ପୁଲିଜର ବିଜୟିନୀ

ନିକୋଲ୍‌ ହନ୍ନା-ଜୋନ୍ସ

ଖବରକାଗଜ, ପତ୍ରିକା ଓ ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭାଧରଙ୍କୁ ଆମେରିକା ପକ୍ଷରୁ ପ୍ରତିବର୍ଷ ପୁଲିଜର ପୁରସ୍କୃତ ପ୍ରଦାନ କରାଯାଇଆସୁଛି। ଖ୍ୟାତନାମା ପ୍ରକାଶକ ଯୋଶେଫ୍‌ ପୁଲିଜର ଇଚ୍ଛାପତ୍ରରେ ଦର୍ଶାଇଥିଲେ ଯେ, କଲମ୍ବିଆ ବିଶ୍ୱବିଦ୍ୟାଳୟ ତାଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥରେ ଏକ ସାମ୍ବାଦିକତା ସଂସ୍ଥାନ ଖୋଲିବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ଦେବା ଲାଗି ପୁରସ୍କାର ପ୍ରତିଷ୍ଠା କରିପାରିବ। ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ କଲମ୍ବିଆ ବିଶ୍ୱବିଦ୍ୟାଳୟ ୧୯୧୭ରେ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲା। ସେବେଠାରୁ ଅଦ୍ୟାବଧି ବହୁ ବିଦ୍ୱାନ୍‌ ଓ ସୃଜନଶୀଳ ବ୍ୟକ୍ତିଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଉଛି। ତେବେ ଚଳିତବର୍ଷ ମନୋନୀତଙ୍କ ମଧ୍ୟରୁ ୪ ଜଣଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ଦିଆଯିବା ନେଇ ଘୋଷଣା ହେବା ପରେ ଏହା ବିବାଦୀୟ ହୋଇପଡ଼ିଛି। ଫଟୋ ଜର୍ନାଲିଜମ୍‌ କ୍ଷେତ୍ରରେ ଜମ୍ମୁ-କଶ୍ମୀରର ୩ ଫଟୋ ଜର୍ନାଲିଷ୍ଟ ମୁଖ୍‌ତାର ଖାନ୍‌, ୟାସିନ୍‌ ଦାର ଓ ଚନ୍ନି ଆନନ୍ଦଙ୍କୁ ବଛାଯାଇଛି। ସମ୍ମିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରିବର୍ତ୍ତୀ ସ୍ଥିତିକୁ କ୍ୟାମେରା ଲେନ୍ସରେ ଚମତ୍କାର ଭାବେ ତୋଳିବାରେ ସକ୍ଷମ ହୋଇଥିବାରୁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପୁଲିଜର ପ୍ରାଇଜ୍‌ ବୋର୍ଡ ଫଟୋ ଜର୍ନାଲିଷ୍ଟଙ୍କୁ ସମ୍ମାନିତ କରିବାକୁ ଯାଇ କଶ୍ମୀର ଉପରେ ଭାରତର ବୈଧତା ନେଇ ପ୍ରଶ୍ନ ଉଠାଇଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସେହିଭଳି ‘ନ୍ୟୁୟର୍କ ଟାଇମ୍ସ’ ପତ୍ରିକାର ଅନୁସନ୍ଧାନମୂଳକ ସାମ୍ବାଦିକା ନିକୋଲ୍‌ ହନ୍ନା-ଜୋନ୍ସଙ୍କ ନାମ ବେଷ୍ଟ କମେଣ୍ଟ୍ରି ଆଓ୍ବାର୍ଡ ପାଇଁ ଘୋଷଣା ହେବା ପରେ ତାହାକୁ ନେଇ ବିବାଦ ମଧ୍ୟ ଉଠିଛି। ନିକୋଲ୍‌ ‘ଦି ୧୬୧୯ ପ୍ରୋଜେକ୍ଟ’ରେ କୃଷ୍ଣକାୟମାନଙ୍କୁ ଦାସ ଭାବେ ବିବେଚନା କରାଯିବା ସଂକ୍ରାନ୍ତ ଇତିହାସର ପୁନର୍ବିନ୍ୟାସ ଏବଂ ଜାତୀୟ ସ୍ତରରେ ସମୃଦ୍ଧି ଆଣିବାରେ ଆମେରିକୀୟ କୃଷ୍ଣକାୟଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଏଥିସହିତ ନ୍ୟାଶନାଲ ପବ୍ଲିକ୍‌ ରେଡିଓ ବ୍ରଡ୍‌କାଷ୍ଟ୍‌ରେ ଆମେରିକୀୟ ସ୍କୁଲରେ ଜାତି ଓ ବର୍ଣ୍ଣଗତ ବିଭେଦତା ଏବଂ ଜାତିଗତ ପ୍ରଥାର ବିଲୋପ ଭଳି ବିଷୟରେ ତାଙ୍କ କମେଣ୍ଟ୍ରି ବା ବିବରଣୀ ଉପସ୍ଥାପନା ତାଙ୍କୁ ଅନେକ ସମୟରେ ବିବାଦୀୟ କରିପକାଇଛି। ତେବେ ପୁଲିଜର ପୁରସ୍କାର ପାଇଁ ତାଙ୍କୁ ବଛାଯିବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ନିକୋଲ୍‌ ୯ ଏପ୍ରିଲ ୧୯୭୬ରେ ଆଇଓ୍ବା ପ୍ରଦେଶର ଓ୍ବାଟରଲୁଠାରେ ଜନ୍ମଗ୍ରହଣ କରିଥିଲେ। ପିତା ମିଲଟନ୍‌ ହାନ୍ନା ଆଫ୍ରିକୀୟ ଆମେରିକା ହୋଇଥିବା ବେଳେ ମାତା ଚେରିଲ୍‌ ଏ. ନୋଭାଟିନି ଚେକ୍‌ର ନାଗରିକ। ନିକୋଲ୍‌ ହେଉଛନ୍ତି ମାତାପିତାଙ୍କ ୩ କନ୍ୟାଙ୍କ ମଧ୍ୟରେ ଦ୍ୱିତୀୟ। ନିକୋଲ୍‌ ଓ୍ବାଟରଲୁ ଓ୍ବେଷ୍ଟ ହାଇସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ସେହି ସମୟରେ ସେ ସ୍କୁଲରୁ ପ୍ରକାଶ ପାଉଥିବା ଖବରକାଗଜରେ ପ୍ରଥମେ ଲେଖାଲେଖି କରିଥିଲେ। ପିଲାଟି ବେଳୁ ଲେଖା ପ୍ରତି ଆଗ୍ରହ ତାଙ୍କୁ ସାମ୍ବାଦିକ ହେବାକୁ ପ୍ରେରଣା ଦେଇଥିଲା। ୧୯୯୮ରେ ୟୁନିଭର୍ସିଟି ଅଫ୍‌ ନୋଟ୍ରି ଡାମ୍‌ରୁ ସେ ଇତିହାସ ଏବଂ ଆଫ୍ରିକାନ୍‌-ଆମେରିକାନ୍‌ ଷ୍ଟଡିଜ୍‌ରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ସେ ନର୍ଥ କରୋଲିନା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୦୩ରେ ସେ ଶିକ୍ଷା ସମ୍ପର୍କିତ ବିଷୟ ଉପରେ ବୃତ୍ତିଗତ ଭାବେ ଲେଖାଲେଖି ଆରମ୍ଭ କରିଥିଲେ। ତେବେ ୨୦୧୧ରେ ସେ ଅଣଲାଭଦାୟକ ନ୍ୟୁଜ୍‌ ସଂସ୍ଥା ‘ପ୍ରୋପବ୍ଲିକା’ରେ ଯୋଗଦେଇଥିଲେ। ସେଠାରେ ସେ ନାଗରିକଙ୍କ ଅଧିକାର ସଂକ୍ରାନ୍ତ ବିଷୟବସ୍ତୁ ଉପରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରି ଅନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିଲେ। ସେବେଠାରୁ ଅଦ୍ୟାବଧି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ତାଙ୍କ ରିପୋର୍ଟ ସାମ୍ବାଦିକତା ଦୁନିଆର ଦୃଷ୍ଟି ଆକର୍ଷଣ କରିପାରିଛି। ଅନୁସନ୍ଧାନମୂଳକ ଲେଖା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିକୋଲ୍‌ଙ୍କୁ ୨୦୧୭ରେ ମ୍ୟାକ୍‌ଅର୍ଥର ଫାଉଣ୍ଡେଶନର ‘ଜିନିୟସ୍‌ ଆଓ୍ବାର୍ଡ’ ମିଳିଥିବା ବେଳେ ୨୦୨୦ ଲାଗି ପୁଲିଜର ପୁରସ୍କାର ତାଙ୍କ ବ୍ୟକ୍ତିତ୍ୱକୁ ଅଧିକ ଉଜ୍ଜ୍ୱଳ କରିପାରିଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri