତ ଓ ଅନ୍ୟ ରାଷ୍ଟ୍ରଙ୍କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସାଲ୍ୟୁଟ୍‌ ଜଣାଇଛନ୍ତି। କରୋନା...

ନାମକରଣ ପରେ ୪୦ ଦିନର ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗିଲା ବାପା

ଥିରୁଭାନନ୍ତପୁରମ, ୨୫।୯: କେରଳର ଥିରୁବଲମ୍‌ର ପଚଲ୍ଲୁର ଅଞ୍ଚଳରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନାମକରଣ ସଂସ୍କାରର କିଛି...

ମୁକୁଳିଲେ ଜେସିକା ଲାଲ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ନୂଆଦିଲ୍ଲୀ,୨।୬: ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ମନୁ ଶର୍ମା ସୋମବାର ମୁକୁଳିଛନ୍ତି। ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ସୁପାରିସ କ୍ରମେ ଦିଲ୍ଲୀର...

ବାହାଦୂର ଶାହା ଜାଫରଙ୍କ ବଂଶଜ କହିଲେ ରାମ ମନ୍ଦିର ହେଲେ ପ୍ରଥମେ ଇଟା ସେମାନେ ରଖିବେ

ହାଇଦ୍ରାବାଦ,୧୮।୮: ମୋଗଲ ସମ୍ରାଟଙ୍କ ଶେଷ ଶାସକ ବାହାଦୂର ଶାହା ଜାଫରଙ୍କ ବଂଶଜ ହବିବୁଦ୍ଦିନ ତୁସି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଇଚ୍ଛା ପ୍ରକାଶ...

ଚାଇନା ମାନଚିତ୍ରରେ ଅରୁଣାଚଳପ୍ରଦେଶ

ନୂଆଦିଲ୍ଲୀ,୨୨ା୪(ଆଇଏଏନ୍‌ଏସ୍‌): ଚାଇନା ଏହାର ଅନ୍ତର୍ଜାତୀୟ ସୀମା ମଧ୍ୟରେ ଅରୁଣାଚଳପ୍ରଦେଶର କେତେକ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିଛି। ସ୍କାଏ ମ୍ୟାପ୍‌ ପକ୍ଷରୁ ଜାରି ଚାଇନା ମାନଚିତ୍ରର ସଂଶୋଧିତ ସଂସ୍କରଣରେ...

Advertisement
Archives

Model This Week