ଶେରଗଡ,୨୨ା୧୦(ଡି.ଏନ୍.ଏ.)- ଶେରଗଡ ବ୍ଲକ ଚିକିଲି ଗ୍ରାମର ସୁବାସ ଚନ୍ଦ୍ର ପାଢୀଙ୍କ ଆକାଉଣ୍ଟରୁ ଏକ ମୋବାଇଲ ଆପ୍ ଜରିଆରେ ୧ଲକ୍ଷ ୧୬ହଜାର ୬୩୦ ଟଙ୍କା ଠକେଇ ହୋଇଥିବା ସେ ଶେରଗଡ ଥାନାରେ ଅଭିଯୋଗ କରିଛନ୍ତି। ଥାନାଧିକାରୀ ରମେଶ ଚନ୍ଦ୍ର ଦାସ ନଂ.୧୦୦/୧୯ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକାଶ ଯେ, ସୁବାସଙ୍କ ମୋବାଇଲ ଫୋନ୍ ନଂ.୯୭୪୯୭୭୬୧୪୮କୁ ସୋମବାର ଅପରାହ୍ନ ୧୨.୫୧ରେ ଏକ ମେସେଜ ଆସିଥିଲା। ୯୯୯ ଟଙ୍କା ଦେଲେ ଲକ୍ଷାଧିକ ଟଙ୍କାର ପୁରସ୍କାର ମିଳିବ ବୋଲି ଉଲ୍ଲେଖ ଥିଲା। ଏହାକୁ ଦେଖି ତାଙ୍କ ପୁଅ ମନି ଟ୍ରାଞ୍ଜାକ୍ସନ୍ ଆପ୍ ପେଟିମ ଜରିଆରେ ୯୯୯ ଟଙ୍କା ଏକ ଅଜଣା ନମ୍ବରକୁ ପଠାଇବା କ୍ଷଣି ୧ଲକ୍ଷ୧୬ହଜାର ୬୩୦ଟଙ୍କା ଆକାଉଣ୍ଟରୁ ଡେବିଟ୍ ହୋଇଯାଇଥିଲା। ସୁବାସ ତୁରନ୍ତ ଆକାଉଣ୍ଟ ଥିବା ନିକଟସ୍ଥ ଏସ୍ବିଆଇକୁ ଯାଇଥିଲେ। ସେଠାରେ ଠକେଇ ହୋଇଥିବା କହିବାପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା ଠକେଇ ହୋଇଥିବା ଜଣାପଡିଛି। ମାତ୍ର ଏନେଇ ଠିକ୍ ସୂଚନା ମିଳିପାରିନାହିଁ।
ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର
ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…
ଏସ୍ଇବିସି ପାଇଁ କମିଶନ ଗଢ଼ିଲେ ସରକାର
ଭୁବନେଶ୍ୱର, ୮।୧୦(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…
‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ
ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…
ଆଜି ଓଡ଼ିଶା ବନ୍ଦ
ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼
ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…
ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର
ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍ କରୁଛି। ତେବେ…
ପାଟ୍ରୋଲିଂ ବେଳେ କାର୍ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍-ଖଣ୍ଡା ଜବତ…
ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…
ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍…

