ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଜଙ୍ଘିରା ପଞ୍ଚାୟତ ବାହୁଟିଆ ଗ୍ରାମସ୍ଥ ଏକ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ବୈଲୋଚନ ବେହେରା(୩୫)। ତାଙ୍କ ଘର ହୁଣ୍ଡା ପଞ୍ଚାୟତ ତଅଁଳାହତା ଗ୍ରାମର ବାଂଶପାଳ ସାହିରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ସକାଳେ ପୋଲ ତଳେ ଯୁବକଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ପରିବାର ଲୋକଙ୍କ କହିବା ଅନୁସାରେ, ରବିବାର ସନ୍ଧ୍ୟା ୭ଟାରେ ବୈଲୋଚନ ଦାଦାପୁଅ ଭାଇ ଶଙ୍କରଙ୍କ ସହ କୌଣସି କାମରେ ବାହାରକୁ ଯାଇ ଆଉ ଫେରି ନ ଥିଲେ। ବୈଲୋଚନଙ୍କ ମୃତଦେହ ମିଳିବା ପରେ ପୋଲିସ ଶଙ୍କରଙ୍କୁ ଖୋଜିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପରେ ପ୍ରତାରଣା ପଡ଼ିଲା ମହଙ୍ଗା: ବନ୍ଧା ହେଲେ ଅଭିଯୁକ୍ତ ପ୍ରେମିକ

ରୂପ୍‌ସା, ୧୬।୭(ଡି.ଏନ.ଏ.)-ଦିଲ୍ଲୀରେ ଜଣେ ଯୁବତୀଙ୍କୁ ପ୍ରେମ ପରେ ପ୍ରତାରଣା ଘଟଣା ଓଡ଼ିଆ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଶେଷରେ ଅଭିଯୁକ୍ତ ପ୍ରେମିକଙ୍କୁ ପୋଲିସ ଗିରଫ କରିଛି।...

କରୋନା ଚିକିତ୍ସା ଉପକରଣର କଳାବଜାର

ବାଲେଶ୍ୱର ଅଫିସ, ୧୭।୫-ବାଲେଶ୍ୱର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକମାନେ ଘରେ ରହି ଚିକିତ୍ସିତ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ...

ଅଗ୍ନି-୪ର ରାତ୍ରକାଳୀନ ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ, ୬ା୬: ଆଣବିକ ଶକ୍ତିସମ୍ପନ୍ନ ଅଗ୍ନି-୪ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଓ ବିକାଶ...

ରିଲିଫ୍‌ ପାଣ୍ଠିକୁ ସହାୟତା

ସୋର, ୨୪ା୪(ଡି.ଏନ୍‌.ଏ.)-ସୋର ଗୋପୀନାଥପୁରସ୍ଥିତ କଳାକାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କାର ଏକ ଡ୍ରାଫ୍ଟ ସୋର ତହସିଲଦାରଙ୍କ ଡ. ଅଶୋକ କୁମାର...

ରାଜପଥରେ ବ୍ୟବସାୟୀଙ୍କୁ ଭୁଜାଲି ମାଡ଼: ଲୁଟି ନେଲେ ୧ ଲକ୍ଷ ୭୦ ହଜାର ଟଙ୍କା

ରୂପସା,୨୬।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅଧୀନ ମଥାନୀ ବାଇପାସ୍‌ଠାରେ ମଙ୍ଗଳବାର ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ମରଣାନ୍ତକ ଆକ୍ରମଣ...

ମିଳିଲାନି କୁକୁର କାମୁଡା ଇଞ୍ଜେକ୍ସନ: ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମାତାପିତାଙ୍କ ଧାରଣା

ଖଇରା, ୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକ୍ସନ ନ ମିଳିବାରୁ ରଘୁନାଥପୁର ଗ୍ରାମର ସୁଭଦ୍ରା ଲେଙ୍କା ତାଙ୍କ ସ୍ବାମୀ ଏବଂ...

‘ସୀମାନ୍ତରେ ଥିବା ବିଦ୍ୟାଳୟକୁ ବନ୍ଦ କରା ନ ଯାଉ’

ଭୋଗରାଇ, ୨୭।୯(ଡି.ଏନ.ଏ.): ଓଡ଼ିଶା ସୀମାନ୍ତ ଓ ରାଜ୍ୟ ବାହାରେ ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଗଣଶିକ୍ଷା...

‘ୟାସ୍‌’କୁ ନେଇ ପ୍ରଶାସନ ତତ୍ପର: ବାଲେଶ୍ୱରରେ ଏସ୍‌ଆର୍‌ସି

ବାଲେଶ୍ୱର ଅଫିସ, ୨୩।୫: ୟାସ୍‌’କୁ ନେଇ ପ୍ରଶାସନ ତତ୍ପର ହୋଇ ଉଠିଛି। ଏ ନେଇ ବାଲେଶ୍ୱର ଜିଲା ଆହ୍ବାନ ଗୃହରେ ଏସ୍‌ଆରସି ପ୍ରଦୀପ କୁମାର ଜେନା...

Advertisement
Archives

Model This Week