ପ୍ରଧାନମନ୍ତ୍ରୀ ଫସଲ ବୀମା ଦଲାଲଙ୍କୁ ଗିରଫ ନିର୍ଦ୍ଦେଶ

ଛତ୍ରପୁର,୨୫।୬(ଡି.ଏନ.ଏ) – ଗଞ୍ଜାାମ ଜିଲାର କେତେକ ଅଞ୍ଚଳରେ ଖଳ ପ୍ରକୃତିର ଲୋକ ପ୍ରଧାନମନ୍ତ୍ରୀ ଫସଲ ବୀମା ନାମରେ ଦଲାଲଗିରି କରି ଚାଷୀ ମାନଙ୍କୁ ମିଥ୍ୟା ବୀମା ପରିଚୟପତ୍ର ପ୍ରଦାନ କରି ଅର୍ଥ ଆଦାୟ କରୁଥିବା ନେଇ ପ୍ରଶାସନ ଦୃଷ୍ଟିକୁ ଆସିଛି। ଏପରି ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ନଁାରେ ସ୍ଥାନୀୟ ଥାନାରେ ଏତଲା ଦେଇ ଗିରଫ କରାଇବାକୁ ଅତିରିକ୍ତ ଜିଲାପାଳ (ରାଜସ୍ବ) ଲକ୍ଷ୍ମୀକାନ୍ତ ସେଠୀ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଖରିଫ କୃଷି ନିର୍ଦ୍ଧାରଣ କମିଟି ବୈଠକରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଫସଲବୀମା ସମ୍ପର୍କରେ ଗଁା ଗହଳିରେ ବ୍ୟାପକ ପ୍ରଚାର କରାଯିବ। ପ୍ରତ୍ୟେକ ଚାଷୀଙ୍କୁ ଏଥିରେ ସାମିଲ କରିବାକୁ କୁହାଯାଇଛିା ବୀମା କମ୍ପାନୀ ଏଜେଣ୍ଟମାନେ ପଞ୍ଚାୟିତିରାଜ ପ୍ରତିନିଧିମାନଙ୍କ ସହାୟତାରେ ଚାଷୀଙ୍କୁ ସଚେତନ କରାଇବେ। ଧାନ ସହ କପା, ଚିନାବାଦାମ, ମକା, ଧାନ, ମାଣ୍ଡିଆ ଓ ହରଡ ଫସଲ ଉପରେ ଚାଷୀମାନେ ବୀମା କରାଇପାରିବେ। ଜୁଲାଇ ୩୧ ତାରିଖ ବୀମା ପଞ୍ଜୀକରଣ ଶେଷ ଦିବସ ଧାର୍ଯ୍ୟ ହୋଇଛି। ଜିଲାରେ ଚଳିତ ବର୍ଷ ୩୯ ହଜାର ମେଟ୍ରିକ୍‌ ଟନ୍‌ ୟୁରିଆ ସାରର ଆବଶ୍ୟକତା ରହିଛି। ଏହାକୁ ତୁରନ୍ତ ମହଜୁଦ ରଖିବାକୁ ବୈଠକରେ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାର ଦୋକାନୀମାନଙ୍କର ଲାଇସେନ୍ସ ଯାଞ୍ଚ ହେବ। ପ୍ରତ୍ୟେକ ଦୋକାନରେ ସାରର ନିର୍ଦ୍ଧାରିତ ମୂଲ୍ୟ ତାଲିକା ଓ ଗଚ୍ଛିତ ପରିମାଣ ସ୍ବତନ୍ତ୍ର ବୋର୍ଡରେ ଲିପିବଦ୍ଧ ରହିବା ବାଧ୍ୟତାମୂଳକ। ଜିଲାରେ କେଉଁ କେଉଁ ଅଞ୍ଚଳର ମୃତ୍ତିକା ଧାନ ଚାଷ ଓ ଉଦ୍ୟାନ କୃଷି ପାଇଁ ଅନୁକୂଳ ତା’ର ବିଧିବଦ୍ଧ ଚିଠା ପ୍ରସ୍ତୁତ ହୋଇ ଜିଲା ପ୍ରଶାସନ ପାଖରେ ରହିବ। ଚାଷୀମାନଙ୍କୁ ଆବଶ୍ୟକ ଧାନ ବିହନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛିା ଶ୍ରୀ ପ୍ରଣାଳୀ ଧାନ ଚାଷକୁ ବ୍ୟାପକ କରିବା ପାଇଁ କୁହାଯାଇଛି। ଧାନ ଚାଷରେ ଜଳ ପରିଚାଳନା ବାବଦରେ ଚାଷୀଙ୍କୁ ସଚେତନ କରାଯିବ। ଜିଲାରେ ଚଳିତ ବର୍ଷ ୪୬୫ ସୌର ଜଳନିଧି ପ୍ରକଳ୍ପ ମଞ୍ଜୁର ହୋଇଛି। ଖରିଫ ଫସଲ ପାଇଁ ଜିଲାରେ ୪୬୩ କୋଟି ଟଙ୍କା ସମବାୟ କୃଷି ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୦ ହଜାର ୩୮୬ ଚାଷୀଙ୍କୁ ୧୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଅବଶିଷ୍ଟ ଅର୍ଥ ଋଣ ଆକାରରେ ଆବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକରେ କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ଲିଡ୍‌ ବ୍ୟାଙ୍କ ମ୍ୟାନେଜର ସୁରେନ୍ଦ୍ର କୁମାର ଚୌଧୁରୀ, ସମବାୟ ଉପନିବନ୍ଧକ ସୁଶାନ୍ତ ପଣ୍ଡା, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଦିଗମ୍ବର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାପୀଢ଼ା ଯାତ୍ରା, କନ୍ଧୁଣୀ ଦେବୀ ମହୋତ୍ସବ ପ୍ରସ୍ତୁତି ବୈଠକ

ସୋରଡ଼ା,୧୫।୮(ଡି.ଏନ୍‌.ଏ.)-ଗଞ୍ଜାମ ପ୍ରସିଦ୍ଧ ମା’ କନ୍ଧୁଣୀ ଦେବୀଙ୍କ କଣ୍ଟାପୀଢ଼ା ଯାତ୍ରା ଓ କନ୍ଧୁଣୀ ଦେବୀ ମହୋତ୍ସବ ପାଇଁ ବୁଧବାର ବଡ଼କାଳି ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ମିଶନ ରାଣୀ ପର୍ବ ଆରମ୍ଭ

ବ୍ରହ୍ମପୁର ଅଫିସ,୧୯ା୧୧- ବ୍ରହ୍ମପୁର କୁଇନ ମିଶନ କ୍ୟାଥଲିକ ଚର୍ଚ୍ଚରେ ଯୀଶୁଙ୍କ ମା’ ମେରିଆଙ୍କ ନବଦିନ ବ୍ୟାପୀ ମିଶନ ରାଣୀ ପର୍ବ ସୋମବାରରୁ ଆରମ୍ଭ ହୋଇଛି। ଅନ୍ତିମ...

ତିନି ବର୍ଷ ହେଲା ଅବ୍ୟବସ୍ଥାରେ ଗଞ୍ଜାମ ମାଛ ମାର୍କେଟ

ଗଞ୍ଜାମ,୨୦।୯(ଡି.ଏନ.ଏ.): ଅବ୍ୟବସ୍ଥାରେ ଗଞ୍ଜାମ ସହର ସାନ ବଜାରଠାରେ ଥିବା ମାଛ ମାର୍କେଟ। ପୂର୍ବରୁ ଏନ୍‌ଏସି ପ୍ରଶାସନ ପକ୍ଷରୁ ମାଛ ବ୍ୟବସାୟୀଙ୍କ ଲାଗି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ବ୍ରାହ୍ମଣୀଗାଁ ଫରେଷ୍ଟର ଗିରଫ

ବ୍ରହ୍ମପୁର ଅଫିସ,୩୦ା୧୨-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଥିବା କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କୁ ରବିବାର ଭିଜିଲାନ୍ସ...

ପୋଡାଗଲା ୫୧ହଜାର ଗଞ୍ଜେଇ ଗଛ

ଆର.ଉଦୟଗିରି,୧୮ା୧୨(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତର ଟଣ୍ଡରଙ୍ଗ ଗ୍ରାମ ପାହାଡ ଉପରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ବୁଧବାର ପୋଲିସ...

କରୋନା ସଂକଟରେ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି ଅଟୋ ଚାଳକ

ବୁଗୁଡ଼ା, ୫।୬(ଡି.ଏନ୍‌.ଏ.): ଚକ ଗଡ଼ିଲେ ଜଳୁଥିଲା ଚୁଲି। ଏବେ ତେଲ ପଇସା ମଧ୍ୟ ବାହାରୁନି। ଫଳରେ ଭୋକ ଉପାସରେ ଜୀବନ ବିତାଉଛନ୍ତି ଅଧିକାଂଶ ପରିବାର। କରୋନା...

ଅଧା ବାଟରେ ରୋଗୀଙ୍କୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ଛତ୍ରପୁର/ ଗଞ୍ଜାମ,୨୫ା୧(ଡି.ଏନ.ଏ.)-ଟଙ୍କା ନ ଦେବାରୁ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଅଧାବାଟରେ ଓହ୍ଲାଇ ଦେଇ ଚାଲିଗଲା। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାରେ। ଜିଲାପାଳଙ୍କ ନିର୍ଦ୍ଦେଶ...

୧୦ ଦିନ ଧାରଣା ପରେ ମିଳିଲା ନ୍ୟାୟ :୩ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ, ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା।...

Advertisement
Archives

Model This Week