ପ୍ରଥମ ଫିଲ୍ମରେ ହିଟ୍‌ ହେଲେ ଦ୍ୱିତୀୟ ଫିଲ୍ମ ପରେ ଭାରତ ଛାଡିଲେ

ମୁମ୍ବାଇ: ବଲତଉଡ୍‌ରେ ଯିଏ ଥରେ ପାଦ ରଖିଛି ସେ ଆଉ ପଛକୁ ଫେରିବାକୁ ଚାହିଁନି। କିଏ ଏଠି ଅଳ୍ପ ସମୟ ମଧ୍ୟରେ ହିଟ୍‌ ହୋଇଛି ତ ପୁଣି କିଏ ବହୁ ପରିଶ୍ରମ କରି ମଧ୍ୟ ସଫଳତାକୁ ଆପଣାଇ ପାରି ନାହିଁ। ମାୟା ନଗରୀର ମାୟା କେତେବେଳେ କାହା ପାଇଁ କେମିତି ହୋଇଛି କହିବା ମୁସ୍କିଲ। ହେଲେ ପିତା ବଲିଉଡ୍‌ ସୁପରଷ୍ଟାର ହୋଇଥିବା ବେଳେ ଝିଅ କିନ୍ତୁ ମାତ୍ର ଦୁଇଟି ଫିଲ୍ମ ପରେ ବଲିଉଡ୍‌ ଛାଡି ଦେଇଥିବା ଏବେବି ଆଲୋଚନା ହେଉଛି। ବଲିଉଡ୍‌ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ପରିବାର ସମସ୍ତେ ପ୍ରାୟ ବଲିଉଡ୍‌ ସହ ଜଡିତ ଥିବା ବେଳେ ତାଙ୍କ ସାନ ଝିଅ କିନ୍ତୁ ଲାଇମ୍‌ ଲାଇଟରୁ ବହୁ ଦୂରରେ। ରାଜେଶଙ୍କ ବଡ ଝିଅ ଟ୍ବିଙ୍କିଲ ଖାନ୍ନା ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହେଲେ ସାନ ଝିଅ ରିଙ୍କି ଏକାଥରେ ଏଠାରୁ ମୁହଁ ଫେରାଇ ନେଇଛନ୍ତି।

ପ୍ରଥମେ ସେ ଫିଲ୍ମ ‘ପ୍ୟାର ମେଁ କଭି କଭି’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହାପରେ ନାୟକ ଗୋବିନ୍ଦାଙ୍କ ସହ ଫିଲ୍ମ ‘ଜିସ ଦେଶ ମେଁ ଗଙ୍ଗା ରହତା ହୈ’ରେ ନଜର ଆସିଥିଲେ। ଯାହା ବକ୍ସ ଅଫିସରେ ହୋଇଥିଲା ହିଟ୍‌। ହେଲେ ଏହାପରେ ତାଙ୍କ ଅଭିନୀତ ଫିଲ୍ମ ‘ଚମେଲି’ ଫ୍ଲପ ହେବା ପରେ ମାତ୍ର ୪ ବର୍ଷ କ୍ୟାରିୟରେ ସେ ଡୋରି ବାନ୍ଧି ଦେଲେ। ଏହାପରେ ୨୦୦୩ରେ ସେ ଶିଳ୍ପପତି ସମିର ସରନଙ୍କୁ ବିବାହ କରି ଲଣ୍ଡନ ଚାଲିଗଲେ। ଆଉ କେବେ ବି ତାଙ୍କୁ ବଲିଉଡ୍‌ ମୋହ ଟାଣି ଆଣି ପାରିଲା ନାହିଁ। ଲଣ୍ଡନରେ ସେ ସ୍ଥାୟୀ ବାସିନ୍ଦା ହେବା ସହ ଏବେ ସ୍ବାମୀ ଓ ୨ ଝିଅପୁଅଙ୍କୁ ନେଇ ସେ ଖୁବ୍‌ ଖୁସିରେ ଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶାଳିଙ୍କ ପାଇଁ ଏହି ଲୋକପ୍ରିୟ ଅଭିନେତାଙ୍କୁ ମାରିବାକୁ ଗୋଡ଼ାଇଥିଲେ ରାଜେଶ ଖାନ୍ନା, ଆଉ ତା’ ପରେ..

ବମ୍ବେ: ଅଭିନେତା ଅକ୍ଷୟ କୁମାରଙ୍କୁ ଆଜିର ସୁପରଷ୍ଟାର। ହେଲେ ତାଙ୍କ ଶ୍ୱଶୁର ରାଜେଶ ଖନ୍ନା ଥିଲେ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର। ସେତେବେଳର ସମୟରେ ତାଙ୍କର ପ୍ରଶଂସକଙ୍କ...

ସଡ଼କ ଦୁର୍ଘଟଣାରେ ଶିଶୁ କଳାକାର ମୃତ

ମୁମ୍ବାଇ: ‘ସଙ୍କଟମୋଚନ ହନୁମାନ’ ଓ ‘ସସୁରାଲ ସିମର କା’ ଭଳି ପ୍ରମୁଖ ସିରିୟଲରେ କାମ କରିଥିବା ଟେଲି ଶିଶୁ କଳାକାର ଶିବଲେଖ ସିଂହଙ୍କ ଏକ ସଡ଼କ...

ଆଇସିୟୁରେ ଇର୍ଫାନ୍‌ ଖାନ୍‌

ମୁମ୍ବାଇ,୨୯ା୪: ବଲିଉଡ୍‌ ଅଭିନେତା ଇର୍ଫାନ୍‌ ଖାନ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମଙ୍ଗଳବାର ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ପେଟ...

ଅପେକ୍ଷାରେ ଆଲିୟା

ଆଲିୟାଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ଏବେ ରିଲିଜ ଅପେକ୍ଷାରେ ରହିଛି। ଏହି ଖୁସିରେ ସେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ତାଙ୍କର କେତେ ଜଣ...

ଏହି କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ବାହୁବଳୀ ଫେମ୍‌ ଅନୁଷ୍କା ସେଟ୍ଟୀ

ବଲିଉଡ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥାଏ।...

୧୭ ବର୍ଷରେ ଏତେ ବଦଳିଗଲେଣି ରଶ୍ମୀ, ଚକିତ କରୁଛି ମେକ୍‌ଓଭର

ବମ୍ବେ: ପ୍ରଥମେ ଫିଲ୍ମ ‘କନ୍ୟାଦାନ’ରୁ ନିଜର ଡେବ୍ୟୁ କରିବା ପରେ ଲୋକପ୍ରିୟ ଟେଲି ଧାରାବାହିକ ‘ଉତରନ୍‌’ରୁ ଷ୍ଟାର ପାଲଟିଥିଲେ ଅଭିନେତ୍ରୀ ରଶ୍ମୀ ଦେଶାଇ। ଏବେ ରଶ୍ମୀ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଗୋଟିଏ ପାଦ ଆଗେଇଲେ ସୋନୁ: ଏହି ଆପ୍‌ ଜରିଆରେ ଯୋଗାଇବେ ରୋଜଗାର

ମୁମ୍ବାଇ: କରୋନା ଲକ୍‌ଡାଉନ ସମୟରେ ଦେବଦୂତ ସାଜି ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟ ଓ ଘରକୁ ପଠାଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତା...

ସୁନ୍ଦରୀ ହେବାକୁ କରିଥିଲେ ସର୍ଜରୀ, ହେଲେ ଜୀବନ ନେଲା…

ବମ୍ବେ: ଅଭିନେତା ତଥା ଅଭିନେତ୍ରୀମାନେ ନିଜର ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ନାନାଦି ଉପାୟ ଆପଣାଇଥାନ୍ତି। ସେଥିରୁ ଗୋଟିଏ ହେଲା ସର୍ଜରୀ। ଅନେକେ ସର୍ଜରି କରି...

Play 250+ Trending Games
Archives

Model This Week

Why Dharitri