ପୃଥିବୀରେ ୩୦ ହଜାର ୮୭୩ ଲୋକଙ୍କ ଜୀବନ ନେଲାଣି କରୋନା: ୬ ଲକ୍ଷ ୬୩ ହଜାର ୫୪୧ ସଂକ୍ରମିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ ଦେଶର ସରକାର ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌ ଜାରି କରିଛନ୍ତି। ତେବେ କମ୍ୟୁନିଟି ସଂକ୍ରମଣ ଯୋଗୁ ବହୁ ଦେଶରେ କରୋନା ସଂକ୍ରମଣ ରୋକିବା ଅସମ୍ଭବ ହୋଇପଡ଼ିଛି। ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୦ ହଜାର ୮୭୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ରବିବାର ସୁଦ୍ଧା ସାରା ପୃଥିବୀରେ ୬ ଲକ୍ଷ ୬୩ ହଜାର ୫୪୧ ଜଣ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଏକ ଲକ୍ଷ ୪୨ ହଜାର୧୭୫ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୟୁରୋପରେ ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିଥିବାବେଳେ ଆମେରିକାରେ ମୃତକଙ୍କ ସଂଖ୍ୟା ୨୨୨୧ ରହିଛି। ଆମେରିକାରେ ୨୩ ହଜାରରୁ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ଅପରପକ୍ଷରେ ନ୍ୟୁୟର୍କରେ ୭୮୨ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫୩ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ସେହିପରି କାନାଡ଼ାରେ ୬୦ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫,୬୫୫ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ଅଞ୍ଚଳରୁ ଭିଟାମାଟି ଛାଡ଼ିଲେ ୧୦ ଲକ୍ଷ ଲୋକ, ଶରଣାର୍ଥୀ ସମସ୍ୟା ବଢ଼ିଲା…

କ୍ୱିଭ୍‌, ୨୦।୨ : ପୂର୍ବ ୟୁକ୍ରେନରେ ଲଗାତାର ବୋମା ବିସ୍ଫୋରଣ ପରେ ଲୋକମାନେ ସେଠାରୁ ପଳାଇବା ଆରମ୍ଭ କରି ଦେଇଛନ୍ତି। ଲୋକମାନେ ବସ ଏବଂ ଟ୍ରେନ...

ଏଲେକ୍ସି ନଭାଲନିଙ୍କ ମୁକ୍ତି ପାଇଁ ମାଇନସ୍ ୫୦ ଡିଗ୍ରୀରେ ପ୍ରଦର୍ଶନ କଲେ ସମର୍ଥକ

ମସ୍କୋ,୨୪ ।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲୋଚନା ଓ ବିରୋଧୀ ନେତା ଏଲେକ୍ସି ନଭାଲନିଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ଶନିବାର ଟଣାଭିଡା ହୋଇଯାଇଛି...

‘ଶେଷ ବଲ ପର୍ଯ୍ୟନ୍ତ ଖେଳିବେ ଇମ୍ରାନ’

କରାଚୀ,୩୦।୩: ‘ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜଣେ ଖେଳାଳି, ଯିଏ କି ଶେଷ ବଲ ପର୍ଯ୍ୟନ୍ତ ଖେଳେ। ସେ ଇସ୍ତଫା ଦେବେ ନାହିଁ। ଉଭୟ ବନ୍ଧୁ...

ଆଜି ରାଜଧାନୀରେ ଏକ ଅଙ୍କକୁ ଖସିଲା କରୋନା ପଜିଟିଭ୍‌ ସଂଖ୍ୟା

ଭୁବନେଶ୍ୱର,୧୬ା୧(ବ୍ୟୁରୋ): ଶନିବାର ରାଜଧାନୀରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଏକ ଅଙ୍କକୁ ଖସିଛି। ତେବେ ଆଜି ରାଜଧାନୀରୁ ମାତ୍ର ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୩...

ବିହାରରେ ମାଗଣା କରୋନା ଭ୍ୟାକ୍ସିନକୁ ନେଇ ଶିବସେନା କହିଲା ବାକି ରାଜ୍ୟ କ’ଣ ପାକିସ୍ତାନରେ

ମୁମ୍ବାଇ,୨୪ ।୧୦: ବିହାର ବିଧାନସଭା ନିର୍ବାଚନ ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା) ଭୋଟରଙ୍କୁ ଆକର୍ଷିତ କରିବାକୁ କହିଛି କରୋନା ଟିକା ଆସିଯିବା ପରେ ସମ୍ପୂର୍ଣ୍ଣ ରାଜ୍ୟରେ...

୬୦ କୋଟି କରୋନା ଟିକା ବୁକିଂ କରିଛି ଭାରତ

ନୂଆଦିଲ୍ଲୀ,୨।୧୧: କରୋନା ମହାମାରୀ ଲଢ଼େଇରେ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଇତିମଧ୍ୟରେ ଭାରତ ସରକାର ୬୦ କୋଟି କରୋନା ଟିକା ବୁକିଂ କରିଛନ୍ତି।...

ଓମିକ୍ରନରୁ ସୁସ୍ଥ ହେଉଥିବା ଲୋକଙ୍କ ନିକଟରେ ଦେଖାଦେଉଛି ଭରପୁର ରୋଗପ୍ରତିରୋଧକ କ୍ଷମତା

ନୂଆଦିଲ୍ଲୀ,୧ ।୨: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକେ ସୁସ୍ଥ ହେବା ପରେ ସେମାନଙ୍କ ନିକଟରେ ଭରପୁର ରୋଗ ପ୍ରତିରୋଧକ କ୍ଷମତା(ଇମ୍ୟୁନିଟି) ବିକଶିତ...

ପୁରୀ ସେବାୟତଙ୍କୁ କରୋନା: କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ

ପୁରୀ ଅଫିସ୍‌,୨୩।୬: ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମଙ୍ଗଳବାର ନୀତି ନିର୍ଘଣ୍ଟ ଅନୁଯାୟୀ ରଥଯାତ୍ରା ଆରମ୍ଭ ହୋଇଛି। ଏପଟେ ଶ୍ରୀମନ୍ଦିରର ଜଣେ ସେବାୟତ...

Advertisement
Archives

Model This Week