Posted inଖେଳ

ପୂର୍ବତନ କ୍ରିକେଟରଙ୍କ ପାଇଁ ଆଇସିଏର ୩୯ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ

ନୂଆଦିଲ୍ଲୀ,୨।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ସାରା ଦେଶରେ ଚାଲିଥିବା ଲକ୍‌ଡାଉନ୍‌ କାରଣରୁ ଅର୍ଥାଭାବ ଦେଇ ଗତି କରୁଥିବା ୩୦ ଜଣ ଖେଳାଳିଙ୍କୁ ସାହାଯ୍ୟ କରିବା ପାଇଁ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ) ୩୯ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ଆଇସିଏର ଏହି ମହତ୍‌ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏବେ ଆଗେଇ ଆସିଛନ୍ତି ଦୁଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଓ କପିଳ ଦେବ। ଏହି ପୂର୍ବତନ କ୍ରିକେଟରମାନଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଥ ସଂଗ୍ରହ କରାଯାଉଛି ବୋଲି କୁହାଯାଇଛି। ଗାଭାସ୍କର, କପିଳ ଦେବଙ୍କ ସମେତ ଗୌତମ ଗମ୍ଭୀର ଓ ଗୁଣ୍ଡାପ୍ପା ବିଶ୍ୱନାଥ ମଧ୍ୟ ଏହି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗୁଜରାଟରୁ ଏକ କର୍ପୋରେଟ ମଧ୍ୟ ଏଥିରେ ଯୋଗ ଦେବାକୁ ପ୍ରସ୍ତାବ ଦେଇଛି ବୋଲି ଆଇସିଏ ଅଧ୍ୟକ୍ଷ ଅଶୋକ ମାଲହୋତ୍ରା କହିଛନ୍ତି।
ଗାଭାସ୍କର, କପିଳ ଓ ଗମ୍ଭୀର ଅର୍ଥଦାନ କରିଛନ୍ତି। ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ମଧ୍ୟ ଆର୍ଥତ୍କ ସାହାଯ୍ୟ କରିବାକୁ ଗତ ସପ୍ତାହରେ ପ୍ରସ୍ତାବ ଦେଇଛନ୍ତି। ମେ ୧୫ ତାରିଖର ପର୍ଯ୍ୟନ୍ତ ଆଇସିଏ ଅର୍ଥ ଦାନ ଗ୍ରହଣ କରିବ। ଏହାପରେ ପ୍ରତ୍ୟେକ ଜୋନ (ନର୍ଥ, ଇଷ୍ଟ, ଓ୍ବେଷ୍ଟ, ସାଉଥ ଓ ସେଣ୍ଟ୍ରାଲ)ରୁ ୫-୬ କ୍ରିକେଟରଙ୍କୁ ସାହାଯ୍ୟ ନିମନ୍ତେ ଚୟନ କରିବ। ଯେଉଁ କ୍ରିକେଟରମାନେ ଚାକିରି କରିନାହାନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିମ୍ବା ସେମାନଙ୍କ ରାଜ୍ୟ ଆସୋସିଏଶନଠାରୁ ପେନ୍‌ସନ ପାଉନାହାନ୍ତି, ସେମାନଙ୍କୁ ସାହଯ୍ୟ କରାଯିବ ବୋଲି ମାଲହୋତ୍ରା କହିଛନ୍ତି। ଆଇସିଏ ପ୍ରଥମେ ଏହି କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଗତବର୍ଷ ଆଇସିଏ କାର୍ଯ୍ୟକ୍ଷମ ହୋଇଥିଲା। ଆଇସିଏରେ ଏପର୍ଯ୍ୟନ୍ତ ୧୭୫୦ଜଣ କ୍ରିକେଟର ପଞ୍ଜୀକୃତ କରାଇଛନ୍ତି। ବିସିସିଆଇ ମଧ୍ୟ ଗତ ଫେବୃୟାରୀରେ ଆଇସିଏକୁ କାର୍ଯ୍ୟକ୍ଷମ କରିବାକୁ ୨ କୋଟି ଟଙ୍କାର ପ୍ରାରମ୍ଭିକ ଅନୁଦାନ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭଙ୍ଗା ଆଙ୍ଗୁଠିରେ ଖେଳିଲେ ନ୍ୟୁଜିଲାଣ୍ଡ ଖେଳାଳି

ସାଉଥାମ୍ପଟନ,୨୩।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲର ନିର୍ଣ୍ଣାୟକ ତଥା ୬ଷ୍ଠ ଦିନ ପ୍ରଥମ ସେସନରେ ନ୍ୟୁଜିଲାଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ...

ଲଡ୍ସରେ କାହିଁକି ଶର୍ଟ ଖୋଲିଦେଇଥିଲେ ସୌରଭ ଗାଙ୍ଗୁଲି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତଥା ବିବସିସିଆଇ ଅଧ୍ୟକ୍ଷ ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ମସିହା ଜୁଲାଇ ୮ରେ...

ଦୁବାଇରୁ ଝିଅ ଭାମିକାଙ୍କ ଫଟୋ ଶେୟାର କଲେ କୋହଲି, କ୍ୟାପଶନ୍‌ରେ ଦେଲେ ହୃଦୟ ଇମୋଜି

ନୂଆଦିଲ୍ଲୀ,୨୧।୧୦: ଚଳିତ ବର୍ଷ ମାତାପିତା ହୋଇଥିଲେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି। ଜାନୁୟାରୀ ୧୧ରେ ତାଙ୍କର ଏକ କନ୍ୟା ସନ୍ତାନ...

ଓଡ଼ିଶା ଏଫସି ଛାଡ଼ିଲେ ଗମ୍ବାଉ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ପ୍ରଥମ ପଦାର୍ପଣରେ ପ୍ରଦର୍ଶନର ଛାପ ଛାଡ଼ିଥିବା ଓଡ଼ିଶା ଏଫସି କୋଚ୍‌ ଜୋସେପ ଗମ୍ବାଉ ପଦ ଛାଡ଼ିବାକୁ ନିଷ୍ପତ୍ତି...

ନ୍ୟୁଜିଲାଣ୍ଡ ଅଧିନାୟକଙ୍କୁ ଆଉଟ୍‌ କରିବା ପାଇଁ ସୋନୁ ସୁଦ୍‌ଙ୍କୁ ସାହାଯ୍ୟ ମାଗିଲେ ପ୍ରଶଂସକ: ଜବାବ ମିଳିଲା ଏମିତି

ସାଉଥାମ୍ପଟନ୍‌,୨୩।୬: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ର ଫଶଇନାଲ୍‌ ଖେଳାଯାଉଛି। ଡବ୍ଲୁଟିଏସି ଫାଇନାଲ୍‌ ପଞ୍ଚମ ଦିନରେ ଦ୍ରୁତ ବୋଲରମାନେ ଟିମ ଇଣ୍ଡିଆକୁ ମ୍ୟାଚକୁ...

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ: ଭାରତୀୟ ଦଳରେ ସୂର୍ଯ୍ୟକୁମାର, ଇଶାନ, ଟଓ୍ବୋଟିଆ

ନୂଆଦିଲ୍ଲୀ,୨୧।୨: ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି୨୦ ସିରିଜ ପାଇଁ ଶନିବାର ଏକ ୧୯ ଜଣିଆ ଦଳ ଘୋଷଣା କରାଯାଇଛି। ଗତ...

୩୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳି ଦଳକୁ ଜିତାଇଲେ ଏହି କ୍ରିକେଟର୍‌

ୱେଷ୍ଟଇଣ୍ଡିଜ ଅଧିନାୟକ କିରେନ ପୋଲାର୍ଡଙ୍କ ଅର୍ଦ୍ଧଶତକ ଏବଂ ଡୱେନ ବ୍ରାଭୋଙ୍କ ସୁପର ବୋଲିଂ ୱେଷ୍ଟଇଣ୍ଡିଜ ଦଳ ଚତୁର୍ଥ ଟି -୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୧ରେ...

‘ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତକୁ କେହି ବି ହରାଇପାରେ’

ଆବୁଧାବି,୨୨।୧୦: ଟି୨୦ ବିଶ୍ୱକପ୍‌ରେ ଭାରତ ଫେଭରାଇଟ୍‌ ଭାବେ ଅଭିଯାନ ଆରମ୍ଭ କରିବ। କିନ୍ତୁ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଟିମ୍‌ ଇଣ୍ଡିଆକୁ ଯେକୌଣସି ଦଳ ହରାଇପାରେ। ଏଭଳି ମତ...

Advertisement
Archives

Model This Week