ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ ଆର୍‌ଡିସି

ବ୍ରହ୍ମପୁର ଅଫିସ,୨୭ା୩-କରୋନା ସଂକ୍ରମଣର ପ୍ରତିରୋଧ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଶୁକ୍ରବାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ।
ସିଟି ହସ୍ପିଟାଲ, ଏମ୍‌କେସିଜିରେ କରୋନା ସଂକ୍ରମଣ ଚିକିତ୍ସା କେନ୍ଦ୍ର ଓ ରହିବା ନିମିତ୍ତ କରାଯାଇଥିବା ଆଇସୋଲେଶନ ୱାର୍ଡ ପରିଦର୍ଶନ କରିବା ସହ ସେଠାରେ ଥିବା ବ୍ୟବସ୍ଥା ସମ୍ପର୍କରେ ବୁଝିଥିଲେ।
ଏଥିସହ ସହରରେ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ଓ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୁଝିଥିଲେ। ବିଏମ୍‌ସି ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଭେଣ୍ଡିଂ ଜୋନ ନିକଟରେ କରାଯାଇଥିବା ସର୍କଲ ବ୍ୟବସ୍ଥା ବୁଲି ଦେଖିଥିଲେ। ଆର୍‌ଡିସିଙ୍କ ପରିଦର୍ଶନ ବେଳେ ବିଏମ୍‌ସି ଡେପୁଟି କମିଶନର ଆଶୁତୋଷ ସାମଲ, ସହକାରୀ ଜିଲାପାଳ ବିନୋଦ କୁମାର ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଟିପିଟି ହତ୍ୟା କରି କେନାଲରେ ଫିଙ୍ଗିଦେଲେ

ହିଞ୍ଜିଳିକାଟୁ, ୫ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଥାନା ଗୋଦରାପଲ୍ଲୀର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ପିଟି ହତ୍ୟା କରାଯାଇଛି। ପରେ ମୃତଦେହ କେନାଲକୁ ଫିଙ୍ଗି ଦିଆଯାଇଛି। ମୃତକ...

ମହାରାଷ୍ଟ୍ରରେ କରୋନା ସହ ମାଡି ଚାଲିଛି ଓମିକ୍ରନ୍‌: ୬୮ ସଂକ୍ରମିତ ଚିହ୍ନଟ

ମୁମ୍ବାଇ,୪ ।୧: ମହାରାଷ୍ଟ୍ରରେ ସୋମବାର ୧୨,୧୬୦ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ୨୪ ଘଣ୍ଟାରେ ୧୧ ଜଣଙ୍କ...

ଡିଙ୍ଗିରି ଛତୁ ଦେଇଛି ଭିନ୍ନ ପରିଚୟ

ରୂପ୍‌ସା, ୨୦।୩ (ବାଞ୍ଛାନିଧି ଦେ)-ଆରମ୍ଭରୁ ଚାକିରି କରିବାକୁ ଇଚ୍ଛା ନ ଥିଲା। ନିଜେ କିଛି ବ୍ୟବସାୟ କରି ଅନ୍ୟଙ୍କୁ ରୋଜଗାର ଯୋଗାଇ ଦେବାର ଆଗ୍ରହ ଆଜି...

ଗାଈ ଗୋଠରେ ବଜ୍ରପାତ: ଗଲା ୨୫ ଗୋରୁଙ୍କ ଜୀବନ

ନାକଟିଦେଉଳ,୩୦।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ କିସିଣ୍ଡା ଥାନା ପାଣିମୁରା ପଞ୍ଚାୟତ ଜରେସିଙ୍ଘା ଗ୍ରାମରେ ସୋମବାର ଏକ ଗାଈ ଗୋଠରେ ବଜ୍ରପାତ ଘଟିଛି। ଫଳରେ ଗୋଠରେ...

ସାଇକେଲ ଚାଳକଙ୍କୁ ଧକ୍କା ଦେଇ ଗାଡ଼ି ଫେରାର

ଝାରସୁଗୁଡା ଅଫିସ୍‌,୨୩।୬: ଝାରସୁଗୁଡା ସଦର ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ଏଚ୍‌ କଂଟାପାଲି ଛକରେ ଏକ ଗାଡି ଧକ୍କାରେ ଜଣେ ସାଇକେଲ ଚାଳକଙ୍କ...

ବିପର୍ଯ୍ୟସ୍ତ ଅବସ୍ଥାରେ ବଡ଼ମୂଳ ଗେଜ୍‌ ସାଇଟ୍‌ ଭିଏଚ୍‌ଏଫ୍‌ ଟାୱାର ଅଚଳ

ଗଣିଆ,୨୬ା୭(ଡି.ଏନ.ଏ.): ମହାନଦୀର ହୀରାକୁଦ ମୁଖ୍ୟ ନଦୀବନ୍ଧ ବୁର୍ଲା ଡିଭିଜନ ଅନ୍ତର୍ଗତ ବଡମୂଳ ଗେଜ ସାଇଟ୍‌ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ପ୍ରତିଦିନ ମହାନଦୀରେ ପ୍ରବାହିତ ଜଳ ପରିମାଣ...

ଅଡୁଆରେ ଧର୍ମଶାଳା ବିଧାୟକ, ଯନ୍ତ୍ରୀ

ଯାଜପୁର ଅଫିସ, ୯ା୧: ଯାଜପୁର ଜିଲାରେ ଗତ ଅଗଷ୍ଟରେ ହୋଇଥିବା ତିନିଦିନିଆ ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର...

ସାନିଟାଇଜରରେ କ୍ଷତିକାରକ ମିଥାନଲ୍‌: ଆଖିକୁ କରିଦେବ ନଷ୍ଟ !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ବଜାୟ...

Advertisement
Archives

Model This Week