Posted inଜାତୀୟ

ପୃଥିବୀ ଉପରେ କଡ଼ା ନଜର ରଖିବ ଜିଆଇ ସାଟ୍‌-୧: ଅନୁକୂଳ ପାଗ ରହିଲେ ମାର୍ଚ୍ଚ ୫ରେ ହେବ ଉତ୍‌କ୍ଷେପଣ

ଶ୍ରୀହରିକୋଟା,୩।୩: ପୃଥିବୀ ଉପରେ କଡ଼ା ନଜର ରଖିବା ପାଇଁ ଇସ୍ରୋ ପକ୍ଷରୁ ମାର୍ଚ୍ଚ ୫ରେ ଶ୍ରୀହରିକୋଟାସ୍ଥିତି ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଜିଆଇ ସାଟ୍‌-୧ର ଉତ୍‌କ୍ଷେପଣ କରାଯିବ। ଅପରାହ୍ନ ୫ଟା ୪୩ରେ ଜିଏସ୍‌ଏଲ୍‌ଭି-ଏଫ୍‌-୧୦ ସହାୟତାରେ ଏହାକୁ ମହାକାଶକୁ ଉତ୍‌କ୍ଷେପଣ କରାଯିବ। ଏହାକୁ ପୃଥିବୀଠାରୁ ୩୬ ହଜାର କିମି ଦୂର କକ୍ଷପଥରେ ଅବସ୍ଥାପିତ କରାଯିବ। ଏହା ପାଣିପାଗ ସୂଚନା ଦେବା ସହିତ ଅନ୍ୟ ଆବଶ୍ୟକ ତଥ୍ୟ ଓ ଫଟୋ ଉପଲବ୍ଧ କରାଇବ। ୨,୨୬୮ କିଗ୍ରା ଓଜନ ବିଶିଷ୍ଟ ଏହି ଉପଗ୍ରହର ଉତ୍‌କ୍ଷେପଣ ପାଇଁ ୧୮ ମିନିଟ୍‌ ୩୯ ସେକେଣ୍ଡ ଲାଗିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ୨୨୮୦ ଓ୍ବାଟ୍‌ କ୍ଷମତା ଥିବା ଜିଆଇ ସାଟ୍‌-୧ ଆଗାମୀ ୭ ବର୍ଷ ପାଇଁ କାର୍ଯ୍ୟ କରିବାକୁ ସକ୍ଷମ ହେବ। ଅନୁକୂଳ ପାଗ ରହିଲେ ଏହାର ଉତ୍‌କ୍ଷେପଣ କରାଯିବ ନଚେତ କାର୍ଯ୍ୟକ୍ରମକୁ ବାତିଲ ମଧ୍ୟ କରାଯାଇ ପାରେ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ହେବ ପିଓକେ

ନୂଆଦିଲ୍ଲୀ, ୧୮ା୯: ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ଭାରତର ଅଂଶବିଶେଷ। ଦିନେ ଏହା ଭାରତର ଅଂଶବିଶେଷ ଭାବେ ପରିଗଣିତ ହେବ। ଏନେଇ ନୂଆଦିଲ୍ଲୀ ପକ୍ଷରୁ ପ୍ରୟାସ ଜାରି...

ଜିତେନ୍ଦ୍ରଙ୍କ ନଁ।ରେ ଅସଦାଚରଣ ଅଭିଯୋଗ ଆଣିଥିଲେ ସମ୍ପର୍କୀୟା: ମାମଲା ଖାରଜ କଲେ କୋର୍ଟ

ମୁମ୍ବାଇ,୨୨।୫ : ଗତବର୍ଷ ୯୦ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତା ଜିତେନ୍ଦ୍ରଙ୍କ ନଁ।ରେ ହୋଇଥିବା ଅସଦାଚରଣ ଅଭିଯୋଗକୁ ହିମାଚଳ ପ୍ରଦେଶ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି।...

ଜଳପ୍ରପାତ ବୁଲିବାକୁ ଯାଇଥିଲେ ଯୁବତୀ ଯୁବକ, ହଠାତ୍‌ ମାଡ଼ିଆସିଲା ପାଣି; ଆଉ ତା’ ପରେ…

ଭୋପାଳ,୨୦ା୯: ଇନ୍ଦୋର ନିକଟସ୍ଥ ଟିଲୋରରୁ ଟିଙ୍ଗଚା ମଧ୍ୟରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ଏକ କାର୍‌ ପାଣିରେ ଭାସିଯାଇଥିଲା। ଫଳରେ...

ଆସାମରେ ଏପର୍ଯ୍ୟନ୍ତ ଜଣେ ବି ନାହାନ୍ତି କରୋନା ସଂକ୍ରମିତ

ଗୁଆହାଟୀ,୨୦।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଆସାମରେ କିନ୍ତୁ ଏପର୍ଯ୍ୟନ୍ତ ଜଣେ ହେଲେ କରୋନା ସଂକ୍ରମିତଙ୍କୁ...

ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଲା ଭାରତ: ଡିଏସ୍‌ଆର୍‌ଓ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୨।୬: ଭାରତ ଅନ୍ତରୀକ୍ଷ ଯୁଦ୍ଧ ପାଇଁ ଅଣ୍ଟା ଭିଡ଼ିଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କ୍ୟାବିନେଟ୍‌ କମିଟି ରକ୍ଷା ଅନ୍ତରୀକ୍ଷ ଅନୁସନ୍ଧାନ...

ଭାରତୀୟ ବଂଶୋଦ୍ଭବ ସିଚେଲ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦ା୧୦:ଭାରତୀୟ ବଂଶୋଦ୍ଭବ ପୂଜକ ଓ୍ବାଭେଲ ରାମକଲଓ୍ବାନ ସିଚେଲ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଡାନ୍ନି ଫଉର୍‌ଙ୍କୁ ପରାସ୍ତ କରିଛନ୍ତି। ରାମକଲଓ୍ବାନଙ୍କ ଅଜା...

୨୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଶିବକୁମାର

ନୂଆଦିଲ୍ଲୀ,୧୫।୧୦: ବଢିଲା କଂଗ୍ରେସ ନେତା ଡିକେ. ଶିବକୁମାରଙ୍କ ବିଚାର ବିଭାଗୀୟ ହାଜତ ମିଆଦି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ।...

ଘରୋଇ ଡାକ୍ତରଖାନାର ଲାଇସେନ୍ସ ହେବ ରଦ୍ଦ!

ବେଙ୍ଗାଲୁରୁ,୧୩।୭: ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କିଛି ରାଜ୍ୟରେ ଏମାନଙ୍କ ଚିକିତ୍ସା ପାଇଁ ବେଡ୍‌ କମ୍‌ ଥିବା ପରିଲକ୍ଷିତ...

Play 250+ Trending Games
Archives

Model This Week

Why Dharitri