ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏଭରେଷ୍ଟ ଶୃଙ୍ଗ ଭଳି ଗ୍ରହାଣୁପିଣ୍ଡ: ଏପ୍ରିଲ୍‌ ୨୯ରେ ହେବ ନିକଟବର୍ତ୍ତୀ

ଓ୍ବାଶିଂଟନ,୨୩।୪: ଏପ୍ରିଲ୍‌ ୨୯ରେ ପୃଥିବୀ ସହିତ ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨(୫୨୭୬୮) ଧକ୍କା ଦେବ ବୋଲି କେତେକ ଗୁଜବ କରୁଛନ୍ତି। ତେବେ ଏହା ମିଛ ବୋଲି ନାସାର ମହାକାଶବିଜ୍ଞାନୀ ମତ ଦେଇଛନ୍ତି। ଲକ୍ଷ ଲକ୍ଷ ବର୍ଷ ତଳେ ଏଭଳି ଏକ ଗ୍ରହାଣୁପିଣ୍ଡ ପୃଥିବୀକୁ ଧକ୍କା ଦେଇଥିଲା। ଏହାଯୋଗୁ ପୃଥିବୀରେ ଡାଏନୋସୋରସ୍‌ ବଂଶ ଧ୍ୱଂସ ହୋଇଯାଇଥିଲା। ଏବେ ଏହାର ପୁନରାବୃର୍ତ୍ତି ହେବ ବୋଲି ଗୁଜବ ସୋସିଆଲ ମିଡ଼ିଆରେ ସୃଷ୍ଟି ହୋଇଥିଲା। ଏହି ୪.୧ କିଲୋମିଟର ବ୍ୟାସ ବିଶିଷ୍ଟ ଏଭରେଷ୍ଟ ଶୃଙ୍ଗ ଆକାରର ଏହି ଗ୍ରହାଣୁପିଣ୍ଡ ପୃଥିବୀକୁ ପ୍ରାୟ ୩.୯ ନିୟୁତ ମାଇଲ୍‌ ଦୂରରେ ଭାରତୀୟ ସମୟ ଭୋର୍‌ ୪ଟା ୫୬ରେ ଅତିକ୍ରମ କରିବ। ଏହି ସମୟରେ ଏହାର ଘଣ୍ଟାପ୍ରତି ବେଗ ୩୧୩୨୦ କିଲୋମିଟର ରହିବ। ତେବେ ୫୯ ବର୍ଷ ପରେ ୨୦୭୯ ଏପ୍ରିଲ ୧୬ରେ ଏହା ମାତ୍ର ଏକ ନିୟୁତ ମାଇଲ୍‌ ଦୂରରେ ପୃଥିବୀକୁ ଅତିକ୍ରମ କରିବ। ଏହାଯୋଗୁ ସେତେବେଳେ ହୁଏତ ସଙ୍କଟ ସୃଷ୍ଟି ହୋଇପାରେ। ଏହି ଗ୍ରହାଣୁପିଣ୍ଡ ୧୩୪୪ ଦିନରେ ଥରେ ସୂର୍ଯ୍ୟକୁ ପରିକ୍ରମଣ କରିଥାଏ। ପୃଥିବୀ ସହିତ କୌଣସି ଗ୍ରହାଣୁପିଣ୍ଡ ଧକ୍କା ହେବା ଘଟଣା ପ୍ରାୟ ୨୦ ନିୟୁତ ବର୍ଷରେ ଥରେ ଘଟିଥାଏ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri