Posted inଖେଳ

ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂଙ୍କ ପରଲୋକ

ଚଣ୍ଡୀଗଡ, ୨୫।୫: ପ୍ରସିଦ୍ଧ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଗତ ମେ ୮ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, ବଲବୀର ଭାରତୀୟ ହକିର ଜଣେ କିମ୍ବଦନ୍ତୀ ଖେଳାଳି ଥିଲେ। ୧୯୪୮ ଅଲିମ୍ପିକ୍ସରେ ସେ ଭାରତୀୟ ଦଳ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ୧୯୫୨ ହେଲସିଙ୍କି ଏବଂ ୧୯୫୬ ମେଲବର୍ଣ୍ଣରେ ଅନୁଷ୍ଠିତ ଅଲିମ୍ପିକ୍ସରେ ମଧ୍ୟ ବଲବୀର ସାମିଲ ଥିଲେ। କ୍ୟାରିୟରେ ସେ ମୋଟ ୬ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ହକି ଖେଳରୁ ଅବସର ପରେ ସେ ଭାରତୀୟ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ଏହି ସମୟରେ ଭାରତ ବିଶ୍ୱକପ୍‌ ଜିତିଥିଲା। ୧୯୫୭ରେ ତାଙ୍କ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ଜୁନିୟର ଏକାଡେମୀ ମହିଳା ହକି: ଏନ୍‌ଟିଏଚ୍‌ର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)-ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ହକି ଇଣ୍ଡିଆ ଜାତୀୟ ଏକାଡେମୀ ମହିଳା ହକି ଟୁର୍ନାମେଣ୍ଟର ସବ୍‌ଜୁନିୟର ବିଭାଗରେ ଓଡ଼ିଶା ନାଭାଲ ଟାଟା...

ରାଗିଗଲେ କୋହଲି; କହିଦେଲେ ଏମିତି କଥା

ଲଣ୍ଡନ,୯।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଡ୍ର’ରେ ଶେଷ ହେବା ପରେ ଭାରତୀୟ ଦଳକୁ ନିରାଶ ହେବାକୁ ପଡିଛି। ଭାରତୀୟ ଦଳ ବିଜୟର ଅତି...

ଅବସରପ୍ରାପ୍ତ ମୁମ୍ବାଇ ଅମ୍ପାୟରଙ୍କୁ ସହାୟତା

ମୁମ୍ବାଇ,୨୧।୫(ପି.ଟି.): କୋଭିଡ୍‌-୧୯ ଜନିତ ଲକ୍‌ଡାଉନ କାରଣରୁ ସମସ୍ୟାରେ ପଡିଥିବା ମୁମ୍ବାଇ ମେଟ୍ରୋପଲିର ୨୦ ଜଣ ଅବସରପ୍ରାପ୍ତ ଅମ୍ପାୟରଙ୍କୁ ସହାୟତା କରିବାକୁ ‘କ୍ରିକେଟର୍ସ ଫାଉଣ୍ଡେଶନ’ ନାମକ ଏକ...

ସିରିଜ୍‌ ଜିତିଲା ଶ୍ରୀଲଙ୍କା

କଲମ୍ବୋ,୨୯।୭: ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌କୁ ୭ ଉଇକେଟରେ ଜିତି ନେଇଛି ଶ୍ରୀଲଙ୍କା। ଘରୋଇ ଶ୍ରୀଲଙ୍କା ବୋଲରଙ୍କ ଆଗରେ ଧରାଶାୟୀ ହୋଇଥିଲା ଭାରତୀୟ ଦଳର...

ଭିନେଶଙ୍କୁ ଲଗାତର ୨ୟ ସ୍ବର୍ଣ୍ଣ

ଇସ୍ତାନବୁଲ, ୧୪।୭ (ପି.ଟି.)- ତାରକା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ପୋଗତ୍‌ ଏଠାରେ ଚାଲିଥିବା ୟାସର ଡୋଗୁ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଅନୁଷ୍ଠିତ...

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ୟୁପି

ଗ୍ରେଟର ନୋଏଡା,୧୨।୧୦(ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ୟୁପି ଯୋଦ୍ଧା ୪୫- ୩୩ରେ ବେଙ୍ଗାଲୁରୁ ବୁଲ୍ସକୁ ପରାସ୍ତ କରିଛି। ଏଥିସହିତ ପୂରା...

ରାଜ୍ୟ ଓପନ ଚେସ୍‌: ସୌମ୍ୟଙ୍କୁ ୬୧ତମ ଟାଇଟଲ

ଭୁବନେଶ୍ୱର, ୨୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ବାଲିଅନ୍ତାସ୍ଥିତ ଜବାହରଲାଲ ନେହେରୁ ଜୁନିୟର କଲେଜରେ ଅନୁଷ୍ଠିତ ପ୍ରଥମ ସମର ବିଜୟ ମହାନ୍ତି...

କ୍ରିକେଟର୍‌ଙ୍କୁ କରୋନା ଭୟ: ଆଇପିଏଲ୍‌ରୁ ଓହରିଲେ ଆଉ ୨ କ୍ରିକେଟର୍‌

ମୁମ୍ବାଇ,୨୬।୪: ଏବେ ଭାରତରେ କରୋନା କାୟା ବିସ୍ତାର କରିଛି। ଏହାର ପ୍ରଭାବ ଆଇପିଏଲ୍‌ରେ ଦେଖିବାକୁ ମିଳିଛି। କରୋନା ଭୟରେ ଜଣେ ପରେ ଜଣେ ଖେଳାଳି ଆଇପିଏଲ୍‌ରୁ...

Advertisement
Archives

Model This Week