ପୋଖରୀ କାମରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ

କୋକସରା,୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଦ୍ମ ସାରର ପୋଖରୀ ପଙ୍କ ଉଦ୍ଧାର ଓ ମାଟି କାମ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଦ୍ୱାରା ଚାଲିଛି । କିନ୍ତୁ ପୋଖରୀ ପଙ୍କ ଉଦ୍ଧାର କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରି ଗୁରୁବାର ବଡ଼ପଡ଼ାର ଶତାଧିକ ମହିଳା କ୍ଷୁଦ୍ର ଜଳସେଚନ କନିଷ୍ଠ ଯନ୍ତ୍ରୀ ଅଫିସ ଘେରାଉ କରିଛନ୍ତି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ଯୋଗୁ ପୋଖରୀରେ ପହଞ୍ଚତ୍ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।
ସୂଚନା ଅନୂସାରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ପଦ୍ମ ସାଗର ପୋଖରୀରେ ପଙ୍କ ଉଦ୍ଧାର ପାଇଁ ବିଭାଗୀୟ କାର୍ଯ୍ୟାଦେଶ ୪୦ ଲକ୍ଷ ବ୍ୟୟ ଅଟକଳରେ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି। ଠିକାଦାର ଜଣକ ନିଜ ମନଇଚ୍ଛା କାମ କରିବା ସହ ପୋଖରୀ ତୁଠ ପାଖରୁ ପଙ୍କ ଉଦ୍ଧାର ନ କରି ଅନ୍ୟ ସ୍ଥାନରୁ ମାଟି ଉଠାଉଥିବା ଅଭିଯୋଗ କରିଛନ୍ତି। ଏଥିସହ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୋଖରୀ ତୁଠରୁ ପଙ୍କ ଉଦ୍ଧାର କିମ୍ବା ମରାମତି ନ କରି ଅନ୍ୟ ତୁଟଗୁଡ଼ିକରେ କାମ କରୁଥିବା ଅଭିଯୋଗ କରିଛନ୍ତି। ପ୍ରଥମେ ମହିଳାମାନେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସରେ ପହଞ୍ଚତ୍ଥିଲେ। ଯନ୍ତ୍ରୀ ଅନୁପସ୍ଥିତ ଥିବା ଯୋଗୁ ମହିଳାମାନେ ପୋଖରୀକୁ ଯାଇ କାମ ବନ୍ଦ କରିବାକୁ ଠିକାଦାରଙ୍କୁ କହିଥିଲେ। ଯେତେ ଦିନ ପର୍ଯ୍ୟନ୍ତ ତାଙ୍କ ଅଭିଯୋଗ ଉପରେ ବିଚାର ନ ହେବ ସେତେ ଦିନ ଯାଏ କାମ ବନ୍ଦ କରିବାକୁ ରୋକଠୋକ ଶୁଣାଇଥିଲେ। ଖବର ପାଇ କନିଷ୍ଠ ଯନ୍ତ୍ରୀ ଅନିଲ ନାୟକ ଫୋନ ଯୋଗେ ମହିଳାମାନଙ୍କ ସହ କଥା ହୋଇ ସେମାନଙ୍କ ଦାବି ଅନୁସାରେ କାମ କରାଯିବ ବୋଲି କହିବା ପରେ ମହିଳାମାନେ ଫେରି ଯାଇଥିଲେ। ବଡ଼ପଡ଼ା ମହିଳା ନେତ୍ରୀ ଫୁଲତୋଳା ଖମାରୀଙ୍କ ନେତୃତ୍ୱରେ ମାଳତି ସୁନା, ସରସ୍ବତୀ ବାଗ, ଲଳିତା ବାଗ, ରେବତୀ ଖମାରୀ, ନୁପୁର ବାଗ, ଡ଼ାଳିମ୍ବ ଖମାରୀ, ରାଣି ବାଗ, ପ୍ରତିମା ନାଏକ, ପିଙ୍କି ବାଗ, ସରୋଜିନି ସାଗର, ସଶ୍ମିତା ବାଗ ଏବଂ ଅନ୍ୟ ମହିଳାମାନେ ସାମିଲ ହୋଇଥିଲେ। କୋକସରା ସମିତି ସଭ୍ୟ ତ୍ରିଭୁନ ନାଏକ, ରାମଚନ୍ଦ୍ର ପାଣିଗ୍ରାହୀ, ଟୁନା ବାଗ, ଡ଼ଚି ଖମାରୀ ମହିଳାମାନଙ୍କୁ ସମର୍ଥନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ, ଶୁଭମ କୁମାର ଟପ୍ପର

ନୂଆଦିଲ୍ଲୀ,୧ା୬: ୨୦୨୬ JEE ଆଡ୍‌ଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି। ଆଇଆଇଟି ଦିଲ୍ଲୀ ଜୋନ୍‌ରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି। ସେ ମୋଟ୍‌ ୩୬୦ରୁ ୩୩୦ ନମ୍ବର ରଖି…

Watch:‘କେତେ କ୍ଷୀର ପିଉଛ’, ରବି ଶାସ୍ତ୍ରୀଙ୍କ ଏମିତି ପ୍ରଶ୍ନରେ ମଜାଦାର ଉତ୍ତର ଦେଲେ ବୈଭବ ସୂର୍ଯ୍ୟବଂଶୀ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ 2026 ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଆରସିବି ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ପରାସ୍ତ କରିଛି। ୧୫ ବର୍ଷୀୟ ବୈଭବ…

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ଦୂରହେଉନି ଚୁକ୍ତିନାମା ଅନିଶ୍ଚିତତା

ଓ୍ବାଶିଂଟନ/ତେହରାନ୍‌,୧।୬: ଇରାନ ଓ ଆମେରିକା ମଧ୍ୟରେ ସ୍ଥାୟୀ ଯୁଦ୍ଧବିରତିକୁ ନେଇ ଅନିଶ୍ଚିତତାର ଅନ୍ତ ହେଉନାହିଁ। ଯୁଦ୍ଧ ବନ୍ଦ ଲାଗି ଆମେରିକା ଇରାନ ପାଖକୁ କେତେକ କଠୋର ସର୍ତ୍ତ ପଠାଇଥିଲା।…

କଟକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

କଟକ,୧ା୬: ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ମାଛ ମାର୍କେଟ ଜଳି ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri