ପୋଲିସ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି : ବରିଷ୍ଠ ଅଧିକାରୀଙ୍କୁ ବିଭାଗ ବଣ୍ଟନ

କଟକ ଅଫିସ, ୫।୬: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା ଜୁଲାଇ ୪ ତାରିଖରେ ଆରମ୍ଭ ହେବ। ରଥଯାତ୍ରା ପୂର୍ବରୁ ଆସନ୍ତା ୧୭ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୨ ତାରିଖରେ ନେତ୍ରୋ ଉତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ ୪ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୧୧ ତାରିଖରେ ନବମୀ ସନ୍ଧ୍ୟା ଦର୍ଶନ, ୧୨ ତାରିଖରେ ବାହୁଡ଼ା ଯାତ୍ରା, ୧୩ ତାରିଖରେ ସୁନାବେଶ, ୧୫ ତାରିଖରେ ନିଳାଦ୍ରୀବିଜେ ଭଳି ବହୁ କାର୍ଯ୍ୟକ୍ରମ ରହିଛି। ତେବେ ସମ୍ପୂର୍ଣ୍ଣ ରଥଯାତ୍ରାକୁ କିପରି ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରାଯିବ ସେଥିପାଇଁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ରୋଡ ମ୍ୟାପ ପ୍ରସ୍ତୁତି କରିଛନ୍ତି। ପରିଚାଳନା ଦାୟିତ୍ୱରେ ୧୧ ଆଇପିଏସ୍‌ ଅଧିକାରୀଙ୍କ ସମେତ ୫ ଓପିଏସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସୂଚାରରୂପେ ସମସ୍ତ କାର୍ଯ୍ୟ ହେବ ସେଥିପାଇଁ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ଏନେଇ ମଙ୍ଗଳବାର ଓଡ଼ିଶା ପୋଲିସ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ରଥଯାତ୍ରା ପାଇଁ ସମ୍ପୂର୍ଣ୍ଣ ପୋଲିସ ପରିଚାଳନା ଏଡିଜି ସଞ୍ଜୀବ ପଣ୍ଡାଙ୍କ ଉପରେ ନ୍ୟସ୍ତ କରାଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ଆଇଜି ଏସ୍‌.କେ. ପ୍ରିୟଦର୍ଶୀ ଏବଂ ପୁରୀ ଜିଲା ଏସ୍‌ପି ଉମାଶଙ୍କର ମିଶ୍ରଙ୍କୁ କୁହାଯାଇଛି। ସୁରକ୍ଷା ଏବଂ ସ୍ବତନ୍ତ୍ର ବ୍ରାଞ୍ଚ ପରିଚାଳନା ଦାୟିତ୍ୱ ଗୋଇନ୍ଦା ବିଭାଗ ଆଇଜି ଆର୍‌.କେ.ଶର୍ମାଙ୍କୁ ଦିଆଯାଇଛି। ସେହିପରି ଟ୍ରାଫିକ ପରିଚାଳନା ଦାୟିତ୍ୱ ଆଇଜି ଅମିତାଭ ଠାକୁରଙ୍କୁ ଦିଆଯାଇଛି। ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଭଳି ଜନଗହଳି ହେବାକୁ ଥିବା ଦିନଗୁଡ଼ିକରେ ଟ୍ରାଫିକ ପରିଚାଳନା ଦାୟିତ୍ୱ ତାଙ୍କ ଉପରେ ରହିବ। ତାଙ୍କୁ ସହଯୋଗ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ପି ମଡକର ସନ୍ଦୀପ ସମ୍ପତ, ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର୍‌.ଙ୍କୁ କୁହାଯାଇଛି। ରେଲୱେ ପୋଲିସ ପରିଚାଳନା ଦାୟିତ୍ୱ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଦିଆଯାଇଛି। କିପରି କେଉଁ ଜାଗାରେ ଆର୍‌ପିଏଫ୍‌ ଅଫିସର, କର୍ମଚାରୀମାନେ କାର୍ଯ୍ୟ କରିବେ ତାହା ତାଙ୍କ ତତ୍ତ୍ବାବଧାନରେ ହେବ। ସେହିପରି ମନ୍ଦିର ଭିତର ସୁରକ୍ଷା ଦାୟିତ୍ୱ ଆଇଜି ଏସ୍‌.କେ. ପ୍ରିୟଦର୍ଶୀଙ୍କୁ ଦିଆଯାଇଛି। ତାଙ୍କୁ ମନ୍ଦିର ପ୍ରଶାସନ ଏବଂ ସେବାୟତ ନିୟୋଗଙ୍କ ସହ ଆଲୋଚନା କରି ମନ୍ଦିର ଭିତରର ସୁରକ୍ଷା ଦାୟିତ୍ୱ ସମ୍ଭାଳିବାକୁ କୁହାଯାଇଛି। ଜନଗହଳି ପରିଚାଳନା ଦାୟିତ୍ୱ ଆଇଜି ଅସିତ କୁମାର ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି। ରଥଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ ଭିଡ଼ ପରିଚାଳନା ଦାୟିତ୍ୱରେ ସେ ରହିବେ। ତାଙ୍କୁ ଏଥିରେ ଆଇଜି ବିବେକାନନ୍ଦ ଶର୍ମା ସହଯୋଗ କରିବେ। କର୍ଡନ ପରିଚାଳନା ଦାୟିତ୍ୱ ଆଇଜି ଅରୁଣ ବୋଥ୍ରାଙ୍କୁ ଦିଆଯାଇଛି। ବିଶେଷକରି ୩ଟି ରଥର କର୍ଡନ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ଯୋଗାଯୋଗ ପରିଚାଳନା ଦାୟିତ୍ୱ ଓପିଏସ୍‌ ଅଧିକାରୀ ବି.ଏନ୍‌. ଦାସଙ୍କୁ ଦିଆଯାଇଛି। କ୍ୟାମ୍ପ କମାଣ୍ଡାଣ୍ଟ ଦାୟିତ୍ୱ କମାଣ୍ଡାଣ୍ଟ ବି.କେ. ନନ୍ଦଙ୍କୁ ପ୍ରଦାନ କରାଯାଇଛି। ସେ ସମସ୍ତ ଫୋର୍ସମାନଙ୍କର ଯିବା ଆସିବା ଏବଂ ରିପୋର୍ଟିଂ କରିବାରେ ସମୟ ନିର୍ଦ୍ଧାରଣ କରିବେ। ଭିଆଇପିମାନଙ୍କ ସୁରକ୍ଷା ଦାୟିତ୍ୱ କମାଣ୍ଡାଣ୍ଟ ଆର୍‌.କେ. ସାହୁଙ୍କୁ ପ୍ରଦାନ କରାଯାଇଛି। କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ଓପିଏସ୍‌ ଅଧିକାରୀ ଏସ୍‌.ସି. ପାହୀଙ୍କୁ ଦିଆଯାଇଛି। ପୁରୀ ଟାଉନର କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ତାଙ୍କୁ ରଖାଯାଇଛି। ତେବେ ମୋଟ ଉପରେ ପୋଲିସ ପରିଚାଳନା ଦାୟିତ୍ୱ ପୁରୀ ଏସ୍‌ପି ଉମାଶଙ୍କର ଦାସଙ୍କ ଉପରେ ନ୍ୟସ୍ତ ଥିବା ବେଳେ ପରିଚାଳନା କ୍ଷେତ୍ରରେ ବରିଷ୍ଠ ଅଧିକାରୀମାନଙ୍କ ପରାମର୍ଶ ନେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିପିଲି ଭାଜପାରେ ଛକାପଞ୍ଝା; ଟିକେଟ ଆଶାରେ ଆଶ୍ରିତ, ରାଧାମୋହନ, ସରୋଜ…

ପିପିଲି, ୩।୩ (ପ୍ରଭାତ ମହାପାତ୍ର): ପୁରୀ ଜିଲା ପିପିଲି-ଡେଲାଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି (ଭାଜପା)ରୁ ପ୍ରାର୍ଥୀ ହେବା ଲାଗି ଛକାପଞ୍ଝା ଆରମ୍ଭ ହୋଇଯାଇଛି।...

୫ ମେଡିକାଲ କଲେଜରେ ଟିଚିଂ ହସ୍ପିଟାଲ

ଭୁବନେଶ୍ୱର,୩।୩(ଅସମାପିକା ସାହୁ): ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭର୍ଚୁଆଲରେ ରାଜ୍ୟର ୫ ସରକାରୀ ମେଡିକାଲ କଲେଜରେ...

ଜାଣନ୍ତୁ ଜିଆଇ ଟ୍ୟାଗ୍‌ କ’ଣ,

ଭୁବନେଶ୍ୱର,୩।୩: ଏକ ନିର୍ଦ୍ଦିଷ୍ଟ ଉତ୍ପାଦର ଭୌଗୋଳିକ ସ୍ଥିତି ବା ଏହାର ମୂଳ ସ୍ଥାନ (ସହର, ଅଞ୍ଚଳ ବା ଦେଶ)କୁ ସୂଚାଇବା ପାଇଁ ଭୌଗୋଳିକ ସଙ୍କେତ (ଜିଆଇ)କୁ...

‘୧୨୦ ବିଧାନସଭା, ୧୭ ଲୋକ ସଭା ଆସନରେ ଜିତିବ ବିଜେଡି’

ଭୁବନେଶ୍ୱର,୨।୩(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁ ବିଜେଡି ରାଜନୈତିକ ଦୃଷ୍ଟିକୋଣରୁ...

ପଞ୍ଚାୟତରେ ନିୟୋଜିତ ପିଏଚ୍‌ଆଇଇଭିଙ୍କ ଦରମା ବଢ଼ିଲା, ଏବେ ପାଇବେ ୧୦ ହଜାର ଟଙ୍କା

ଭୁବନେଶ୍ୱର,୨।୩(ସୁନିତ୍‌ ମିଶ୍ର): ରାଜ୍ୟର ବିଭିନ୍ନ ବିଦ୍ୟାଳୟର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ୨୦୧୪ରୁ ବିଭିନ୍ନ ଗ୍ରାମପଞ୍ଚାୟତରେ ଭିନ୍ନକ୍ଷମ ଶିକ୍ଷା...

ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ: ମନମୋହନ କହିଲେ…

ଭୁବନେଶ୍ୱର,୨।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାଜପା ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ପକ୍ଷରୁ ମୋଟ ୧୬ଟି ରାଜ୍ୟ...

୧୫ରୁ ୧ମରୁ ୮ମ ବାର୍ଷିକ ପରୀକ୍ଷା, ଜାଣନ୍ତୁ ସବିଶେଷ ସୂଚନା…

ଭୁବନେଶ୍ୱର, ୨।୩(ଅସମାପିକା ସାହୁ) – ରାଜ୍ୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୧ମରୁ ୮ମ ଶ୍ରେଣୀ ବାର୍ଷିକ ପରୀକ୍ଷା ବା ସମ୍ମେଟିଭ-୨ ଆସନ୍ତା...

ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଲିଙ୍ଗରାଜ ମହାପ୍ରଭୁଙ୍କ ଚଳିତ ବର୍ଷ ପ୍ରସିଦ୍ଧ ମହାଶିବରାତ୍ରି ଅବସରରେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ବୈଠକ ସର୍କିଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri