ପ୍ରତିରୋଧକ ଶକ୍ତି ପରୀକ୍ଷା ଓ ଅର୍ଥନୀତି

ମାର୍କ ରୋ

କରୋନା ଭୂତାଣୁଜନିତ ମହାମାରୀ ବିଶ୍ୱ ଅର୍ଥନୀତିକୁ ଅଚଳ କରିଦେବା ସହ ଷ୍ଟକ୍‌ ମାର୍କେଟରେ ପତନ ଘଟାଇଛି ଏବଂ ବେକାରୀ ବୃଦ୍ଧି କରିଛି। ଏଭଳି ସ୍ଥିତିରେ ନୀତି ନିର୍ଦ୍ଧାରକମାନେ ଆର୍ଥିକ ଅବନତିକୁ ରୋକିବା ସହ ଏହି ରୋଗକୁ କିପରି ସାମ୍‌ନା କରାଯାଇପାରିବ ତାହାର ଉପାୟ ବାହାର କରିବାକୁ ବାଧ୍ୟ ହେବେ। ବିକଶିତ ଦେଶଗୁଡିକର ମୁଖ୍ୟ ଅର୍ଥନୈତିକ ପ୍ରସ୍ତାବଗୁଡ଼ିକ ଭିତରେ ରହିଛି: ହିତାଧିକାରୀମାନଙ୍କୁ ନଗଦ ରାଶି ପ୍ରଦାନ, ଟିକସ ଆଦାୟକୁ ସ୍ଥଗିତ ରଖିବା ଏବଂ ବ୍ୟବସାୟିକ ବେଲ୍‌ଆଉଟ ବା ତ୍ରାଣପାଣ୍ଠି ପ୍ରଦାନ। କିନ୍ତୁ ଏବେ ଅର୍ଥନୀତିକୁ ବଞ୍ଚାଇବା ପାଇଁ ବାୟୋମେଡିସିନ ହେଉଛି ଗୁରୁତ୍ୱପୂର୍ଣ୍ଣ ଏବଂ ବର୍ତ୍ତମାନ ଚାଲୁଥିବା ତିନୋଟି ପ୍ରମୁଖ ବାୟୋମେଡିକାଲ ଚ୍ୟାନେଲ ମଧ୍ୟରୁ ଚିକିତ୍ସାଗତ ଦୃଷ୍ଟିରୁ ଯାହା ସବୁଠାରୁ କମ୍‌ ଗୁରୁତ୍ୱପୂର୍ଣ୍ଣ ତାହା ଏକ ଅର୍ଥନୈତିକ ଆର୍ମାଗେଡନ (ମହାଯୁଦ୍ଧ)କୁ ଅଟକାଇପାରିବ।
ଏହା ହେଉଛି ଏକ ପରୀକ୍ଷା, ଯାହାଦ୍ୱାରା ଜଣାପଡ଼ିବ ଜଣେ କରୋନା ଆକ୍ରାନ୍ତ ରୋଗୀ ଭଲ ହେଲେଣି କି ନାହିଁ ଏବଂ ଭଲ ହୋଇଥିଲେ ତାଙ୍କ ଶରୀରରେ କୋଭିଡ୍‌-୧୯ର ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ। ବୈଜ୍ଞାନିକମାନେ କହିଛନ୍ତି ଯେ ରୋଗର ପୂର୍ଣ୍ଣ ଲକ୍ଷଣଠାରୁ କମ୍‌ ଲକ୍ଷଣ ପ୍ରଦର୍ଶନ କରୁଥିବା ଏବଂ ଆଦୌ ଲକ୍ଷଣ ପ୍ରକାଶ କରୁ ନ ଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେତେବେଳେ ଏହି ଲକ୍ଷଣହୀନ ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ହୋଇଯିବେ ବା ସୁସ୍ଥ ହୋଇଯିବେ, ସେତେବେଳେ ସେମାନେ ନିଜ ନିଜର କାର୍ଯ୍ୟକୁ ଯାଇପାରିବେ। ସେତେବେଳେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିବେ ସେମାନେ ଆଉ ସଂକ୍ରମିତ ହେବେ ନାହିଁ। କିନ୍ତୁ ଆମେ ଜାଣିବା ଆବଶ୍ୟକ ଯେ କେଉଁମାନେ ସମ୍ପୂର୍ଣ୍ଣ ସଂକ୍ରମଣମୁକ୍ତ ହୋଇଛନ୍ତି।
ମନେକରନ୍ତୁ ଆମେ ଆଜି ରୋଗ ପ୍ରତିରୋଧକ ଶକ୍ତି ପାଇଁ ସ୍ବଳ୍ପ ଲକ୍ଷଣ ଏବଂ ଲକ୍ଷଣହୀନ କେସ୍‌ଗୁଡ଼ିକର ପରୀକ୍ଷା କରିପାରିବା। କିନ୍ତୁ ଏହା ଏପର୍ଯ୍ୟନ୍ତ ବହୁଳ ଭାବରେ ଉପଲବ୍ଧ ପରୀକ୍ଷା ନୁହେଁ। ଏହି ପରୀକ୍ଷାରୁ ଜଣାପଡ଼େ ଭୂତାଣୁ ଜଣଙ୍କ ଶରୀରରେ ଅଛି କି ନାହିଁ, କିନ୍ତୁ ଏହି ପରୀକ୍ଷାରୁ ଜାଣିହୁଏ ନାହିଁ ଯେ ଭୂତାଣୁ ଆସିଥିଲା, ଯାଇଛି ଏବଂ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରି ଯାଇଛି। ଯେଉଁମାନେ ଆକ୍ରାନ୍ତ ହୋଇଥିଲେ, ଭଲ ହୋଇଯାଇଛନ୍ତି ଏବଂ ଏବେ ସୁସ୍ଥ ଅଛନ୍ତି, ସେମାନଙ୍କୁ ପରୀକ୍ଷା କରି କାର୍ଯ୍ୟକୁ ଫେରିବାର ଅନୁମତି ଦିଆଯାଇପାରେ।
ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅନ୍ୟ ଭୂତାଣୁଜନିତ ରୋଗ ପରି, କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ ପରେ ଏହା ରୋଗ ପରବର୍ତ୍ତୀ ପ୍ରତିରୋଧକ ଶକ୍ତି ଆଣିଥାଏ। ଏ ବିଷୟରେ ସମ୍ପୂର୍ଣ୍ଣ ରୂପେ ନିଶ୍ଚିତ ହେବା ଆବଶ୍ୟକ ଏବଂ ଏହା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଯଥାଶୀଘ୍ର ଔଷଧ ଏବଂ ଟିକା ବିକଶିତ କରିବା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। କିନ୍ତୁ ୧୨ରୁ ୧୮ ମାସ ଭିତରେ କୌଣସି ଟିକା ବା ଔଷଧ ବ୍ୟାପକ ଭାବରେ ଉପଲବ୍ଧ ହେବାର ସମ୍ଭାବନା କମ୍‌ ଏବଂ ତା’ ଭିତରେ ବିଶ୍ୱ ଅର୍ଥନୀତି ଧ୍ୱସ୍ତ ହୋଇସାରିଥିବ। ସେହିଭଳି, ଏହି ରୋଗର ଚିକିତ୍ସା ପାଇଁ ଆଣ୍ଟାଇଭାଇରାଲଗୁଡ଼ିକକୁ ପ୍ରାଥମିକତା ଦେବା ଆବଶ୍ୟକ, କିନ୍ତୁ ଅର୍ଥନୀତି ଉପରେ ଏହାର ପ୍ରଭାବ କେତେ ତାହା ଅନିଶ୍ଚିତ। ଲୋକମାନେ ତଥାପି ଅସୁସ୍ଥ ହେବେ। ଅଧିକନ୍ତୁ, ପ୍ରଭାବଶାଳୀ ଆଣ୍ଟାଇଭାଇରାଲ କେଇ ମାସ ଭିତରେ ଆସିଯିବ ବୋଲି ଆଶା କରାଯାଏ, କିନ୍ତୁ କିଛି ସପ୍ତାହ ଭିତରେ ନୁହେଁ। ଅର୍ଥନୀତି ସେତେ ଦିନ ଅପେକ୍ଷା କରିପାରିବ ନାହିଁ।
ଇମ୍ୟୁନିଟି ପରୀକ୍ଷାକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ ବିଚାର କରନ୍ତୁ। ଗତ ସପ୍ତାହରେ ମୋ ପତ୍ନୀ ଏବଂ ମୁଁ ଗୋଟିଏ ଦିନ ପାଇଁ ଥଣ୍ଡା ଅନୁଭବ କରିଥିଲୁ: ହାଲୁକା, ଶୁଖିଲା କାଶ ଏବଂ ଟିକିଏ ଯନ୍ତ୍ରଣା। ଏହା କୋଭିଡ୍‌-୧୯ର ଏକ ମୃଦୁ ରୂପ ଥିଲା କି, ଯାହାକୁ ଆମର ପ୍ରତିରୋଧକ ପ୍ରଣାଳୀ ଗମ୍ଭୀର ଲକ୍ଷଣ ପ୍ରକାଶ ପୂର୍ବରୁ ଲଢ଼ି ଭଲ କରିଥିଲା? ହୋଇପାରେ, ନ ବି ହୋଇପାରେ ଏବଂ ଏହା ବି ହୋଇପାରେ ଯେ ଆମେ ବର୍ତ୍ତମାନ ଏହି ରୋଗର ପ୍ରତିରୋଧକ ଶକ୍ତିସମ୍ପନ୍ନ। ଯଦି ଏକ ଇମ୍ୟୁନିଟି ପରୀକ୍ଷା ବ୍ୟବସ୍ଥା ଉପଲବ୍ଧ ଥାନ୍ତା, ଆମେ ପରୀକ୍ଷା କରାଇଥାନ୍ତୁ ଏବଂ ଯଦି ଆମେ ରୋଗ ପ୍ରତିରୋଧକ ଶକ୍ତିସମ୍ପନ୍ନ ବୋଲି ପ୍ରମାଣିତ ହୋଇଥାନ୍ତା, ତେବେ ଆମେ ବାହାରକୁ ଓ ଅଫିସକୁ ଯିବା ଆସିବା କରିପାରିଥାନ୍ତୁ। କିନ୍ତୁ ଆମେ ତାହା ଜାଣିନାହୁଁ, ତେଣୁ ଘରେ ରହୁଛୁ।
ସର୍ବସାଧାରଣ ଆଲୋଚନାରେ କୋଭିଡ୍‌-୧୯ ବିଷୟରେ ଅନେକ କଥା ଅସ୍ପଷ୍ଟ ରହିଥାଏ। ତାହା ବିଶେଷଜ୍ଞଙ୍କ ଜ୍ଞାନରେ ଧରାପଡେ। ଉଦାହରଣ ସ୍ବରୂପ, କେତେ ଲୋକଙ୍କଠାରେ ରୋଗର ଲକ୍ଷଣ ନାହିଁି ଏବଂ ଆଗାମୀ ମାସଗୁଡ଼ିକରେ ସଂକ୍ରମଣର ସାମଗ୍ରିକ ସ୍ତର କେତେ ରହିଛି, ତାହା ଜାଣିବା ଉପରେ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷଣର ଅର୍ଥନୈତିକ ମୂଲ୍ୟ ନିର୍ଭର କରେ। କିନ୍ତୁ ସେ ବିଷୟରେ ଆମେ ବର୍ତ୍ତମାନ ମଧ୍ୟ ଜାଣି ନାହୁଁ। ଏହି ପରୀକ୍ଷା ସହଜ ଓ ସୁବିଧାଜନକ ହେବା ଦରକାର, କାରଣ ଯାହାଙ୍କଠାରେ ରୋଗର ଲକ୍ଷଣ ନାହିଁ ସେଇମାନେ ଏହାକୁ ବ୍ୟବହାର କରିବେ। ସମ୍ଭବତଃ କେତେକ ବ୍ୟବସାୟ ପ୍ରତିଷ୍ଠାନ ହେବେ ଏହାର ପ୍ରଥମ ବ୍ୟବହାରକାରୀ, ଯେଉଁଗୁଡ଼ିକ ହାତଗଣତି ରୋଗପ୍ରତିରୋଧୀ କର୍ମଚାରୀଙ୍କ ବିନା ବ୍ୟବସାୟ ପ୍ରତିଷ୍ଠାନ ଖୋଲିପାରିବେ ନାହିଁ। ଅପରପକ୍ଷେ, ଜନସ୍ବାସ୍ଥ୍ୟ ଅବସ୍ଥା ଯେତେ ଖରାପ, ରୋଗ ପ୍ରତିରୋଧକ ପରୀକ୍ଷଣର ଅର୍ଥନୈତିକ ମୂଲ୍ୟ ସେତେ ଅଧିକ। ଯଦି ଅଧିକ ଲୋକ ସଂକ୍ରମିତ ହୁଅନ୍ତି, ତେବେ ଅର୍ଥନୀତି ଅଧିକ ବ୍ୟାହତ ହୁଏ ଏବଂ କ୍ରମେ ଲକ୍ଷଣହୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ମହାମାରୀରେ ମୃତ୍ୟୁହାର ଯେତେ କମ୍‌ ହେବ ତାହା ଅର୍ଥନୀତି ପ୍ରତି ସେତେ କମ୍‌ ଖରାପ ପ୍ରଭାବ ପକାଇବ। ଯେଉଁମାନେ ଭଲ ହେବେ ସେମାନେ ତାଙ୍କର ସାଧାରଣ ଦୈନନ୍ଦିନ କର୍ମ ଆରମ୍ଭ କରିପାରିବେ। ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବ। କିନ୍ତୁ ସମସ୍ୟା ହେଉଛି ଏହି ଭଲ ହୋଇଥିବା ଲୋକମାନେ କିଏ ବୋଲି ଆମେ କେମିତି ଜାଣିବା।
ଏକ ରୋଗ ପ୍ରତିରୋଧକ ଶକ୍ତି ପରୀକ୍ଷଣ ଆମକୁ କହିପାରିବ ଯେ କାହାକୁ ଅର୍ଥନୈତିକ କାର୍ଯ୍ୟକ୍ରମରୁ ଅଲଗା ରଖିବା ଆବଶ୍ୟକ ନାହିଁ। ଏପ୍ରିଲ ସୁଦ୍ଧା ଆମର ଅର୍ଥନୈତିକ ସ୍ବାସ୍ଥ୍ୟରେ ଉନ୍ନତି ଆରମ୍ଭ ହୋଇପାରେ କିମ୍ବା ଅଧିକ ଅବନତି ନ ହୋଇପାରେ। (ପ୍ରୋଜେକ୍ଟ ସିଣ୍ଡିକେଟ)
(ଲେଖକ ହାଓ୍ବାର୍ଡ ଲ’ ସ୍କୁଲର ଜଣେ ପ୍ରଫେସର)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?