Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ବସ୍ତେ ଚାଉଳ କିଣିଥିଲି: ପରଜଙ୍ଗ ତହସିଲ୍‌ଦାର ଜୟନ୍ତ ଜୟସିଂହ

ପରଜଙ୍ଗ ତହସିଲ୍‌ଦାର ଜୟନ୍ତ ଜୟସିଂହ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗାଁରେ ମୋର ଜନ୍ମ। ବାପା ଥିଲେ ଜଣେ ଗରିବ ଚାଷୀ। ଆମେ ୬ ଭାଇଭଉଣୀ(୪ଭାଇ ଓ ୨ ଭଉଣୀ)ମଧ୍ୟରୁ ମୁଁ ଥିଲି ସବା ସାନ। ପରିବାରର ଚଳଣି ବି ସେତେ ଭଲ ନ ଥିଲା। ହେଲେ ମୋର ପାଠ ବଢ଼ିଆ ହେଉଥିଲା। ସ୍କଲାରଶିପ୍‌ ବି ମିଳୁଥିଲା। ୭ମ ପାସ୍‌ ପରେ ମୋତେ ପ୍ରଥମ କରି ୯୯୯ ଟଙ୍କା ସ୍କଲାରଶିପ୍‌ ମିଳିଥାଏ। ସେଥିରୁ ୪୫୦ ଟଙ୍କା ଦେଇ ଘର ପାଇଁ ଗୋଟେ ବସ୍ତା ଚାଉଳ କିଣିକି ଆଣିଥିଲି। ଘରେ ସମସ୍ତେ ସେଦିନ ବହୁତ ଖୁସି ହୋଇଯାଇଥିଲେ। ଏହିପରି ଭାବେ ଭଗବତୀ ବିଦ୍ୟାପୀଠରୁ ୧୯୯୫ ମସିହାରେ ମାଟ୍ରିକ୍‌ ପାସ୍‌ କରି ନାଚୁଣୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲି। ପଢାଖର୍ଚ୍ଚ ଉଠାଇବା ପାଇଁ ସେହି ସମୟରେ ଗୋଟେ ନବମ ଶ୍ରେଣୀ ପିଲାକୁ ଟ୍ୟୁଶନ ମଧ୍ୟ କଲି। ଯୁକ୍ତ ଦୁଇ ପରେ ଗୋଦାବରୀଶ ମହାବିଦ୍ୟାଳୟରେ ଗଣିତ ସମ୍ମାନରେ ଯୁକ୍ତ ତିନି ବିଜ୍ଞାନ ପଢିଲି। ତା’ପରେ ଖଲ୍ଲିକୋଟ ଅଟୋନୋମସ୍‌ କଲେଜରେ ଗଣିତରେ ପି.ଜି. କଲି। ୨୦୦୨ରେ ପି.ଜି. ସରିବା ପରେ ଆମେ ୪/୫ ଜଣ ସାଙ୍ଗ ଭୁବନେଶ୍ୱର ଆସି ଘରଭଡ଼ା ନେଇ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପଢ଼ାପଢ଼ି ଆରମ୍ଭ କରିଦେଲୁ। ସ୍କୁଲ୍‌ ଓ କଲେଜ ବେଳେ କେବେ ବି ଟ୍ୟୁଶନ ହୋଇ ନ ଥିଲି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବି କୌଣସି କୋଚିଂ ନ ନେଇ ନିଜେ ନିଜେ ପ୍ରସ୍ତୁତ ହେବାକୁ ଲାଗିଲି। ମୋ ସହ ଥିବା ୪/୫ ଜଣ ସାଙ୍ଗ ବି ସେମିତି କରୁଥିଲେ। ଘରଭଡ଼ା ତଥା ବହିପତ୍ର କିଣାକିଣି ପାଇଁ ଆମେ ଟ୍ୟୁଶନ କରିବା ଆରମ୍ଭ କରିଦେଲୁ। ତା’ସହିତ ଚାକିରି ପାଇଁ ଆବେଦନ କରୁଥିଲୁ, ପରୀକ୍ଷା ବି ଦେଉଥିଲୁ। ଅନେକ ପରୀକ୍ଷା ଦେବା ପରେ ଶେଷରେ ୨୦୦୫-୦୬ରେ ଡେପୁଟି ସୁବେଦାର ଭାବେ ମୋର ସିଲେକ୍ସନ ହେଲା। ଏଥିପାଇଁ କିଛିଦିନ ଟ୍ରେନିଂ ବି ନେଲି। ହେଲେ ଏହି ଟ୍ରେନିଂ ସମୟରେ ମୋତେ ସବ୍‌ଇନ୍ସପେକ୍ଟର ଚାକିରି ମିଳିଗଲା। ତେଣୁ ଡେପୁଟି ସୁବେଦାର ଚାକିରି ଛାଡି ସବ୍‌ଇନ୍ସପେକ୍ଟରର ଟ୍ରେନିଂ ନେବାକୁ ଆରମ୍ଭ କଲି। ପୁଣି ଏହି ଟ୍ରେନିଂ ନେଉଥିବାବେଳେ ମୋତେ ଆଉ ଦୁଇଟି ଚାକିରିର ଅଫର୍‌ ଆସିଲା। ଗୋଟିଏ ହେଉଛି ଆସିଷ୍ଟାଣ୍ଟ କମର୍ସିଆଲ୍‌ ଟ୍ୟାକ୍ସ ଅଫିସର ଏବଂ ଅନ୍ୟଟି ହେଉଛି ସପ୍ଲାଏ ଇନ୍ସପେକ୍ଟର। ମୁଁ ଆସିଷ୍ଟାଣ୍ଟ କମର୍ସିଆଲ ଟ୍ୟାକ୍ସ ଅଫିସର ଚାକିରିକୁ ପସନ୍ଦ କରି ସେଥିରେ ଜଏନ କଲି। ୨୦୦୯ ରୁ ୨୦୧୭ ଯାଏଁ ସେଥିରେ ରହିଲି। ତାରି ଭିତରେ ୨୦୧୫ରେ ଓଏଏସ୍‌ ପରୀକ୍ଷା ଦେଇଥିଲି। କିନ୍ତୁ ରେଜଲ୍ଟ ବାହାରିଲାବେଳକୁ ୨୦୧୭ ହୋଇଗଲା। ସେଥିରେ ମୋର ଯେଉଁ ର଼୍ୟାଙ୍କ୍‌ ଥିଲା ସେହି ଅନୁସାରେ ମୋତେ ଓଡିଶା ରେଭିନ୍ୟୁ ସର୍ଭିସ୍‌ (ଓଡିଶା ରାଜସ୍ବ ସେବା) ବିଭାଗରେ ଆଡିଶନାଲ ତହସିଲ୍‌ଦାର ଭାବେ ଚାକିରି ମିଳିଲା। ତେଣୁ ଆସିଷ୍ଟାଣ୍ଟ କମର୍ସିଆଲ୍‌ ଟ୍ୟାକ୍ସ ଅଫିସର ଚାକିରି ଛାଡି କଣାସ, ପୁରୀରେ ଆସି ଆଡିଶନାଲ ତହସିଲ୍‌ଦାର ଭାବେ କାମ କଲି। ୨୦୧୫ ପରେ ୨୦୧୬ରେ ବି ଆଉ ଥରେ ଓଏଏସ୍‌ ପରୀକ୍ଷା ପାଇଁ ବିଜ୍ଞାପନ ବାହାରିଥିଲା। ମୁଁ ସେଥିରେ ଆପ୍ଲାଏ ମଧ୍ୟ କରିଥିଲି। ହେଲେ ତା’ର ରେଜଲ୍ଟ ବାହାରିଲାବେଳକୁ ୨୦୧୮ ହୋଇଗଲା। ଏଥିରେ ମୋର ଆହୁରି ଭଲ ର଼୍ୟାଙ୍କ ରହିଲା। ଆଉ ମୋତେ ତହସିଲ୍‌ଦାର ଭାବେ ପୋଷ୍ଟିଂ ମିଳିଲା। ଏବେ ମୁଁ ଢେଙ୍କାନାଳର ପରଜଙ୍ଗଠାରେ ତହସିଲ୍‌ଦାର ଭାବେ ଅବସ୍ଥାପିତ। ଏ ତ ଥିଲା ମୋ ଚାକିରି ଜୀବନ କଥା। ଏହାଛଡ଼ା ଉପନ୍ୟାସ ପଢିବାରେ ବି ମୋର ଖୁବ୍‌ ରୁଚି ରହିଛି। ସ୍କୁଲ୍‌ ଓ କଲେଜବେଳେ ଅନେକ ବକ୍ତୃତା ଦେଇଛି। ଏପରି କି ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ସେଥିରେ ପୁରସ୍କୃତ ମଧ୍ୟ ହୋଇଛି। ଆଗକୁ ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ପ୍ରବନ୍ଧ ଲେଖିବାକୁ ମୁଁ ଯୋଜନା ରଖିଛି। ଜୀବନରେ କଷ୍ଟ କ’ଣ, ତାହା ମୁଁ ପିଲାଟିଦିନରୁ ଅଙ୍ଗେ ନିଭେଇଛି। ହାଇସ୍କୁଲ ବାରଣ୍ଡା ଥିଲା ମୋର ପାଠଶାଳା ଆଉ ବାରଣ୍ଡାର ବିଦ୍ୟୁତ୍‌ ଖୁଣ୍ଟିରେ ଥିବା ଆଲୋକ ଥିଲା ମୋର ସାଥୀ। ତେଣୁ କୌଣସି ଦୁଃଖୀ ଲୋକଙ୍କୁ ଦେଖିଲେ ମୋ ଛାତି ଭିତରଟା ଆନ୍ଦୋଳିତ ହୋଇଯାଏ। କାହାର କଷ୍ଟ ମୁଁ ସହିପାରେନି। ବିପଦରେ ପଡ଼ି ମୋଠାରୁ କିଛି ସହାୟତା ପାଇବାକୁ ଆଶା ରଖିଥିବା ଲୋକଙ୍କୁ ମୁଁ ମୋ ସାଧ୍ୟମତେ ସାହାଯ୍ୟ କରିବାକୁ ସବୁବେଳେ ଚେଷ୍ଟା କରିଥାଏ। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?