ପ୍ରସୂତି, ଶିଶୁ ମୃତ୍ୟୁର କାରଣ ଖୋଜିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୯ା୪(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାର ଏକ ସମୀକ୍ଷା ବୈଠକ ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଗତ ୩ ମାସ ମଧ୍ୟରେ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ ପ୍ରସୂତିିଙ୍କ ମୁତ୍ୟୁର କାରଣ ଖୋଜା ଯାଇଥିଲା। ସାନଖେମୁଣ୍ଡି ବ୍ଲକ ଆଡପଡା ଓ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମତ୍ୟୁ ହୋଇଥିବା ୨ ପ୍ରସୂତିଙ୍କ ସମ୍ପର୍କୀୟ, ମେଡିକାଲ ଅଫିସର, ଏଏନଏମଙ୍କୁ ଡାକି ଜିଲାପାଳ ମୃତ୍ୟୁର କାରଣ ପଚାରି ବୁଝିଥିଲେ। କେଉଁ ସ୍ତରରେ ଅବହେଳା ହୋଇଛି ଏବଂ କ’ଣ ପାଇଁ ମାତୃ ଓ ଶିଶୁର ମୃତ୍ୟୁ ହେଉଛି ସେ ସମ୍ପର୍କରେ ତଦନ୍ତ କରି ଏହାର ହାର କମାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତିି। ଏଡ୍‌ସ ଉପରେ ନିୟନ୍ତ୍ରଣ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ବିବାହ ପୂର୍ବରୁ ଉଭୟ ପୁରୁଷ ଓ ମହିଳା ନିଜଠାରେ ଏଚଆଇଭି ଅଛି କି ନାହିଁ ତା’ର ପରୀକ୍ଷା କଲେ ଏହା ନିୟନ୍ତ୍ରଣ ହୋଇପାରନ୍ତା ବୋଲି ଜିଲାପାଳ କହିଥିଲେ। ସେହିପରି ଅନ୍ୟ ରାଜ୍ୟରେ ଶ୍ରମିକ ଭାବେ କାମ କରୁଥିବା ବ୍ୟକ୍ତି ଘରକୁ ଫେରିଲେ ସେମାନଙ୍କର ମଧ୍ୟ ଏଚଆଇଭି ପରୀକ୍ଷା କରିବାକୁ ସ୍ତ୍ରୀମାନେ କହିବା ଆବଶ୍ୟକ। ତେବେ ଏ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା। ବିଭିନ୍ନ ସମସ୍ୟାକୁ ଗଣମାଧ୍ୟମ ସମ୍ମୁଖକୁ ଆଣିବାରେ ବଡ ଭୂମିକା ନିର୍ବାହ କରୁଛନ୍ତି। ଏଣୁ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସକାରାମତ୍କ ଦୃଷ୍ଟିରେ ଦେଖିବା ସହ ସମସ୍ୟା ସମାଧାନ କରିବାକୁ ଅବିଳମ୍ବେ ପଦକ୍ଷେପ ନେବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି। ସ୍ବାସ୍ଥ୍ୟ ଓ ଶ୍ରମ ବିଭାଗ ମିଳିତ ସହାୟତାରେ କେତେକ ପଞ୍ଚାୟତକୁ ନେଇ ପରାମର୍ଶ ମେଳା ଆୟୋଜନ ହେବ। ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବାରେ ଅଂଶୀଦାର କରାଯିବ। ଗତ ବର୍ଷ ୯୦ ପ୍ରତିଶତ ଟିକାକରଣ କାର୍ଯ୍ୟକ୍ରମ ହୋଇଛି। ଚଳିତ ବର୍ଷ ମଧ୍ୟ ଥିବା ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଜିଲାପାଳ କହିଥିଲେ। ଆବଶ୍ୟକତା ଅନୁସାରେ ୧୦୨ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ରଖିବାକୁ କୁହାଯାଇଥିଲା। ଆଶା ଓ ଏଏନ୍‌ଏମମାନଙ୍କୁ ବିଭିନ୍ନ ସଚେତନା କାର୍ଯ୍ୟକ୍ରମ ପାଇଁ ତାଲିମ ଦିଆଯିବ। ଅଂଶୁଘାତର ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ସହ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବତନ୍ତ୍ର ଶଯ୍ୟା, ଓଆରଏସ୍‌ ପ୍ୟାକେଟ୍‌ ଓ ଏସି ଲଗାଇବାକୁ କୁହାଯାଇଥିଲା। ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ ପାଣିଗ୍ରାହୀ, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ପି କୁର୍ମେୟା, ଡା. ସରୋଜିନୀ ଦେବୀ, ଅତିରିକ୍ତି ଏସ୍‌ପି ପତିତପାବନ ଚୌଧୁରୀ, ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ମେଡିକାଲ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଶହରା ଚାନ୍ଦା ମାଗି ୪ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର ଅଫିସ,୧୯ା୧୦: ଦଶହରା ଚାନ୍ଦା ମାଗିବା ୫ଅଗ୍ନିଶମ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଚାନ୍ଦା ମାଗିବା ଅଭିଯୋଗରେ ବ୍ରହ୍ମପୁରରେ କାର୍ଯ୍ୟରତ ଅଗ୍ନିଶମ ବିଭାଗର ୪ କର୍ମଚାରୀ ଓ...

ଆନ୍ତଃରାଜ୍ୟ ଟେନିସ୍‌ କ୍ରିକେଟ: ଶ୍ରୀକାକୁଲମ୍‌ ଚାମ୍ପିୟନ

ବ୍ରହ୍ମପୁର ଅଫିସ୍‌,୧୩ା୧-ସ୍ଥାନୀୟ ଗୋଷାଣୀନୂଆଗଁା କେସି ହାଇସ୍କୁଲ ପଡିଆରେ କେସି ଏକାଦଶ କ୍ରିକେଟ ବ୍ଲକ ଆନୁକୂଲ୍ୟରେ ଆନ୍ତଃ ରାଜ୍ୟ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପନୀ ଉତ୍ସବରେ...

ମଧୁବାବୁ ଆଇନ ସହାୟତା ଯୋଜନା ବାଟବଣା

ପୁରୁଷୋତ୍ତମପୁର, ୧୮ା୭(ଡି.ଏନ୍‌.ଏ.)-ରାଜ୍ୟ ସରକାର ଗରିବ ଲୋକଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ମଧୁବାବୁ ଆଇନ ସହାୟତା ଯୋଜନା ପ୍ରଣୟନ କରିଥିଲେ। ମାତ୍ର ଏହି ଯୋଜନା ଏବେ...

ଜଙ୍ଗଲରେ ଚଢାଉ, ୮୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୨୨ା୪(ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘଞ୍ଚ ଜଙ୍ଗଲରେ ମଙ୍ଗଳବାର ଅବକାରୀ ଓ ପୋଲିସ ଟିମ୍‌ ମିଳିତ ଭାବେ ଚଢାଉ କରି ୮୦ ଲିଟର ରନ୍ଧା ଦେଶୀମଦ...

ଆସିକା ଚିନିଶିଳ୍ପରେ ଅବ୍ୟବସ୍ଥା

ଆସିକା, ୮।୪ (ଡି.ଏନ୍‌.ଏ.):ଆସିକା ସମବାୟ ଚିନିଶିଳ୍ପରେ ଲାଗିରହିଥିବା ଅବ୍ୟବସ୍ଥାର ପ୍ରତିକାର ହୋଇପାରୁନଥିବାରୁ ଚିନିଶିଳ୍ପ ପରିଚାଳନା ପରିଷଦର କେତେକ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଗୁରୁବାର...

ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ନାଁରେ ଥାନାରେ ମାମଲା

ପୁରୁଷୋତ୍ତମପୁର,୨୦।୧(ଡି.ଏନ.ଏ.): ଅକ୍ରୋଶମୂଳକ ଭାବେ ଏକ ଗରିବ ପରିବାର ଦୋକାନ ଭାଙ୍ଗିଦିଆଯିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି...

ଏସ୍‌ସିବିରେ ଏକକାଳୀନ ୪ ଶିଶୁ ଜନ୍ମହେବା ଘଟଣା: ୨ ଶିଶୁକନ୍ୟା ଆଖି ବୁଜିଲେ

କଟକ ଅଫିସ,୯ା୮: ଏସ୍‌ସିବି ମେଡିକାଲରେ ଶନିବାର ଏକାଥରକେ ଜନ୍ମ ହୋଇଥିବା ୪ ଶିଶୁକନ୍ୟାଙ୍କ ମଧ୍ୟରୁ ରବିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ନବଜାତ ଶିଶୁ ପରିପକ୍ୱ...

ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ପଡ଼ିଲା ମହଙ୍ଗା: ସେନା କର୍ମଚାରୀ କହି ଠକିନେଲେ ୩.୪୪ ଲକ୍ଷ

ବ୍ରହ୍ମପୁର ଅଫିସ,୨୮ା୧୧: ଘରଭଡ଼ା ପାଇଁ ଅନ୍‌ଲାଇନ ଆପ୍‌ ଓଏଲ୍‌ଏକ୍ସରେ ବିଜ୍ଞାପନ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବିଜ୍ଞାପନରେ ଥିବା ମୋବାଇଲ୍‌ ନମ୍ବରକୁ କେହି ଜଣେ...

Advertisement
Archives

Model This Week