ପେଟ୍ରୋଲ ପମ୍ପ୍‌, ଫାଇନାନ୍ସ ସଂସ୍ଥାକୁ ସଚେତନ କଲା ପୋଲିସସିସି କ୍ୟାମେରା ଲଗାଇବାକୁ ପରାମର୍ଶ

ଛତ୍ରପୁର,୨୮ା୫(ଡି.ଏନ.ଏ) -ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା ଓ ପେଟ୍ରୋଲ ପମ୍ପର ଟଙ୍କା ବ୍ୟାଙ୍କକୁ ଜମା କରିବାକୁ ନେବାବେଳେ ସତର୍କତା ଅବଲମ୍ବନ କରିବାକୁ ଛତ୍ରପୁର ଥାନା ପୋଲିସ ପକ୍ଷରୁ ସଚେତନ କରାଯାଇଛି। ଥାନା ଇଲାକାରେ ଥିବା ୧୩ଟି ପେଟ୍ରୋଲ ପମ୍ପର ଅଧିକାରୀ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଅଧିକାରୀ ଓ କର୍ମଚାରୀଙ୍କୁ ଡକାଇ ସୋମବାର ସନ୍ଧ୍ୟାରେ ଛତ୍ରପୁର ଥାନାରେ ସଚେତନ କରାଯାଇଛି ା ଛତ୍ରପୁର ଏସଡିପିଓ ଉକତ୍ଳ କେଶରୀ ଦାଶ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ସେକେଣ୍ଡ ଅଫିସର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ା ଟଙ୍କା ଜମା କରିବାକୁ ଗଲାବେଳେ ଏବଂ ପେଟ୍ରୋଲ ପମ୍ପ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ କ’ଣ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସମସ୍ତ ପେଟ୍ରୋଲ ପମ୍ପ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାରେ ହାଇ ରେଜୁଲେଶନର ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା ା ଏହା କରାଗଲେ କୌଣସି ଆପରାଧୀକ କାର୍ଯ୍ୟକଳାପ ହେଲେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୋଲିସକୁ ସହଜ ହେବ। ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଗଲାବେଳେ ସୁରକ୍ଷା କର୍ମୀଙ୍କ ସହ ଦାୟିତ୍ୱବାନ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ା ଅନ୍ୟପକ୍ଷରେ କ୍ୟାସଲେଶ୍‌ କାରବାର ଉପରେ ଗୁରୁତ୍ୱ ଦେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆବଶ୍ୟକସ୍ଥଳେ ପୋଲିସକୁ ଜଣାଇବାକୁ କୁହାଯାଇଛିା ସନ୍ଧ୍ୟାରେ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ନ ଯିବା ପାଇଁ ପେଟ୍ରୋଲ ପମ୍ପ ମାଲିକ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଅଧିକାରୀଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସୋଲଶନ ସେଣ୍ଟର ପରିସର ସଫେଇ

ଛତ୍ରପୁର,୨୨ା୪(ଡି.ଏନ୍‌.ଏ.)-ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରୋନା ଆଇସୋଲେଶନ ସେଣ୍ଟରରେ କେତେଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। ଉକ୍ତ ଆଇସୋଲେଶନ ସେଣ୍ଟରରେ ସେଠାରେ ସ୍ବାସ୍ଥ୍ୟପ୍ରଦ...

ପରାଜୟର ସ୍ବାଦ ଚାଖିଲେ ହେବିୱେଟ୍‌ ନେତା

ପୁରୁଷୋତ୍ତମପୁର, ୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ୩୫ ଜୋନ୍‌ ଅଧୀନରେ ଥିବା ୮ଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଭୀମପୁର ଓ...

ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ପଦବୀ ଖାଲି; ବିଚାର ପ୍ରକ୍ରିୟାରେ ବିଳମ୍ବ

ବ୍ରହ୍ମପୁର ଅଫିସ,୭ା୧୧: ବ୍ରହ୍ମପୁର ଜିଲା କୋର୍ଟରେ ସ୍ବତନ୍ତ୍ର ଭାବେ ଓପିଆଇଡି କୋର୍ଟ ରହିଛି। ଦକ୍ଷିଣ ଓଡ଼ିଶାର ୧୦ ଜିଲା ପାଇଁ ଏହି କୋର୍ଟ ରହିଥିବା ବେଳେ...

ଫୋନ କଲ କରି ଆକାଉଣ୍ଟରୁ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୧୩।୬: ସହରରେ ଏବେ ସାଇବର ଠକେଇ ବଢୁଛି। ଅନଲାଇନ, ବ୍ୟାଙ୍କ ଋଣ, ଜମି ବିକ୍ରି, ବିଦେଶୀ ଲିଙ୍କରେ ଚାକରି ନାଁରେ ଗୋଟିଏ ପରେ ଗୋଟିଏ ଠକେଇ...

ତାରାତାରିଣୀ ଦର୍ଶନ କଲେ କେନ୍ଦ୍ର ହସ୍ତତନ୍ତ ମନ୍ତ୍ରୀ , ଭାରତବାସୀଙ୍କ ଲାଗି କଲେ ମଙ୍ଗଳ କାମନା 

ପୁରୁଷୋତ୍ତମ ପୁର, ୭/୭(ଡିଏନ୍ଏ): କେନ୍ଦ୍ର ହସ୍ତତନ୍ତ  ମନ୍ତ୍ରୀ ଦର୍ଶନା ଜୋରଦଶ  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେଆସି ମା ତାରା ତାରିଣୀ ପିଠକୁ ଯାଇ ପୂଜାର୍ଚ୍ଚନା...

ଗଞ୍ଜାମର ପ୍ରତି ସରକାରୀ ଅଫିସରେ ମନିଟରଙ୍କୁ ନିଯୁକ୍ତି: ଜଣାଇବେ କର୍ମଚାରୀଙ୍କ କରୋନା ଲକ୍ଷଣ

ଛତ୍ରପୁର,୫।୭(ଡି.ଏନ୍‌.ଏ.):ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେଉଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହେବାରେ ଲାଗିଛନ୍ତି। ଏମାନଙ୍କ ସୁରକ୍ଷା ଉପରେ ଧ୍ୟାନ...

ସାଧାରଣ ରୋଗ ପାଇଁ ଡାକ୍ତରଖାନା ମନା

ହିଞ୍ଜିଳିକାଟୁ,୧ା୪(ଡି.ଏନ୍‌.ଏ.): କରୋନା ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଜରୁରୀ କାମ ନ ଥିଲେ ଲୋକେ ବାହାରକୁ ନ ବାହାରିବା ପାଇଁ କଟକଣା...

ଗୋଆରେ ଓଡ଼ିଆ ମହିଳା ଶ୍ରମିକଙ୍କୁ ହତ୍ୟା

ପାଟପୁର,୨୧ା୨- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ବୁରେଇପାହାଡ଼ ଗ୍ରାମର ଜଣେ ମହିଳା ଶ୍ରମିକଙ୍କୁ ଗତ ୭ ତାରିଖରେ ଗୋଆରେ ହତ୍ୟା କରାଯାଇଛି। ସେ...

Advertisement
Archives

Model This Week