ପୋଖରୀ କାମରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ

କୋକସରା,୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଦ୍ମ ସାରର ପୋଖରୀ ପଙ୍କ ଉଦ୍ଧାର ଓ ମାଟି କାମ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଦ୍ୱାରା ଚାଲିଛି । କିନ୍ତୁ ପୋଖରୀ ପଙ୍କ ଉଦ୍ଧାର କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରି ଗୁରୁବାର ବଡ଼ପଡ଼ାର ଶତାଧିକ ମହିଳା କ୍ଷୁଦ୍ର ଜଳସେଚନ କନିଷ୍ଠ ଯନ୍ତ୍ରୀ ଅଫିସ ଘେରାଉ କରିଛନ୍ତି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ଯୋଗୁ ପୋଖରୀରେ ପହଞ୍ଚତ୍ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।
ସୂଚନା ଅନୂସାରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ପଦ୍ମ ସାଗର ପୋଖରୀରେ ପଙ୍କ ଉଦ୍ଧାର ପାଇଁ ବିଭାଗୀୟ କାର୍ଯ୍ୟାଦେଶ ୪୦ ଲକ୍ଷ ବ୍ୟୟ ଅଟକଳରେ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି। ଠିକାଦାର ଜଣକ ନିଜ ମନଇଚ୍ଛା କାମ କରିବା ସହ ପୋଖରୀ ତୁଠ ପାଖରୁ ପଙ୍କ ଉଦ୍ଧାର ନ କରି ଅନ୍ୟ ସ୍ଥାନରୁ ମାଟି ଉଠାଉଥିବା ଅଭିଯୋଗ କରିଛନ୍ତି। ଏଥିସହ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୋଖରୀ ତୁଠରୁ ପଙ୍କ ଉଦ୍ଧାର କିମ୍ବା ମରାମତି ନ କରି ଅନ୍ୟ ତୁଟଗୁଡ଼ିକରେ କାମ କରୁଥିବା ଅଭିଯୋଗ କରିଛନ୍ତି। ପ୍ରଥମେ ମହିଳାମାନେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସରେ ପହଞ୍ଚତ୍ଥିଲେ। ଯନ୍ତ୍ରୀ ଅନୁପସ୍ଥିତ ଥିବା ଯୋଗୁ ମହିଳାମାନେ ପୋଖରୀକୁ ଯାଇ କାମ ବନ୍ଦ କରିବାକୁ ଠିକାଦାରଙ୍କୁ କହିଥିଲେ। ଯେତେ ଦିନ ପର୍ଯ୍ୟନ୍ତ ତାଙ୍କ ଅଭିଯୋଗ ଉପରେ ବିଚାର ନ ହେବ ସେତେ ଦିନ ଯାଏ କାମ ବନ୍ଦ କରିବାକୁ ରୋକଠୋକ ଶୁଣାଇଥିଲେ। ଖବର ପାଇ କନିଷ୍ଠ ଯନ୍ତ୍ରୀ ଅନିଲ ନାୟକ ଫୋନ ଯୋଗେ ମହିଳାମାନଙ୍କ ସହ କଥା ହୋଇ ସେମାନଙ୍କ ଦାବି ଅନୁସାରେ କାମ କରାଯିବ ବୋଲି କହିବା ପରେ ମହିଳାମାନେ ଫେରି ଯାଇଥିଲେ। ବଡ଼ପଡ଼ା ମହିଳା ନେତ୍ରୀ ଫୁଲତୋଳା ଖମାରୀଙ୍କ ନେତୃତ୍ୱରେ ମାଳତି ସୁନା, ସରସ୍ବତୀ ବାଗ, ଲଳିତା ବାଗ, ରେବତୀ ଖମାରୀ, ନୁପୁର ବାଗ, ଡ଼ାଳିମ୍ବ ଖମାରୀ, ରାଣି ବାଗ, ପ୍ରତିମା ନାଏକ, ପିଙ୍କି ବାଗ, ସରୋଜିନି ସାଗର, ସଶ୍ମିତା ବାଗ ଏବଂ ଅନ୍ୟ ମହିଳାମାନେ ସାମିଲ ହୋଇଥିଲେ। କୋକସରା ସମିତି ସଭ୍ୟ ତ୍ରିଭୁନ ନାଏକ, ରାମଚନ୍ଦ୍ର ପାଣିଗ୍ରାହୀ, ଟୁନା ବାଗ, ଡ଼ଚି ଖମାରୀ ମହିଳାମାନଙ୍କୁ ସମର୍ଥନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୨ କିମି ଚାଲି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଉଛନ୍ତି ଶିଶୁ

ଜମନକିରା, ୬।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ କଟଙ୍ଗପାଣି ପଞ୍ଚାୟତ ଫୁଲକୁସମ ପାଇଁ ଆସିଥିବା ଅଙ୍ଗନଓ୍ବାଡି କେନ୍ଦ୍ରଟି ଅନ୍ୟ ସ୍ଥାନରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି।...

ତୃତୀୟ ରାଉଣ୍ଡ ସୁଦ୍ଧା ଜୁନାଗଡ଼ରେ ବିଜେଡି ଆଗୁଆ

ଭବାନୀପାଟଣା,୨୩।୫: ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଜୁନାଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମିଶ୍ର ଆଗୁଆ ଅଛନ୍ତି। ଦିବ୍ୟଶଙ୍କର ୪୫୫୬ ଭୋଟ ପାଇଥିବାବେଳେ...

ବିଚାରାଧୀନ କଏଦୀଙ୍କୁ ଜେଲ କର୍ମଚାରୀଙ୍କ ମାଡ଼: ଭିମସାରରେ ଭର୍ତ୍ତି

ସମ୍ବଲପୁର,୯।୩(ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ ଜେଲ କର୍ମଚାରୀଙ୍କ ମାଡ଼ରେ ଗୁରୁତର ହୋଇଛନ୍ତି। ସେ ହେଲେ ଟାଉନ ଥାନା ଦଳେଇପଡ଼ାର ଅଭିଷେକ...

ସମ୍ବଲପୁରରେ ମନଇଚ୍ଛା ଗଡୁଛି ଗାଡ଼ିମୋଟର

ସମ୍ବଲପୁର, ୩୧।୩ (ବ୍ୟୁରୋ)- କରୋନା ଭୂତାଣୁ ପ୍ରତିଷେଧକ ଭାବେ ଜନତା କର୍ଫ୍ୟୁ ଓ ପରେ ୨୧ ଦିନ ଲକ୍‌ ଡାଉନ କରାଯାଇଛି । ମଙ୍ଗଳବାର ସପ୍ତମ...

ଗୁଦୁରାପଡ଼ାରେ ଚେସ୍‌ ପ୍ରତିଯୋଗିତା: ବରିଷ୍ଠ ବିିଭାଗରେ ଅଭିଷେକ, କନିଷ୍ଠରେ ଚିରାଗ ବିଜେତା

ଜମନକିରା,୨୯।୭(ଡି.ଏନ୍‌.ଏ.):ସମ୍ବଲପୁର ଜିଲା ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଗୁଦୁରାପଡ଼ା ଆବାସିକ ବିଦ୍ୟାଳୟ ପରିସରରେ ଏକଦିବସୀୟ ଚେସ୍‌ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚେସ୍‌...

ଭୀମସାର ନିର୍ଦ୍ଦେଶକଙ୍କ ଅଫିସ ଆଗରେ ଦଳିତ ସେନାର ବିକ୍ଷୋଭ

ସମ୍ବଲପୁର, ୧୪।୧ (ବ୍ୟୁରୋ): ବୁର୍ଲା ଭୀମସାରଠାରେ ଠିକା ସଫେଇ କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ବୁଧବାର ଓଡିଶା ଆଦିବାସୀ ଦଳିତ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ବୁଢ଼ାବୁଢ଼ି ଭତାରୁ ବଁଚିତ୍‌ କୁଆଦେଇ : ବଢ଼ୁଛେ ବଏସ୍‌, କମୁଛେ ଆଶ୍‌

ଲାଠୋର, ୯ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ...

ହାଇଓ୍ବା,ବସ୍‌ ମୁହାଁମୁହିଁ: ୧୭ଗୁରୁତର, ୩୨ଆହତ, ସ୍ଥାନୀୟ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଜମନକିରା,୨୦।୩: ସମ୍ବଲପୁର ଜିଲା ଜମନକିରା ଥାନା ଫାସିମାଲ- କୁଚିଣ୍ଡା ରାସ୍ତାରେ ଶୁକ୍ରବାର ଦୁର୍ଘଟଣା ଘଟି ୧୭ ଗୁରୁତର ଥିବା ବେଳେ ୩୨ ଆହତ ହୋଇଛନ୍ତି। ଏକ...

Advertisement
Archives

Model This Week