Posted inଭଦ୍ରକ

ପ୍ରସିଦ୍ଧ କାଳୀପୂଜା ପାଇଁ ସଜେଇ ହେଉଛି ଭଦ୍ରକ

ଭଦ୍ରକ ଅଫିସ, ୨୨।୧୦- ଆଉ ୫ ଦିନ ପରେ ଦୀପାବଳି। ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ପ୍ରସ୍ତୁତି ଜୋର ଧରିଛି। ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା, ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି। ସାମାଜିକ ସଚେତନତା ସୃଷ୍ଟି ପାଇଁ ଅନ୍ୟ ବର୍ଷ ଭଳି ଏଥର ପୂଜା ମଣ୍ଡପରେ ବାରୁଆଳି ମୂର୍ତ୍ତି ଆକର୍ଷଣ ରହିବ। ପୌରାଣିକ ଉପାଖ୍ୟାନ ସମେତ ଟ୍ରାଫିକ ସମସ୍ୟା ଭଳି ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ନୂତନ ଶୈଳୀରେ ବାରୁଆଳି ମୂର୍ତ୍ତି ନିର୍ମାଣ କରାଯାଉଛି। ମୀନାବଜାର, ବ୍ୟବସାୟିକ ଷ୍ଟଲ, ଦୋଳି, ଚକ୍ରି, ସର୍କସ୍‌ ଓ ମ୍ୟାଜିକ ଭଳି ମନୋରଞ୍ଜନ ମାଧ୍ୟମ ଏବଂ ଅପେରା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନରେ ସମସ୍ତେ ବ୍ୟସ୍ତ ରହିଛନ୍ତି। ଚରମ୍ପା ଅଞ୍ଚଳରେ ବିଭିନ୍ନ ଯାତ୍ରା ପାର୍ଟିର ବ୍ୟାନର ଛାଇ ଗଲାଣି। ପୂଜା ପ୍ରସ୍ତୁତି ନେଇ ସାରା ସହର ପରିବେଶ ଏବେଠୁ ଚଳଚଞ୍ଚଳ ହୋଇଉଠିଛି।
ଚରମ୍ପା ଷ୍ଟେଶନ ଅଞ୍ଚଳରେ କାରିଗରମାନେ ଦିନରାତି ଏକ କରି କାଳୀପୂଜା ପାଇଁ ପାରମ୍ପରିକ ମେଢ଼ ସାଙ୍ଗକୁ ମଣ୍ଡପରେ ଟେଣ୍ଟ ଓ ସାଜସଜ୍ଜା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଦୀପାବଳି ତିଥିରୁ ମଣ୍ଡପରେ ପୂଜାପାଠ ଅନୁଷ୍ଠିତ ହେବ। ଏଥିସହ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ପୀଠ ସମେତ ଅନ୍ୟ ଶକ୍ତିପୀଠ ପୂଜା ପାଇଁ ସଜେଇ ହେଲାଣି। ଭଦ୍ରକ କାଳୀପୂଜା ଉଭୟ ସାଂସ୍କୃତିକ ଓ ବ୍ୟବସାୟିକ ଗୁରୁତ୍ୱ ବହନ କରୁଥିବାରୁ ପ୍ରତିବର୍ଷ ଜିଲା ଓ ଜିଲା ବାହାରୁ ବହୁ ଯାତ୍ରୀ ଏଠାକୁ ଆସିଥାନ୍ତି। ଏଥର ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ପରିଚାଳନା କାର୍ଯ୍ୟ ଲାଗି ପୂଜା କମିଟି କର୍ମକର୍ତ୍ତା, ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଚଳିତ ବର୍ଷ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପକ୍ଷରୁ ସିସିଟିଭି ଲଗାଯିବା ବ୍ୟବସ୍ଥା କରାଯାଇଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ଏସ୍‌ପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି। ଚରମ୍ପା ସମେତ ସହରର ପ୍ରମୁଖ ସ୍ଥାନରେ ଚଳିତବର୍ଷ ମୋଟ ୯ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ। ଏଥିଲାଗି ମଣ୍ଡପ ସମ୍ମୁଖ ତୋରଣ ସାଙ୍ଗକୁ ମା’ଙ୍କ ମୂର୍ତ୍ତି ତିଆରି କାମ ପ୍ରାୟତଃ ୬୦ ପ୍ରତିଶତ ସରିଗଲାଣି। ସବୁଠି ବାରିହୋଇପଡୁଛି ପ୍ରତିଯୋଗିତାର ଛାପ। କେଉଁଠି ଟାଇଟାନିକ୍‌ ଜାହାଜ ସଦୃଶ ତୋରଣ ତ ଆଉ କେଉଁଠି ସେହିଭଳି ଭିନ୍ନ ଆକର୍ଷଣର ତୋରଣ ତିଆରି ଚାଲିଛି। ମେଳାରେ ଛୋଟ ବଡ଼ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇବା ଏବଂ ମୀନାବଜାର, ରାମଦୋଳି ସହ ଯାତ୍ରାପାର୍ଟି ଆଣିବା ଲାଗି କମିଟିଗୁଡ଼ିକ ଉଦ୍ୟମ କରୁଥିବା ସୂଚନା ମଳିଛି। ଆସନ୍ତା ୨୭ରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଦୀପାବଳିଠାରୁ ଏଥର ୧୦ ଦିନ ପର୍ଯ୍ୟନ୍ତ ପୂଜା ଚାଲିବା ପରେ ଆସନ୍ତା ନଭେମ୍ବର ୬ ତାରିଖରେ ଭସାଣି ହେବ। କମିଟି କର୍ମକର୍ତ୍ତା ଜିଲା ପ୍ରଶାସନଠାରୁ ଏଥିଲାଗି ଅନୁମତି ଆଣିଥିବା ଭଦ୍ରକ କାଳୀପୂଜା ମହାସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri