ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ ଅଭିଯୋଗ

ଗୋପାଳପୁର, ୨୪ା୪-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ  ଯୁବକ ଧାର ଟଙ୍କା ଫେରସ୍ତ ନ କରିବାରୁ ତାଙ୍କ ଭାଇଙ୍କୁ ପୋଲିସ  ପରିଚୟ ଦେଇ ବନ୍ଧୁକ ଦେଖାଇ ଅପହରଣ କରି ନିସ୍ତୁକ ମାଡ଼ ମାରିଥିବା ଗୋଳନ୍ଥରା ଥାନାରେ ମଙ୍ଗଳବାର ରାତି ପ୍ରାୟ ୯ଟାରେ ଅଭିଯୋଗ ହୋଇଛି। ଏ ନେଇ ନଂ. ୧୨୨/୧୯ରେ ମାମଲା ରୁଜୁ କରାଯାଇଛି।

ପ୍ରକାଶ ଯେ, ଏହି ଥାନା ଅନ୍ତର୍ଗତ କନିଷି ହାଟ ଗ୍ରାମର ନିରଞ୍ଜନ ସାହୁ ୬ବର୍ଷ ତଳେ ରଣ୍ଢାଗ୍ରାମର ପ୍ରଭାକର ଦାସଙ୍କଠାରୁ ୨ଲକ୍ଷ ୨୦ ହଜାର ଟଙ୍କା ଧାର ନେଇଥିଲେ। ଏହି ଟଙ୍କା ଠିକ୍‌ ସମୟରେ ନିରଞ୍ଜନ ପ୍ରଭାକରଙ୍କୁ ଫେରାଇ ପାରି ନ ଥିଲେ। ଏ ନେଇ ପ୍ରଭାକର ବାରମ୍ବାର ନିରଞ୍ଜନଙ୍କୁ ଟଙ୍କା ମାଗିଥିଲେ ସୁଦ୍ଧା ସେ ନ ଦେଇ ଦିନ ଗଡାଇ ଚାଲିଥିଲେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ୪ ଜଣ ବ୍ୟକ୍ତି ଏକ ଗାଡ଼ି (ନଂ. ଓଡି୦୫ଏଏଚ୍‌୪୬୮୦)ରେ କନିଷି ହାଟରେ ନିରଞ୍ଜନଙ୍କ ସାନ ଭାଇ ନାରାୟଣଙ୍କ ହୋଟେଲକୁ ଆସି ଧମକ ଚମକ ଦେଇଥିଲେ ା ପରେ ତାଙ୍କ ବଡଭାଇଙ୍କ ସମ୍ପର୍କରେ ପଚାରିଥିଲେ। ସେଠାରୁ ନାରାୟଣଙ୍କୁ ବନ୍ଧୁକ ଦେଖାଇ ଅପରହଣ କରି ନେଇ ନିରଞ୍ଜନ କେଉଁଠି ଅଛନ୍ତି  ବୋଲି କହି ବ୍ରହ୍ମପୁର ନେଇଯାଇଥିଲେ। ଏହି ସମୟରେ ନାରାୟଣଙ୍କୁ ନିସ୍ତୁକ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ପୁଣି ସନ୍ଧ୍ୟା ୭ଟାରେ ନାରାୟଣଙ୍କ କନିଷି ହାଟସ୍ଥିତ ଘରକୁ ଆସି ଧାର ଟଙ୍କା ନେଇଥିବା ସମ୍ପର୍କରେ ବଣ୍ଡ ପେପରରେ ଦସ୍ତଖତ କରିବାକୁ ତାଙ୍କ ମା’ଙ୍କୁ ମଧ୍ୟ କହିଥିଲେ। ଏ ନେଇ ନାରାୟଣ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏଥିସହ ଗୋଳନ୍ଥରା ପୋଲିସ ୪ ଜଣଙ୍କୁ ଅଟକ ରଖି ପରେ ଛାଡ଼ିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୩୦୦ ପ୍ରତିଯୋଗୀ

ବେଗୁନିଆପଡ଼ା,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକସ୍ଥିତ ବାପୁଜୀ ଷ୍ଟାଡିୟମଠାରେ ୩ଟି ବ୍ଲକର ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଦୁର୍ଘଟଣାରେ ମୃତ, ଆହତଙ୍କୁ ମିଳୁନି ସହାୟତା

ଛତ୍ରପୁର,୨୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣା କମୁନି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ଜିଲା ଭଳି ଏଠାରେ ମଧ୍ୟ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ଗଠିତ ହୋଇଛି। ବାରମ୍ବାର...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ଲାଞ୍ଚ ଟଙ୍କା ସହ ନେଉଥିଲେ ବାଦାମ, ମୁଗ

ବେଗୁନିଆପଡ଼ା,୨୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କୋଦଳା ତହସିଲ ଅନ୍ତର୍ଗତ ବି....

ଏନ୍‌ଏସି ପକ୍ଷରୁ ଚଢ଼ାଉ : ପଲିଥିନ୍‌, ପାଣିପାଉଚ ଜବତ

ଦିଗପହଣ୍ଡି,୬ା୬(ଡି.ଏନ୍‌.ଏ.): ଦିଗପହଣ୍ଡି ଏନ୍‌ଏସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ପକ୍ଷରୁ ଗୁରୁବାର ସହରରେ ବେଆଇନ ପଲିଥିନ ବିକ୍ରୟ ଓ ବ୍ୟବହାର ବିରୋଧରେ ଧରପଗଡ଼ କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ...

ତାରାତାରିଣୀ ପୀଠରେ ଭୋକିଲା ମାଙ୍କଡ଼ଙ୍କୁ ଖାଇବାକୁ ଦେଲେ ବିଡିଓ

ପୁରୁଷୋତ୍ତମପୁର,୨୦ା୪(ଡି.ଏନ୍‌.ଏ.) : ମାରାତ୍ମକ କରୋନାକୁ ନେଇ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଗଞ୍ଜାମ ଜିଲା ପ୍ରସିଦ୍ଧ ତାରା ତାରିଣୀଙ୍କ ପୀଠକୁ କେହି ଭକ୍ତ ଆସୁ ନାହାନ୍ତିି କିମ୍ବା...

ମାସ୍କ ନ ପିନ୍ଧି ଦେଲେ ୪୭ ହଜାର ଜରିମାନା: ମଦ ଜବତ, ଜୁଆ ଆଡ୍ଡା ଉପରେ ଚଢ଼ାଉ

ଛତ୍ରପୁର,୮।୬(ଡି.ଏନ୍‌.ଏ.): କରୋନା ନେଇ ହୋଇଥିବା ଲକ୍‌ଡାଉନ ଓ ଶଟ୍‌ଡାଉନ ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ପକ୍ଷରୁ ଧରପଗଡ଼ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାସ୍କ...

ଡ୍ରାଇଭର ସଂଘର ଦାବିପତ୍ର

ପୋଲସରା/ଗଞ୍ଜାମ/ସୋରଡ଼ା/ରମ୍ଭା,୯।୧୧(ଡି.ଏନ.ଏ.):ପୋଲସରା ଡ୍ରାଇଭର ସଂଘ ପକ୍ଷରୁ ସରକାରଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ କରାଯାଇଛି। ରାଜ୍ୟର ୩୦ ଜିଲାରେ କାର୍ଯ୍ୟରତ ଥିବା ସମସ୍ତ...

ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୧ା୩: ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଲୁନା ମହାନ୍ତି ଶୁକ୍ରବାର ଏକ ଲାଞ୍ଚ ମାମଲାର ବିଚାର କରି ଅଭିଯୁକ୍ତ ସହକାରୀ କୃଷି ଯନ୍ତ୍ରୀଙ୍କୁ ୨ ବର୍ଷ...

Advertisement
Archives

Model This Week