ପୂର୍ତ୍ତ ରାସ୍ତାରେ ଏନ୍‌ଟିପିସି ଆଶ୍‌ପଣ୍ଡ ପାଣି

କଣିହାଁ,୧୩।୮(ଡି.ଏନ.ଏ.)

କଣିହାଁ ବ୍ଲକ ସ୍ଥିତ ଏନଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଆଶପଣ୍ଡ ପାଣି ସାମାନ୍ୟ ବର୍ଷାରେ ରାସ୍ତାରେ ପ୍ରବାହିତ ହେଉଛି। ଏଥିଯୋଗୁ ପିଚୁ ରାସ୍ତା କ୍ଷୟକ୍ଷତି ହୋଇ ଖାଲଖମାରେ ପରିଣତ ହୋଇଛି। ଫଳରେ ପଥଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଣିହାଁ-ଡେରଙ୍ଗ ରାସ୍ତାରେ ଏପରି ଦେଖିବାକୁ ମିଳିଛି। ଡ୍ରେନେଜ ଅଭାବରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ମରାମତି ନାମରେ ଏନଟିପିସି କର୍ତ୍ତୃପକ୍ଷ, ପୂର୍ତ୍ତବିଭାଗ ସଲାସୁତୁରା ଯୋଗୁ ଶ୍ରମିକଙ୍କ ନାମରେ ବିଲ୍‌ କରୁଥିବା ଅଭିଯୋଗ ହେଉଛି। ମାଡ଼ୁଆ ମନ୍ଦିର ରାସ୍ତାରେ ୩ ଶହ ମିଟର ଧରି ତାଳିପକା, ମାଟି ହୁଡ଼ା କାର୍ଯ୍ୟ ଡ୍ରେନ ନ ଥିବାରୁ ଧୋଇ ହେଉଛି। ପିଚୁ ରାସ୍ତାରେ ଆଶପଣ୍ଡ ଶିଖର ଜଳ ପ୍ରବାହିତ ହେଉଛି। ଏହାର ପ୍ରତିକାର କରାଯିବ ବୋଲି ବହୁ ସମୟରେ ପୂର୍ତ୍ତ ବିଭାଗ ଓ ଏନଟିପିସି କର୍ତ୍ତୃପକ୍ଷ କହୁଥିଲେ ମଧ୍ୟ ଏହା କରାଯାଉ ନ ଥିବାର କାରଣର ତଦନ୍ତ ଉଚ୍ଚ କର୍ତ୍ତୃପକ୍ଷ କରିବାକୁ ସ୍ଥାନୀୟ ସାମାଜିକ କର୍ମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପୀତାମ୍ବର ସାହୁ, ନରେଶ ବେହେରା ଦାବି କରିଛନ୍ତି। ଏ ନେଇ ଏନଟିପିସି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ। ତାଳଚେର ପୂର୍ତ୍ତ ବିଭାଗ ଏସଡିଓ ଦାମୋଦର ରାଉତ କହିଛନ୍ତି, ସମସ୍ୟା ନେଇ ସମସ୍ତଙ୍କୁ ଜଣାଇଛୁ। ଖୁବଶୀଘ୍ର ଏହାର ସମାଧାନକୁ ନେଇ କଲଭଟ ଦ୍ୱାରା ଜଳ ନିଷ୍କାସନ ଓ ଗାଇଡ ଓ୍ବାଲକୁ ନେଇ ରାସ୍ତାର ଉନ୍ନତିକରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri