Posted inଖେଳ

ପ୍ରଧାନମନ୍ତ୍ରୀଙ୍କ ଭାରତ ଲକ୍ଷ୍ମୀ ଅଭିଯାନକୁ ମହିଳା କ୍ରୀଡ଼ାବିତ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ,୨୭।୧୦(ପି.ଟି.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତ ଲକ୍ଷ୍ମୀ’ ଅଭିଯାନକୁ ଦେଶର ମହିଳା କ୍ରୀଡ଼ାବିତ୍‌ମାନେ ସମର୍ଥନ କରିଛନ୍ତି। ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ, ଅଭିଜ୍ଞ ମହିଳା ବକ୍ସର ଏମ୍‌ସି ମେରୀକମ ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନକୁ ପ୍ରଶଂସା କରିଛନ୍ତି। ସିନ୍ଧୁ, ମେରୀକମଙ୍କ ସମେତ ବକ୍ସର ନିଖାତ ଜରିନ, ମହିଳା ରେସଲର ପୂଜା ଧଣ୍ଡା ଓ ଟେବୁଲ ଟେନିସ ତାରକା ମନିକା ବାତ୍ରା ଟୁଇଟ୍‌ କରି ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି।
ଦୀପାବଳି ଅବସରରେ ମହିଳାଙ୍କ ସମ୍ମାନ ଓ ସଶକ୍ତୀକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ ଓ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ଏହି ସବୁ ମହିଳା ଖେଳାଳି ଟୁଇଟ୍‌ କରିଛନ୍ତି। ଦେଶ ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାମାନଙ୍କ ସମ୍ମାନ ଲାଗି ଏକ ଅଭିଯାନ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗତମାସ ନିବେଦନ କରିଥିଲେ। ଆମ ସଂସ୍କୃତିରେ ଝିଅପିଲାଙ୍କୁ ଦେବୀ ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଥାଏ। ତେଣୁ ଝିଅପିଲାଙ୍କୁ ଉଚିତ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ହଠାତ୍‌ ପଶି ବଲ୍‌ ନେଇଗଲା କୁକୁର: ଆଉ ତା’ପରେ…

ନୂଆଦିଲ୍ଲୀ,୧୨।୯: ଅଲ ଆୟର୍ଲାଣ୍ଡ ଟି -୨୦ ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଗୋଟିଏ କୁକୁର ପାଇଁ ପଡ଼ିଆରେ ଉପସ୍ଥିତ...

ଫ୍ରାଞ୍ଚାଇଜ୍‌ ହାତ ଅଧାରୁ ଛାଡି ଦେଲେ ଏହି ୧୫ ଖେଳାଳି

ଖେଳାଳିମାନେ ଆଘାତ ହେତୁ ପ୍ରାୟତଃ ଆଇପିଏଲ କିମ୍ବା ଅନ୍ୟ କୌଣସି ଟୁର୍ନାମେଣ୍ଟରେ ପ୍ରତ୍ୟାହାର କରନ୍ତି, କିନ୍ତୁ ଖେଳାଳିମାନେ ନିଲାମରେ ସେମାନଙ୍କ ନାମ ପଞ୍ଜିକରଣ କରନ୍ତି ଏବଂ...

ଫ୍ରେଞ୍ଚ ଓପନ କ୍ୱାଲିଫାୟର୍ସ: ରାମକୁମାର ଜିତିଲେ, ହାରିଲେ ପ୍ରଜନେଶ

ପ୍ୟାରିସ, ୨୬ା୫ (ପି.ଟି.)-ଭାରତର ରାମକୁମାର ରମାନାଥନ ଫ୍ରେଞ୍ଚ ଓପନ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କିନ୍ତୁ ପ୍ରଜନେଶ ଗୁଣେଶ୍ୱରନ ପ୍ରଥମ ରାଉଣ୍ଡରେ ପରାଜୟ ସହ...

ମୋହନ ବାଗାନର କ୍ରମାଗତ ୫ମ ବିଜୟ

କଲ୍ୟାଣୀ (ପଶ୍ଚିମ ବଙ୍ଗ), ୧୫ା୨ (ପି.ଟି.)-ସ୍ଥାନୀୟ କଲ୍ୟାଣୀ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଏକ ଆଇ-ଲିଗ୍‌ ମ୍ୟାଚରେ ମୋହନ ବାଗାନ ୬-୨ ଗୋଲରେ ନେରୋକା ଏଫ୍‌ସିକୁ ପରାସ୍ତ...

ବାୟୋ-ବବଲ୍‌ ଉପରେ ଉଠିଲା ପ୍ରଶ୍ନ: ‘ଯଦି ନିୟମ କଡ଼ାକଡ଼ି, କିଭଳି ସଂକ୍ରମିତ ହେଲେ କ୍ରୁନାଲ’

କଲମ୍ବୋ,୨୭।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ମଙ୍ଗଳବାର ଖେଳାଯିବାର ଥିଲା। ହେଲେ ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା...

ଏହି କ୍ରିକେଟରଙ୍କୁ ହଁ କହିବାକୁ ୩ ବର୍ଷ ସମୟ ନେଇଥିଲେ ପ୍ରେମିକା: ଏବେ…

ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ଅଛନ୍ତି ଯେଉଁମାନେ ବଲିଉଡ୍‌ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଯୋଡି ହେଲେ ଯୁବରାଜ ସିଂହ ଏବଂ ହେଜଲ...

କୋହଲିଙ୍କୁ ଦଳରୁ ବାହାର କରିଦେବେ କି? ପ୍ରଶ୍ନ ଶୁଣି ଏଭଳି କହିଲେ ରୋହିତ

ନୂଆଦିଲ୍ଲୀ,୧୫।୨: କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି। ତିନୋଟିଯାକ ଫର୍ମାଟରେ ତାଙ୍କ ପ୍ରଦର୍ଶନ ବହୁତ ଖରାପ...

ଦିବରାତ୍ର ଟେଷ୍ଟ: ଇନିଂସ ପରାଜୟ ଏଡାଇବା ଲାଗି ପାକିସ୍ତାନର ସଂଘର୍ଷ

ଆଡିଲେଡ, ୧।୧୨(ଏଏଫ୍‌ପି)- ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଭିତ୍ତିକ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଇନିଂସ ପରାଜୟ ଏଡାଇବା ପାଇଁ...

Advertisement
Archives

Model This Week